Indus Valley Times

ବୌଦ୍ଧ: ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

 Breaking News

ବୌଦ୍ଧ: ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ: ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
February 21
20:05 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୨: ଓଡିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଏକ ପାଂଚ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମନ୍ତ୍ରୀ ପ୍ରଦିପ ଅମାତ ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ରରେ ଓଡିଶାର ପ୍ରତି ପଂଚାୟତରେ ପ୍ରାଣୀଧନ ନିରିକ୍ଷକ ଓ ତାର କ୍ୟାଡର ମାନେ ପ୍ରାଣୀ ସଂପଦର ସୁରକ୍ଷା ଦିଗରେ କାର୍ଯ୍ୟକରୁଛନ୍ତି ।
ଏହି କର୍ମଚାରୀମାନେ ବିଭାଗର ୮୦ ଭାଗ କାର୍ଯ୍ୟ କରିଥାନ୍ତି । ଦୀର୍ଘ ବର୍ଷର ପୁରୁଣା ଭିତିଭୂମି ଉପରେ ବହୁ କଷ୍ଟରେ କାର୍ଯ୍ୟ କରୁଛନ୍ତି । ବିଭାଗରେ ବିଭିନ୍ନ ବର୍ଗର କର୍ମଚାରୀମାନଙ୍କ ସୁବିଧା ସୁଯୋଗ ନିମନ୍ତେ ସରକାର ପଦକ୍ଷେପ ନେଇଥିଲେ ମଧ୍ୟ ଏମାନଙ୍କ କ୍ୟାଡର ପାଇଁ କୌଣସି ସୁବିଧା କରିନାହାନ୍ତି । ସଂଘର ଦୀର୍ଘ ଦିନର ଦାବି ପ୍ରାଣୀଧନ ମାନଙ୍କର ପାଇଁ ଥିବା ଦରମାରେ ଅସଙ୍ଗତ ଦୂର କରିବା,କ୍ୟାଡର ପୁୁନଃ ଗଠନ କରିବା, କ୍ୟାଡର ନିୟମ ସଂଶୋଧନ କରିବା, ଦୁଇ ବର୍ଷିଆ ଡିପ୍ଲୋମା ଓ ତାର ନାମ କରଣ କରିବା,କାର୍ଯ୍ୟ ସାରଣୀ ସଂଶୋଧନ କରିବା ଆଦି ଦାବିକୁ ନେଇ ସଂଘ ସରକାରଙ୍କ ସମ୍ମୁଖରେ ଉପସ୍ଥାପନା କରି ଆସିଛି । ଫଳ ସ୍ୱରୁପ ୨୦୧୮ ମସିହା ଫେବୃଆରୀ ମାସରେ ସଂଘ ତାର ତିନି ହଜାର କର୍ମଚାରୀଙ୍କୁ ନେଇ ବିଧାନସଭା ସମ୍ମୁଖ ଗାନ୍ଧୀମାର୍ଗରେ ଆନ୍ଦୋଳନ କରିଥିଲା ।
ସଂଘର ଆନ୍ଦୋଳନର ଦ୍ୱିତୀୟ ଦିନରେ ସରକାର ସଂଘ ସହ ଆଲୋଚନା କରି ଚାରିମାସ ମଧ୍ୟରେ ସଂଘର ଦାବିକୁ ପୂରଣ କରିବେ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ । ମାତ୍ର ଦୁଃଖର ଓ ପରିତାପର ବିଷୟ ଦୀର୍ଘ ପାଂଚ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ସମସ୍ତ ଦାବି ଗୁଡିକ ଉଦାସୀନତା ଦେଖାଇ ଆସିଛନ୍ତି । ଏହାର ପ୍ରତିବାଦରେ ରାଜ୍ୟ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।
ଯେଉଁଥିରେ ସଂଘର ସରକାରଙ୍କ ଉଦାସୀନତା ପ୍ରତି ପ୍ରତିବାଦ ଜଣାଯାଇଥିଲା । ଏବଂ ରାଜ୍ୟ ସଂଘ ନିଷ୍ପତି ଅନୁଯାଇ ଆଜି ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଂଘର ଉପଦେଷ୍ଠା ସୁବାସ ଚନ୍ଦ୍ର ପଣ୍ଡା, ଜିଲ୍ଲା ସଭାପତି ମନୋଜ ମହାପାତ୍ର, ସଂପାଦକ ଅଶୋକ ଶତପଥି, ଉପସଭାପତି ସୁକାନ୍ତୀ ସିଂ, ସୁଚିତା ହୋତା ପ୍ରମୁଖ ସାମିଲ ଥିଲେ ।

 

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031