Indus Valley Times

ବୌଦ୍ଧ: ପିକଅପ ସହ ବିପୁଳ ପରିମାଣର ଗଂଜେଇ ଜବତ,ଡ୍ରାଇଭର ଫେରାର

 Breaking News

ବୌଦ୍ଧ: ପିକଅପ ସହ ବିପୁଳ ପରିମାଣର ଗଂଜେଇ ଜବତ,ଡ୍ରାଇଭର ଫେରାର

ବୌଦ୍ଧ: ପିକଅପ ସହ ବିପୁଳ ପରିମାଣର ଗଂଜେଇ ଜବତ,ଡ୍ରାଇଭର ଫେରାର
July 14
20:43 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ,୧୪/୭: ବୌଦ୍ଧଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ଗୁନ୍ଦୁଳିଆ ରାସ୍ତାରେ ଛେଳିବାହାଲ ଛକ ନିକଟରୁ ଗତକାଲି ବିଳମ୍ବିତ ରାତ୍ରିରେ ଏକ ପିକଅପ ଭେନ ସହ ବିପୁଳ ପରିମାଣର ଗଂଜେଇ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଗୁନ୍ଦୁଳିଆ ପଟୁ ବାଉଁଶୁଣୀ ଆଡକୁ ଏକ ପିକଅପ ଗାଡି(ଓଡ଼ି ୧୭ ପି ୫୩୨୯)ରେ ଗଂଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ଛେଳିବାହାଲ ଛକ ନିକଟରେ ପୂର୍ବରୁ ଛକି ରହିଥିବା ବାଉଁଶୁଣୀ ପୋଲିସ ହଠାତ ଗାଡିକୁ ଅଟକାଇଥିଲା । ପୋଲିସକୁ ଦେଖି ଡ୍ରାଇଭର ଗାଡିକୁ ଛାଡି ଫେରାର ମାରିଥିବାବେଳେ ଯାଞ୍ଚ ପରେ ଗାଡି ଭିତରେ ୭ ଗୋଟି ବସ୍ତାରେ ଗଂଜେଇ ଭର୍ତି ହୋଇଥିବା ଜଣାପଡିଥିଲା । ଗାଡିକୁ ବାଉଁଶୁଣୀ ଥାନାକୁ ଆଣି ଅଧିକ ତଦନ୍ତ କରାଯାଉଛି । ଜବତ ବସ୍ତାଗୁଡିକରେ କେତେ ପରିମାଣର ଗଂଜେଇ ରହିଛି ଏକଜିକୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯିବା ପରେ ୨ କ୍ୱିଣ୍ଟାଲ ୩୯ କିଲୋ ଗଂଜେଇ ଥିବା ଜଣାପଡିଛି ।

ବୌଦ୍ଧଜିଲ୍ଲାରେ ୫ ବର୍ଷରେ ବଜ୍ରପାତରେ ଗଲାଣି ୧୦ ଜୀବନ
ବୌଦ୍ଧ,୧୪/୭: ବନ୍ୟା, ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଡି ହୋଇଯାଇଛି ବଜ୍ରପାତ । ପ୍ରତିବର୍ଷ ବର୍ଷାଋତୁରେ ବଜ୍ରାଘାତରେ ଯାଉଛି ଅନେକ ଜୀବନ । ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ବୌଦ୍ଧଜିଲ୍ଲାରେ ବଜ୍ରପାତରେ ମୃତ୍ୟୁ ସଂଖ୍ୟା କମ ରହିଥିବା ଜଣାପଡିଛି । ଜିଲ୍ଲା ଜରୁରୀ କାଳିନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ, ଜିଲ୍ଲାରେ ୫ ବର୍ଷରେ ୧୦ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ପରିବାରରୁ ୪୦ ଲକ୍ଷ ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ସରକାର ବଜ୍ରାଘାତରେ ମୃତ୍ୟୁ ବରଣ କଲେ ଜଣକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବାର ଘୋଷଣା କରିଛନ୍ତି । ଜିଲ୍ଲାରେ ୨୦୨୦-୨୧ ବର୍ଷରେ ସର୍ବାଧିକ ୪ ଜଣ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ୨୦୧୭-୧୮ ବର୍ଷରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮-୧୯ ବର୍ଷରରେ ଜଣଙ୍କର, ୧୯-୨୦ ବର୍ଷରେ ୨ ଜଣ ଓ ୨୦-୨୧ ବର୍ଷରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ବିଶେଷ କରି ବର୍ଷା ଦିନ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଅଧିକାଂଶଙ୍କ ଜୀବନ ଯାଇଥିବା ଜଣାପଡିଛି । ବର୍ଷା ଦିନେ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହେବା ସମୟରେ ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବାରେ ଅସାବଧାନତା ଅବଲମ୍ବନ କରିଥାନ୍ତି । ଯାହାଫଳରେ ମୂଲ୍ୟବାନ ଜୀବନ ଦେବାକୁ ପଡିଥାଏ । ପ୍ରତି ବର୍ଷ ପ୍ରଶାସନ ପକ୍ଷରୁ ବଜ୍ରପାତରୁ କିପରି ଜୀବନକୁ ସୁରକ୍ଷିତ ରଖିବେ ସେଥିପାଇଁ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିôଲେ ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ ପ୍ରାଣହାନୀ ଘଟୁଥିବାର ଆଲୋଚନା ହେଉଛି ।
ବୌଦ୍ଧ : ଶତାୟୁ ପୁରୁଷ ଚନ୍ଦ୍ରଶେଖର ମିଶ୍ରଙ୍କ ପରଲୋକ
ବୌଦ୍ଧ,୧୪/୭: ସବୁରି ପ୍ରିୟ ଚନ୍ଦ୍ରଶେଖର ମିଶ୍ରଙ୍କ ୧୦୨ ବର୍ଷ ବୟସରେ ପୋଡାପଡାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ୧୯୨୦ ମସିହାରେ ଜନ୍ମଗ୍ରହଣ କରିଥିବା ଚନ୍ଦ୍ରଶେଖରଙ୍କୁ ୧୯୩୮ ମସିହାରେ ଡାକ ପହଞ୍ଚାଇବା କାର୍ଯ୍ୟ ପାଇଁ ରାଜା ନିଯୁକ୍ତି ଦେଇଥିଲେ । ଦେଶ ସ୍ୱାଧୀନତାପରେ ସେ ଡାକ ବିଭାଗରେ ଜଣେ ସ୍ଥାୟୀ କର୍ମଚାରୀ ଭାବରେ କାର୍ଯ୍ୟ କରି ୧୯୭୯ ମସିହାରେ ଚାକିରୀ ଜବୀନରୁ ଅବସର ପରେ ଦେବତ୍ତୋର ମ୍ୟାନେଜର ଭାବରେ ଦୀର୍ଘବର୍ଷ ଧରି ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରା ପର୍ବର ସମସ୍ତ ଦାୟିତ୍ୱ ନିର୍ବାହ କରିଥିଲେ । ବୁଧବାର ସନ୍ଧ୍ୟାରେ ଶତାୟୁ ଚନ୍ଦ୍ରଶେଖରଙ୍କ ପରଲୋକ ହୋଇଯାଇଥିଲା । ଏହି ଖବର ପ୍ରଚାରିତ ହେବାପରେ ଅନେକ ମାନ୍ୟଗଣ୍ୟ ଲୋକ ଶତାୟୁଙ୍କ ଶେଷଦର୍ଶନ କରିଛନ୍ତି । ତାଙ୍କର ପୁତ୍ର କୃଷ୍ଣାର୍ଜୁନ ମିଶ୍ର ଦେବୋତ୍ତର ଇନିସପେକ୍ଟର ଚାକିରୀରୁ ଅବସର ଗ୍ରହଣ କରିବା ପରେ ପିତାଙ୍କ ସେବା ଯତ୍ନ ନେଉଥିଲେ । ଚନ୍ଦ୍ର ଶେଖରଙ୍କ ବିୟୋଗ ଏକ ଯୁଗର ଅବସାନ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି । ଆଜି ଚନ୍ଦ୍ର ଶେଖରଙ୍କ ଶେଷକୃତ୍ୟ ମହାନଦୀ ଘାଟରେ ସମାପନ କରାଯିବା ସହିତ ପୁତ୍ର କୃଷ୍ଣାର୍ଜୁନ ମୁଖାଗ୍ନି ପ୍ରଦାନ କରିଛନ୍ତି ।
ବୌଦ୍ଧ ଅନ୍ତର୍ଗତ ତେତେଲେଙ୍ଗାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ବୃକ୍ଷ ରୋପଣ

ବୌଦ୍ଧ, ୧୪/୭: ଶ୍ରୀ ସତ୍ୟସାଇ ସେଵା ସଙ୍ଗଠନ,ବୌଦ୍ଧ ଅନ୍ତର୍ଗତ ତେତେଲେଙ୍ଗା ସମିତି ଦ୍ୱାରା ଆଜି ସ୍ଥାନୀୟ ତେତେଲେଙ୍ଗା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସତ୍ୟସାଇ ସେଵା ସଙ୍ଗଠନ ର ଜିଲ୍ଲା ସଭାପତି ଡା ପ୍ରିୟଵ୍ରତ ବେହେରା ଙ୍କ ପୌରହିତ୍ୟ ରେ ଆୟୋଜିତ ‘ସାଇ ସବୁଜିମା’ ଶୀର୍ଷକ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୁପେ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଏବଂ ସମ୍ମାନୀତ ଅତିଥି ରୁପେ ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ର ବେହେରା ଓ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ ହରେକୃଷ୍ଣ ବେହେରା ଆଦି ଯୋଗ ଦେଇଥିଲେ। ବୌଦ୍ଧ,ବଢ଼ିଗାଁ ଓ ତେତେଲେଙ୍ଗା ସତ୍ୟସାଇ ସେଵା ସମିତି ର ସେଵାଦଳ ଭାଇ ଭଉଣୀ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମିଳିତ ଭାବରେ ହରିଡା଼, ବାହାଡା,ଅଁଳା, ନିମ୍ବ,ଅଶୋକ, ବଉଳ,ରକ୍ତ ଚନ୍ଦନ ଆଦି ୧୭ ପ୍ରଜାତି ର ୫୦ ଟି ଔଷଧୀୟ ଚାରା ରୋପଣ କରିଥିଲେ। ସତ୍ୟସାଇ ସଙ୍ଗଠନ ତରଫରୁ ଆଗାମୀ ଦିନରେ ଏହି ବିଦ୍ୟାଳୟ ପରିସରରେ ଏକ ଔଷଧୀୟ ବୃକ୍ଷ ର ଏକ ଉଦ୍ୟାନ କରାଯିବା ର ଯୋଜନା ରହିଛି ବୋଲି ସଙ୍ଗଠନ ର ଜିଲ୍ଲା ସଭାପତି ଡା ବେହେରା ପ୍ରକାଶ କରିଛନ୍ତି।ତେତେଲେଙ୍ଗା ସମିତି ର ଆବାହକ ଚନ୍ଦ୍ରଜିତ୍ ଦେଓ ଙ୍କ ସହିତ ସମିତି ର ଯୁବ ଭାଇ ମାନେ ଏହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।
ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ବୌଦ୍ଧ ,୧୪/୭: ବୌଦ୍ଧ ବ୍ଲକ ଜୁଲାଇ ମାସର ଶିକ୍ଷା ସମୀକ୍ଷା ବୈଠକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି କ୍ଷ ଶିକ୍ଷକ ପ୍ରଶିକ୍ଷକ ବାବୁରାମ ପାଣି ଓ ଶିକ୍ଷକ ପ୍ରଶିକ୍ଷିକା ନିହାରିକା ସାମନ୍ତରାୟ ସରକାରଙ୍କର “ମୋ ଗାଁ ମୋ କର୍ତ୍ତବ୍ୟ “ଜୁଲାଇ ୧୫ରୁ ଅକ୍ଟୋବର ୧୦ଯାଏ ଚାଲିବ ଓ ଦ୍ଵିତୀୟ ଶ୍ରେଣୀ ଗଣିତ ଶିକ୍ଷଣ ଫଳାଫଳ ୧୧ଉପରେ ଆଲୋଚନା କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ମୋ ସ୍କୁଲ ଅଭିଯାନର ସମୀକ୍ଷା କରି, ଯେଉଁ ବିଦ୍ୟାଳୟ ଗୁଡିକ ବର୍ତ୍ତମାନ ସୁଦ୍ଧା କରିନାହଁ ଜୁଲାଇ ୨୩ତାରିଖ ସୁଦ୍ଧା ଜମାଖାତା ଖୋଲାଇବାକୁ ସୂଚନା ଦେଇଥିଲେ । ୨୦୨୦-୨୧ଶିକ୍ଷାବର୍ଷର ଆର୍ଥିକ ଖର୍ଚ୍ଚ ବିବରଣୀ ୟୁ ସି, ଚଳିତ ମାସରେ ଏଚ ଆର ଫର୍ମ ଦିଆଯିବ, ଶିକ୍ଷକମାନେ ଦେଉଥିବା ଦରମା ବିଲରେ ଶିକ୍ଷକ ମାନଙ୍କ ଦସ୍ତଖତ ରହିବ, ପୁସ୍ତକ ବଣ୍ଟନ ଆଦି ଆଲୋଚନା କରି ପିଲାମାନଙ୍କ ପାଠପଢ଼ାକୁ କିପରି ଅଧିକ ଗୁରତ୍ୱ ଦିଆଯାଇପାରିବ ସେଭଳି କାମକରିବାକୁ ଶିକ୍ଷକ ମାନେ ସଦା ତତ୍ପର ରହିବେବୋଲି ପରାମର୍ଶ ଦେଇଥିଲେ । ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ପ୍ରାଥମିକ ବୃତ୍ତି, ପି ଏମ ଏସ, ଖୁସି, ନିଷ୍ଠା, ପ୍ରାଥମିକ ବିଦ୍ୟାଳୟ ତଥ୍ୟ ଆଦି ବିଭାଗୀୟ ବିଷୟରେ ଆଲୋଚନା କରିଥିଲେ କ୍ଷ ମଧ୍ୟାହ୍ନ ଭୋଜନ ବିଷୟରେ ସୁବେନ୍ଦୁ କୁମାର ବାରିକ, ଏକ୍ସ ଟେଣ୍ଡେଡ ଏମ ଆଇ ଏସ ରେ ଇମ୍ଫାଷ୍ଟକଚର ଓ ସ୍କୁଲ ପ୍ରୋଫାଇଲେ ଅପ ଡେଟ କରିବା ଉପରେ ଛନ୍ଦାରଣୀ ପ୍ରଧାନ ଓ ପରୀକ୍ଷା ବିଭାଗର ତଥ୍ୟ ଦିନେଶ କୁମାର ସାହୁ ପ୍ରଦାନ କରିଥିଲେ କ୍ଷ ସିଆର ସି ସି ରାଜ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ । ସନ୍ତୋଷ କୁମାର କର୍ଣ୍ଣ, ଲବକିଶୋର ପ୍ରଧାନ, ସନ୍ତୋଷ କୁମାର ଶତପଥୀ, ଅରବିନ୍ଦ ମହାଲିକ, ସନତ କୁମାର ବାରିକ, ପୂର୍ଣ୍ଣ ଚନ୍ଦ୍ର କରଡ଼ିଆ, ସଞ୍ଜୟ କୁମାର ଦେହୁରୀ, ଶେଷଦେବ ପ୍ରଧାନ ଙ୍କ ସହିତ ସମସ୍ତ ସିଆର ସି ସି ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031