Indus Valley Times

ବୌଦ୍ଧ : ନେହେରୁ ଯୁବ କେନ୍ଦ୍ରର ବ୍ଲକ ସ୍ତରୀୟ ସ୍ପୋର୍ଟସ ମିଟ

 Breaking News

ବୌଦ୍ଧ : ନେହେରୁ ଯୁବ କେନ୍ଦ୍ରର ବ୍ଲକ ସ୍ତରୀୟ ସ୍ପୋର୍ଟସ ମିଟ

ବୌଦ୍ଧ : ନେହେରୁ ଯୁବ କେନ୍ଦ୍ରର ବ୍ଲକ ସ୍ତରୀୟ ସ୍ପୋର୍ଟସ ମିଟ
December 06
10:41 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୬/୧୨: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଆନୁକୂଲ୍ୟରେ ହରଭଙ୍ଗା ଓ ବୌଦ୍ଧ ବ୍ଲକର ୧୮ଟି ଯୁବକ ସଙ୍ଘ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ସ୍ପୋର୍ଟସ ମିଟ ୨୦୨୨ ଅନୁଷ୍ଠିତ ହୋଇଯାଇଛି, ପ୍ରଥମ ପର୍ଯ୍ୟାୟରେ ଜଗନ୍ନାଥ ଯୁବକ ସଂଘ ଦ୍ୱାରା ବ୍ୟାଡମିଣ୍ଟନ ମ୍ୟାଚ ସକାଳ ୭ ଘଟିକା ରୁ ଆରମ୍ଭ ହୋଇ ୯ ଘଣ୍ଟାରେ ସମାପ୍ତ ହୋଇଥିଲା ।
ଏହି ମ୍ୟାଚରେ ସୁମନ ପ୍ରଧାନ ବିଜୟୀ ଏବଂ ଲଗନ ପ୍ରଧାନ ରନରସ ଅପ ହୋଇଥିଲେ, ଏହି ମ୍ୟାଚରେ ପ୍ରକାଶ ସେଠି ଏବଂ ସମ୍ରାଟ ସାହୁ ରେଫରି ଭାବେ ଦାୟିତ୍ୱ ତୁଲାଇଥିଲେ ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ କାଲାମ ଯୁବକ ସଙ୍ଘ ଦ୍ୱାରା କବାଡ଼ି ଏବଂ ଖୋଖୋ ମ୍ୟାଚ ତେଲିବନ୍ଧ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା ।
ଏହି ମ୍ୟାଚରେ ନାରାୟଣୀ ସ୍ପୋର୍ଟିଂ କ୍ଲବ ରନର ଅପ ହୋଇଥିବା ବେଳେ ନୋଡାଲ ହାଇସ୍କୁଲ ତେଲିବନ୍ଧ ବିଜୟୀ ହୋଇଥିଲେ ।
ଏହି ମ୍ୟାଚକୁ ପିଇଟି ଗାୟତ୍ରୀ ବେହେରା ପରିଚାଳନା କରିଥିଲେ । ସେହିପରି ତୃତୀୟ ପର୍ଯ୍ରାୟରେ ଭଲି ବଲ ଟୁର୍ଣ୍ଣାମେଣ୍ଟ ୧୬ ଗୋଟି ଯୁବକ ସଙ୍ଘକୁ ନେଇ ଦିବା ୧୧ ଘଟିକା ସମୟରୁ ଆରମ୍ଭ ହୋଇ ରାତ୍ର ୧୨ ଘଟିକା ସମୟରେ ଶେଷ ହୋଇଥିଲା ।
ଏହି ଦୀର୍ଘ ସମୟରେ ମ୍ୟାଚକୁ ରେଫରି ଅଲେଖ ବେଜି , ଚନ୍ଦ୍ର ସେଠି ,ଦଶରଥ ଭୋଇ, ହରିହର ପ୍ରଧାନ ପରିଚାଳନା କରିଥିଲେ, ଶେଷରେ ନାରାୟଣୀ ସ୍ପୋର୍ଟିଂ କ୍ଲବ ବିଜୟୀ ହୋଇଥିବା ବେଳେ ବୁଟୁପାଲି ସୁପର ସିକ୍ସ କ୍ଲବ ରନର ଅପ ହୋଇଥିଲେ ।
ଏହି ସ୍ପୋର୍ଟସ ମିଟରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ସମ୍ମାନିତ ଅତିଥି ଭାବେ ତେଲିବନ୍ଧ ସରପଞ୍ଚ ରତ୍ନାକର ନାଏକ , ସମିତି ସଭ୍ୟ ସୁନୀଲ ସେଠି, ତେଲିବନ୍ଧ ପ୍ୟାକ୍ସ ସଭାପତି ତ୍ରିପୁର ମହାକୁର, ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ସୁଧିର ଦୀପ , ସମାଜସେବୀ ମିନା ସିଂହ ପ୍ରମୁଖ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ ।
ପଦ୍ମପୁର ହାଇସ୍କୁଲ ପ୍ରଶାନ୍ତ ପରିଡା , କମ୍ପରା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ , ତେଲିବନ୍ଧ ଅତିରିକ୍ତ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ସାହୁ ଉପସ୍ଥିତ ଥିଲେ, ସମସ୍ତ କାର‌୍ୟ୍ୟକୁ ଯୁବକ ସଂଘ ସଭାପତି ସମ୍ରାଟ ସାହୁ , ସମ୍ପାଦକ ସୁବ୍ରତ ପ୍ରଧାନ, ସହ ସହ ସମ୍ପାଦକ ବାଦଲ ବେଜି , କୋଷାଧ୍ୟକ୍ଷ ସୁମନ ପ୍ରଧାନ କାର୍ଯ୍ୟଭାର ତୁଲାଇଥିଲେ ।

ବୌଦ୍ଧବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର
ବୌଦ୍ଧ,୬/୧୨: ବୌଦ୍ଧ ବ୍ଳକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । । ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଉପସ୍ଥିତିରେ ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସମୁଦାୟ ୬୨ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୫୫ ଗୋଟି ବ୍ୟକ୍ତିଗତ ମାମଲା ଓ ୭ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ସେଥିମଧ୍ୟରୁ ୭ ଜଣଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨୭ ହଜାର ଟଙ୍କା ଓ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ୧୮ ଗୋଟି ଅଭିଯୋଗର ତôତକାଳ ସାମଧାନ କରାଯାଇଥିଲା । କୁଲତାଖଲିର ଶାନ୍ତି ମୁଦୁଲି, ତପସ୍ୟା ରାଉତ, ରୁପ ମୁଦୁଲି , ଲକ୍ଷ୍ମୀ ପ୍ରସାଦର ହେମଲତା ମେହେର, ଓ ତେଲିବନ୍ଧର ଗଜେନ୍ଦ୍ର ପେରାଙ୍କୁ ଶିବିରରେ ଜିଲ୍ଲାପାଳ ଶ୍ରୀ ସାହୁ ଭତ୍ତା କାର୍ଡ ଦେବା ସହ ୫୦୦ ଟଙ୍କା ଲେଖାଁଏ ପ୍ରଦାନ କରିଥିଲେ । ବୌଦ୍ଧ ବ୍ଳକର ଆମ୍ବଝରି ପଞ୍ଚାୟତ ଅର୍ନ୍ତଗତ ଗଣପଦର ଗ୍ରାମର ନମି କୁମ୍ଭାରଙ୍କୁ ବିଧବା ଭତ୍ତା କାର୍ଡ ସହ ୫୦୦ ଟଙ୍କା ଜିଲ୍ଲାପାଳ ପ୍ରଦାନ କରିଥିଲେ ଏହା ସହ ଜାତୀୟ ପରିବାର କଲ୍ୟାଣ ଯୋଜନାରୁ ୨୦ ହଜାର ଟଙ୍କା ୭ ଦିନ ମଧ୍ୟରେ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଳାଦ ସହାୟ ମିନା, ଅତିରିକ୍ତ ଜିଲ୍ଲପ।।ଳ ବବିତାରାଣି ଦଳବେହେରା, ଜିଲ୍ଲାପରିଷଦ କାର୍ଯ୍ୟନିବାହୀ ଅଧିକାରୀ ଅଶି୍ୱନି କୁମାର ମେହେର, ଉପଜିଲ୍ଲାପାଳ ସନତ କୁମାର ନାଏକ, ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଜିଲ୍ଲା ମତ୍ସ୍ୟବିଭାଗ ଅଧିକାରୀ ଲିପସା ପଟ୍ଟନାୟକଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶିବିରକୁ ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ ପରିଚାଳନା କରିଥିଲେ । ସମାଧାନ ଶିବିର ପରେ ସମସ୍ତ ଅଧିକାରୀ ମାନେ ବୌଦ୍ଧ ବ୍ଳକର ମିଶନ ଶକ୍ତି ଫେଡେରେସନର ସଭ୍ୟ ସଭ୍ୟା ମାନଙ୍କ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ସାମଗ୍ରୀ ପ୍ରଦର୍ଶନ କରିବା ସହ ଅତିଥି ମାନଙ୍କୁ ମାଣ୍ଡିଆର ସୁସାଦୁ ଖାଦ୍ୟ ମଣ୍ଡା, ପୋଡପିଠା, କେକ, ପକୁଡି, ଆରିସା, ଜୁଜ ଆଦି ଖାଇବାକୁ ଦେଇଥିଲେ ।
ବୌଦ୍ଧ ପଞ୍ଚାୟତ ମହା ବିଦ୍ୟାଳୟ ପକ୍ଷରୁ ସ୍ୱେଛାସେବୀ ଦିବସ ପାଳିତ
ବୌଦ୍ଧ,୬ /୧୨: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନାର କୋ ୟୁନିଟ ପକ୍ଷରୁ ଆର୍ନ୍ତଜାତୀୟ ସ୍ୱେଛାସେବୀ ଦିବସ ପାଳିତ ହୋଇଛି । ଏଥିରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ସେବା ଯୋଜନାର ସ୍ୱେଛାସେବୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଜାତୀୟ ସେବାର ଉପାଦୟତା ଉପରେ ଆଲୋକାପାତ କରିଥିଲେ ।
ଅନ୍ୟତମ ଅତିଥିଭାବେ ଓଡିଆ ଅଧ୍ୟାପକ ଡ ଦାଶରଥି ବିଶ୍ୱାଳ ଯୋଗ ଦେଇ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଓ ଉପଲବ୍ଧ ସଂପର୍କରେ ଆଲୋକାପାତ କରିଥିଲେ । ପୋଗ୍ରାମ ଅଫିସର ଅଧ୍ୟାପିକା ବାସନ୍ତି ପଧାନ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ସମସ୍ତ ସ୍ୱେଛାସେବୀ ଯୋଗ ଦେଇଥିଲେ ।
ହେମନ୍ତ କୁମାର ସାହୁ ଓଡିଶା ପ୍ରଗତି ଦଳର ବୌଦ୍ଧ ଜିଲ୍ଲା ସଭାପତି ନିଯୁକ୍ତ
ବୌଦ୍ଧ,୬/୧୨ ଓଡିଶା ପ୍ରଗତି ଦଳର ଜିଲ୍ଲା ସଭାପତି ଭାବରେ ହେମନ୍ତ କୁମାର ସାହୁ ନିଯୁକ୍ତ ହୋଇଛନ୍ତି । ରବିବାର ରାଜନପାଲି ଠାରେ ଦଳର ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସଭାପତି ଜନ୍ମେଞ୍ଜୟ ରୋହିଦାସ ଯୋଗଦେଇ ଦଳର ଜିଲ୍ଲା ସଭାପତି ଭାବରେ ଶ୍ରୀ ସାହୁଙ୍କ ନାମ ଘୋଷଣା କରିଥିଲେ । ବୈଠକରେ ଦଳର ରାଜ୍ୟ ସଚିବ ରଂଜିତ ପଟ୍ଟନାୟକ,ଅନୁଗୋଳ ଜିଲ୍ଲା ସଭାପତି ପ୍ରଶାନ୍ତ ପଟ୍ଟନାୟକ,ନନ୍ଦୁଲାଲା ସାହୁ,ସନ୍ତୋଷ ରାଜ,ଶଙ୍କର୍ଷଣ ସାହୁ,କରୁଣାକର ସାହୁ,ପ୍ରମୀଳ ସେଠୀ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ଶତାଧିକ ଲୋକ ଯୋଗଦେଇଥିଲେ ।
ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରେବୌଦ୍ଧ ଜିଲ୍ଲାର୨୮୧ ଜଣ ପ୍ରତିଯୋଗୀ
ବୌଦ୍ଧ,୬/୧୨, ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ଓଡିଶା ରାଜ୍ୟ ଶିଶୁକଲ୍ୟାଣ ପରିଷଦ ଓ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବୌଦ୍ଧ ଦ୍ୱାରା ଆଯୋଜିତ ଏହି କାଯ୍ୟକ୍ରମକୁ ଜିଲ୍ଲାଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା ଉଦଘାଟନ କରିଥିଲେ ।
ଶିଶୁମାନଙ୍କ ମଧ୍ୟରେ ଥିବା ଲୁକାୟତ କଳାର ପରିପ୍ରକାଶକରିବା ପାଇଁଏହା ଏକ ସୁଯୋଗ ସୃଷ୍ଠି ହୋଇଛି ବୋଲି କହିଲେ ଓ ସମସ୍ତ ଶିଶୁ ନିଜେ ପ୍ରୟାସ କରି ପ୍ରତିଯୋଗିତାରେ ଭାଗ ନେଇ ସେମାନଙ୍କର ପ୍ରତିଭାକୁ ଚିତ୍ରାଙ୍କନ ମାଧ୍ୟମରେ ପରିପ୍ରକାଶ କରିବାକୁ କହି ସେମାନଙ୍କୁସୁଭକାମନା ଦେଇଥିଲେ ।
ଅନ୍ୟତମ ଅତିଥି ଭାବରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସାକ୍ଷୀ ଗୋପାଳ ପ୍ରଧାନ ଯୋଗଦେଇ ଶିଶୁମାନଙ୍କ ପାଇ ଁଏହା ଏକ ଭଲ ପ୍ରୟାସ ଏବଂ ଶିଶୁମାନେ ପ୍ରତିଯୋଗିତାରେ ଭାଗନେଇ ସେମାନଙ୍କର ଅଂଶଗ୍ରହଣ କରିବାର ଅଧିକାର କୁ ସୁନିଶ୍ଚିତ କରିଥିବା କହିଥିଲେ । ଶିଶୁ ସୁରକ୍ଷା ୟୁନିଟର ପ୍ରୋଗ୍ରାମ ଅଫିସର ସୁଶାନ୍ତ ଭୋଇ ସ୍ୱାଗତଭାଷଣ ଓ ଅତିଥୀ ପରିଚୟ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ ପ୍ରଧାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ନିୟମାବଳି ଓ ଚିତ୍ରାଙ୍କନ ପ୍ରତିଯୋଗିତା ବିଷୟରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଶିଶୁ ପ୍ରତିନିଧି ପ୍ରୟାସ ପ୍ରତିକ ପାଣିଗ୍ରାହୀ ଯୋଗଦେଇ ଶିଶୁମାନଙ୍କ ପାଇଁ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଦେଇଥିଲେ ।
ଅତିଥୀ ମାନେ ଏକ ସୁନ୍ଦର ଚିତ୍ରାଙ୍କନ ଅଙ୍କନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ବିଭିନ୍ନ ସ୍କୁଲରୁ ୨୮୧ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ । କୃତି ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରିୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଏବଂ ଜିଲ୍ଲାସ୍ତରରେ ମଧ୍ୟ ସମ୍ମାନିତ ହେବୋ ଏହି କାର୍ଯ୍ୟକ୍ରମରେ ପରିଦର୍ଶକ ଭାବେ ସର୍ବଶିକ୍ଷା ଅଭିଯାନର ସି.ଆର.ସି.ସି ନିଯୋଜିତହୋଇଥିଲେ ।
କେନ୍ଦ୍ରୀୟ ବିଦ୍ୟାଳୟର କର୍ମଚାରୀ ଓ ଶିଶୁ ସୁରକ୍ଷା ୟୁନିଟର ରାଜେନ୍ଦ୍ର ମଲ୍ଲିକ, ସହଦେବ ନାଏକ, ବସନ୍ତ ଦିଶିରି, ଚିତ୍ରସେନ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗକରିଥିଲେ । ପରିଶେଷରେ କେନ୍ଦ୍ରିୟ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦିପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031