Indus Valley Times

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

 Breaking News

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

January 09
10:43 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୯/୧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଯୁବରେଡକ୍ରସ ପକ୍ଷରୁ ଶୁକ୍ରବାର ଦିନ ଏକ ସାମୁହିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସାଧନ କର୍ମୀ ଭାବରେ ଜିଲା ମୁଖ୍ୟଚିକିତ୍ସାଳୟର ସ୍ୱାସ୍ଥ୍ୟ ପରାମର୍ଶଦାତା ଡା. ବନୋଜ ପ୍ରଧାନ ଯୋଗଦେଇ ଏଚଆଇଭି (ଏଡସ) ଉପରେ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଅନ୍ୟତମ ସାଧନକର୍ମୀ ସ୍ୱାସ୍ଥ୍ୟ ପରାମର୍ଶଦାତା ପ୍ରମୋଦ କୁମାର ମହାରଣା ଯୋଗଦେଇ ଯୌନରୋଗ ଦ୍ୱାରା କିଶୋର , କିଶୋରୀଙ୍କ ଶାରୀରିକ , ମାନସିକ ସମସ୍ୟା ଉପରେ ସମସ୍ତଙ୍କୁ ସଚେତନ କରାଇଥିଲେ ।
ଯୁବ ରେଡକ୍ରସର ସମ୍ପାଦକ ତଥା ଅଧ୍ୟାପକ ପ୍ରବୀର କୁମାର ଦାସ ତମାଖୁର କୁପ୍ରଭାବ ଉପରେ ଆଲୋଚନା କରିବା ସହିତ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ଛାତ୍ରଛାତ୍ରୀଙ୍କୁ ରକ୍ତଦାନ କରି ନିଜକୁ ସୁସ୍ଥ ରଖିବା ସହିତ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଆହ୍ୱାନ କରିଥିଲେ । ମୁଖ୍ୟଅତିଥି ଭାବେ ଜିଲ୍ଲା ରେଡକ୍ରସ ରକ୍ତଭଣ୍ଡାର ଅଧିକାରୀ ଡା. ମଳୟ କୁମାର ସାହୁ ଏଡସର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ଅଧକ୍ଷ୍ୟ ପ୍ରକାଶ ଚନ୍ଦ୍ର ବେହେରା ସମସ୍ତଙ୍କୁ କରୋନା ଓ ଓମିକ୍ରନ ମହାମାରୀ ଠାରୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଏକ ଖୋଲା ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଅଧ୍ୟାପିକା ଅମ୍ରିତା ମହାପାତ୍ର ସହଯୋଗ କରିଥିଲେ । ଶେଷରେ ଏନ ଏସ ଏସର ଅଧିକାରୀ ଅଧ୍ୟାପିକା ବାସନ୍ତୀ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆଲୋଚନାଚକ୍ର
ବୌଦ୍ଧ,୯/୧: ବୌଦ୍ଧ ପଞ୍ଚାୟତ ମହବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ବାର୍ଷିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଭାରତରେ ଗଣତାନ୍ତ୍ରିକ ପ୍ରକ୍ରିୟାର ସମସ୍ୟା ଓ ଆହ୍ୱାନ ଶୀର୍ଷକ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦେଇ ଆଲୋଚନାଚକ୍ରକୁ ଉଦଘାଟନ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ଡ.ସୁଜାତା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଅଧ୍ୟାପିକା ଡ.ରତ୍ନପ୍ରଭା ବାରିକ,ଅଧ୍ୟାପକ ମୁକ୍ତି ସାହୁ,ସନ୍ଦର୍ଭ ପାଠ କରିଥିଲେ । ଆଲୋଚନାଚକ୍ରରେ ତୃତୀୟବର୍ଷ ଛାତ୍ର ବବଲୁ ଅମାତ,ସୁଜିତ ସେଠୀ,ସୁଶ୍ରୀ ରଶ୍ମିତା ମେହେର,ଦ୍ୱିତିୟବର୍ଷ ଛାତ୍ର ଗୋପବନ୍ଧୁ ସାହୁ,ସୁଶ୍ରୀ ନଫିସା ବେଗମ,ସୁଶ୍ରୀ ମଧୁସ୍ମିତା ବାରିକ୍‌,ଶ୍ରୀୟାରାଣୀ ମିଶ୍ର,ପ୍ରଥମବର୍ଷ ଛାତ୍ରୀ ସୁଶ୍ରୀ ରଞ୍ଜନା ନାୟକ,ମିତାଲି ଚିନହରା, ଛାତ୍ର ଦେବାର୍ଚ୍ଚନ ପ୍ରଧାନ ଓ ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ନିଜ ନିଜର ସନ୍ଦର୍ଭ ପାଠ କରିଥିଲେ । ଶେଷରେ ସୁଜିତ ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।
ପୁଅର ଅସ୍ତ୍ର ପଚାର ପାଇଁ ବାପାମା ଦିଲ୍ଲୀ ଏମ୍ସକୁ ଦୌଡି ଦୌଡି ନୟାନ୍ତ
ବୌଦ୍ଧ,୯/୧: ସ।।ଢେ ଚାରି ବର୍ଷ ପୁଅର ଓପନ ହାର୍ଟ ସର୍ଜରୀ ପାଇଁ ବାପାମା ଦିଲ୍ଲି ଏମ୍ସକୁ ଦୈଡିି ଦୈଡି ନୟାନ୍ତ ହୋଇପଡିଲେଣି ହେଲେ ଅସ୍ତ୍ର ପ୍ରଚାର ହୋଇପାରୁନାହିଁ । ଅସ୍ତ୍ର ପଚାର ପାଇଁ ଅଗ୍ରିମ ୮୦ ହଜାର ଟଙ୍କା ଓ ୪ ୟୁନିଟ ( ୪ ପ୍ୟାକେଟ) ରକ୍ତ ଆଗୁଆ ଜୋଗାଡ କରାସରିଛି । ହେଲେ ଡାକ୍ତର ସମୟ ଦେଉନାହାନ୍ତି ଅସ୍ତ୍ର ପ୍ରଚାର ପାଇଁ । ସମୟ ଆସିଲେ କରାଯିବ , ଶର୍ଯ୍ୟାର ଅଭାବ, ଅସ୍ତ୍ର ପଚାର ପାଇଁ ଆଗୁଆ ଲୋକ ଅପେକ୍ଷା ରହିଛନ୍ତି ଆଦି କହି ତାଙ୍କୁ ଫେରାଇ ଦିଆଯାଉଛି ।
ଅସ୍ତ୍ର ପ୍ରଚାର ପାଇଁ ପ୍ରାୟ ୨୦ ଥର ଦିଲ୍ଲି ଏମ୍ସ ଧାଇଁ ଧାଇଁ ଏବେ ବାପାମା ନିରାଶ ହୋଇପଡିଲେଣି । ଏଥିପାଇଁ ସେମାନେ ଏବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦ୍ୱାରା ଜଣାଇବାକୁ ଯୋଜନା କରୁଛନ୍ତି । ଘଟଣାଟି ହେଉଛି ବୌଦ୍ଧଜିଲ୍ଲା ମନୁପାଲି ପଂଚାୟତର ମହୁଲି ଗ୍ରାମରେ ।
ଗ୍ରାମର କ୍ଷମାନିଧି ସାହୁ ବୌଦ୍ଧ ପୁଲିସ ବିଭାଗରେ କନେଷ୍ଟବଲ ଭାବରେ ଚାକିରୀ କରୁଥିବା ବେଳେ ସେ ବର୍ତ୍ତମାନ ବୌଦ୍ଧ ସଦର ମହକୁମାରେ ରହୁଛନ୍ତି । ତାଙ୍କର ଏକ ମାତ୍ର ପୁତ୍ର ନିଗମ ସାହୁ । ନିଗମ ୨୦୧୮ ମସିହାରେ ଜନ୍ମ ଗ୍ରହଣ କରିଥିଲା । ଜନ୍ମର ପାଂଚ ମାସ ଯେତେବେଳେ ହୋଇଥିଲା ସେତେବେଳେ ନିଗମ ଅସୁସ୍ଥ ହୋଇ ପଡିଲା । ବାପା ତାକୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ପରୀକ୍ଷା କରି ହାର୍ଡ ସମସ୍ୟା ଥିବା କହିଥିଲେ । ପୁଅର ଚିକିତ୍ସା ପାଇଁ ପରିବାର ଲାଗି ପଡିଲେ ଓ ସମ୍ବଲପୁର ନେଇଥିଲେ । ସମ୍ବଲପୁରରେ ଭଲ ନହେବାରୁ ଛତିଶଗଡର ରାୟପୁରକୁ ନେଇଥିଲେ । ସେଠାରେ ଡାକ୍ତର ଦିଲ୍ଲୀ ଏମ୍ସ କିମ୍ବା କଲକତା ନେବାକୁ ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ କହିବା ଅନୁଯାଇ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା । ସେଠାରେ ଡାକ୍ତର ବାଇପାଶ ସର୍ଜରୀ କରିଥିଲେ ।
ଯଦି ଏଥିରେ ଭଲ ନ ହୁଏ ତାହାହେଲେ ଆଉ ଏକ ବଡ ଅସ୍ତ୍ର ପଚାର କରିବାକୁ କହି ପଠାଇ ଦେଇଥିଲେ । ହେଲେ ଅସ୍ତ୍ର ପ୍ରଚାରରେ ଭଲ ନ ହେବାରୁ ବାଧ୍ୟ ହୋଇ ତାକୁ ପୁଣି ଦିଲ୍ଲୀକୁ ନେଇ ଥିଲେ । ଏବେ ଅସ୍ତ୍ର ପଚାର ପାଇଁ ଡାକ୍ତର ତାଙ୍କୁ ଆଉ ସମୟ ଦେଉନାହାନ୍ତି । ଆଜି ହୋଇଯିବ ଭାବି ସେ ବାରମ୍ବାର ଦିଲ୍ଲୀ ଦୈଡୁଛନ୍ତି । ହେଲେ ଡାକ୍ତରଖାନା କତ୍ତୃପକ୍ଷ ତୁମକୁ ଫୋନ କରିବୁ, ଶର୍ଯ୍ୟା ଅଭାବ, ଆଗରୁ ବହୁତ ଲୋକ ଅପେକ୍ଷାରେ ଅଛନ୍ତି ଆଦି କହି ଫେରାଇ ଦେଉଛନ୍ତି । ପିଲାର ସ୍ୱାସ୍ଥ୍ୟ ମଧ୍ୟ ମଝିରେ ମଝିରେ ବିଗିଡିବାରେ ଲାଗୁଛି । ଯାହାକୁ ନେଇ ବାପାମା ଚିନ୍ତା ପ୍ରକଟ କରୁଛନ୍ତି । ଡାକ୍ତରଖାନା କତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାଇ ଏକ ବର୍ଷ ତଳେ ଅସ୍ତ୍ର ପଚାର ପାଇଁ ଅଗ୍ରୀମ ୮୦ ହଜାର ଟଙ୍କା ଓ ୪ ପ୍ୟାକେଟ ରକ୍ତ ସଂଗ୍ରହ କରି ଜମା କରାଯାଇଛି ହେଲେ ଅସ୍ତ୍ର ପଚାର ପାଇଁ ସମୟ ମିଳିନାହିଁ ।
ଗ୍ରୀନ ଗୋଲ ପକ୍ଷରୁ ରକ୍ତଦାନ ଶିବିର
ବୌଦ୍ଧ,୯/୧: ବୌଦ୍ଧଜିଲ୍ଲାର ଗ୍ରୀନଗୋଲ ଅନୁଷ୍ଠାନ ପକ୍ଷରୁ ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ସୋନାଲି ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଭୟ କୁମାର ଦାସ ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୭ଜଣ ରକ୍ତଦାତା ରକ୍ତଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ, ଏ.ଡି.ଏମ୍‌.ଓ. କିଶୋରଚନ୍ଦ୍ର ପଟ୍ଟନାୟକ, ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ରାଉତ୍‌, ନରେଶଚନ୍ଦ୍ର ଆଚାର୍ଯ୍ୟ, ରକ୍ତଦାତା ପ୍ରବର୍ତକ ସଂଘର ସଂପାଦକ ଦେବାଶିଷ ପୁରୋହିତ, ୟୁଥ୍ ରେଡକ୍ରସ ଅଧିକାରୀ ପ୍ରବିର କୁମାର ଦାସ, ଶ୍ରେଷ୍ଠ ରକ୍ତଦାତା ଜୟନାରାୟଣ ମହାନ୍ତି, ଶଙ୍କର ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ ବ୍ୟୋମୋକେଶ ମିଶ୍ର, ରମେଶ ମହାରାଣା, ମିନୁ ପାଳ, ପ୍ରଣତି ପଣ୍ଡା ପରିଚାଳନା କରିଥିଲେ । ରକ୍ତ ସଂଗ୍ରହ କାର୍ଯ୍ୟକ୍ରମରେ ଚର୍ତୁଭୁଜ ବାରିକ, ଦେବଦତ କିଷାନ, ଦିଲ୍ଲୀପ ପ୍ରଧାନ, ଋତମ୍ଭରା ସାହୁ ସହଯୋଗ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତି ପଣ୍ଡା ଆସନ୍ତା ଦିନରେ ଜିଲ୍ଲାକୁ ସବୁଜ ସୁନ୍ଦର କରିବା ପାଇଁ ପଦକ୍ଷେପ ନେବା ସହିତ ବୌଦ୍ଧଜିଲ୍ଲାରେ ଗୋଶାଳା ମାଧ୍ୟମରେ ଗୋସୁରକ୍ଷା କରିବା ସହିତ ବେକାରୀମାନଙ୍କୁ ରୋଜଗାରକ୍ଷମ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ଅନ୍ନପୁର୍ଣ୍ଣା ସୁପକାର ସଙ୍ଗଠନର ପ୍ରସ୍ତୁତି ବୈଠକ
ବୌଦ୍ଧ,୯/୧: ବୌଦ୍ଧ ସହରର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଆଜି ଅପରାହ୍ନରେ ଜିଲ୍ଲାର ଅନ୍ନପୁର୍ଣ୍ଣା ସୁପକାର ସଙ୍ଗଠନର ସଭାପତି ସତ୍ୟନାରାୟଣ ଶତପଥିଙ୍କ ଅଧ୍ୟକ୍ଷତାରେ ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜ ଓ ଶ୍ରୀଲକ୍ଷ୍ମୀ ବାସୁଦେବ ବୈଦିକ ପଣ୍ଡିତ ସଙ୍ଗଠନ ପକ୍ଷରୁ ମିଳିତ ଭାବେ ଅନୁଷ୍ଠିତ ହେବାକୁ ଥିବା ରୁଦ୍ରଯଜ୍ଞ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଆଦିତ୍ୟ ମିଶ୍ର ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ । ବୈଦିକ ପଣ୍ଡିତ ସଙ୍ଗଠନର ସଭାପତି ସଞ୍ଜୀବ କୁମାର ପଣ୍ଡା ରୁଦ୍ରଯଜ୍ଞକୁ ସଫଳ କରିବା ପାଇଁ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗ କରିବା ପାଇଁ ପ୍ରସ୍ତାବ ପ୍ରଦାନ କରିଥିଲେ ।
ବ୍ରାହ୍ମଣ ସମାଜର ସଂପାଦକ ଦେବାଶିଷ ପୁରୋହିତ ସମାଜର ବିକାଶ ମାଧ୍ୟମରେ ରାଷ୍ଟ୍ରର ବିକାଶ କିପରି ହୋଇପାରିବ ମତପ୍ରକାଶ କରିଥିଲେ । ସୁପକାର ସଂଘର ବରିଷ୍ଠ ସଦସ୍ୟ ମୁରାରୀ ମିଶ୍ର, କାହ୍ନୁଚରଣ ମିଶ୍ର, ସନ୍ତୋଷ କୁମାର ପଣ୍ଡା ବ୍ରାହ୍ମଣ ସମାଜର ନୀତିନିୟମକୁ ସମ୍ମାନ ଦେବାପାଇଁ ମତାମତ ପ୍ରଦାନ କରିଥିଲେ । ବ୍ରାହ୍ମଣ ସଙ୍ଗଠନ ଦ୍ୱାରା ଭୋଜି ବଂଟନ ସଂଘକୁ ସାମିଲ କରାଯିବା ପାଇଁ ମତପ୍ରକାଶ ପାଇଥିଲା ।
ଆସନ୍ତା ଦିନରେ ହେବାକୁ ଥିବା ରୁଦ୍ରଯଜ୍ଞରେ ନିଃସ୍ୱାର୍ଥପର ସେବା ଯୋଗାଇଦେବା ସହିତ ସଫଳତା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ସଦସ୍ୟମାନେ ମତ ଦେଇଥିଲେ । ବିଭିନ୍ନ ଧର୍ମାନୁଷ୍ଠାନରେ ପ୍ରସ୍ତୁତ ହେଉଥିବା ପ୍ରସାଦକୁ ନୀତିକାନ୍ତି ନିର୍ଦ୍ଧାରୀତ ସମୟ ପୁର୍ବରୁ ପ୍ରସ୍ତୁତ କରିବା ପାଇଁ ଗୁରୁତ୍ୱ ଦେବାକୁ ଆଲୋଚନା ହୋଇଥିଲା ।
ବ୍ରାହ୍ମଣ ସମାଜର ବରିଷ୍ଠ ସଦସ୍ୟ ସୁରେନ୍ଦ୍ର କୁମାର ଯୋଶୀ ପାରାଲିଶିସ୍ ରୋଗରେ ଆକ୍ରାନ୍ତ ହୋଇଥିବାରୁ ସଙ୍ଗଠନ ପକ୍ଷରୁ ଏବଂ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ବୈଠକରେ ରଞ୍ଜୀତ କୁମାର ହୋତା, ମାନସ ମିଶ୍ର, ଶିବପ୍ରସାଦ ପାଣିଗ୍ରାହୀ ସମେତ ସୁପକାର ସଙ୍ଗଠନର ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031