Indus Valley Times

ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇ ଶେଷ ହେଲା ନାମାଙ୍କନ ଦାଖଲ : ବିଜେଡିରୁ ମୃତ୍ୟୁଞ୍ଜୟ,କଂଗ୍ରେସରୁ ଗଣେଷ ଓ ବିଜେପିରୁ ପ୍ରାର୍ଥୀ ହେଲେ ଯୁଗଳ

 Breaking News

ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇ ଶେଷ ହେଲା ନାମାଙ୍କନ ଦାଖଲ : ବିଜେଡିରୁ ମୃତ୍ୟୁଞ୍ଜୟ,କଂଗ୍ରେସରୁ ଗଣେଷ ଓ ବିଜେପିରୁ ପ୍ରାର୍ଥୀ ହେଲେ ଯୁଗଳ

ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇ ଶେଷ ହେଲା ନାମାଙ୍କନ ଦାଖଲ : ବିଜେଡିରୁ ମୃତ୍ୟୁଞ୍ଜୟ,କଂଗ୍ରେସରୁ ଗଣେଷ ଓ ବିଜେପିରୁ ପ୍ରାର୍ଥୀ ହେଲେ ଯୁଗଳ
March 08
21:40 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୮/୩ : ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ଦିନ ଥିବା ବେଳେ ଆଜି ତିନି ପ୍ରମୁଖ ରାଜନୈତିକ ଦଳ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ତିନି ପ୍ରମୁଖ ରାଜନୈତିକ ଦଳ ସହିତ ଅଧ୍ୟକ୍ଷ ପଦବୀ ପାଇଁ ସମୁଦାୟ ୧୦ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୧୭ ଗୋଟି ୱାର୍ଡର କାଉନସିଲର ପଦବୀ ପାଇଁ ବିଜେଡି ଓ ବିଜେପି ପକ୍ଷରୁ ସମସ୍ତ ୱାର୍ଡରେ ପ୍ରାର୍ଥୀ ଦେଇଥିବେ ବେଳେ କଂଗ୍ରେସ ୧୪ ଗୋଟି ୱାଡରେ କାଉନସିଲ ପ୍ରାର୍ଥୀ ଦେଇଛି ।
ନାମାଙ୍କନ ପତ୍ର ଦାଖଲ ପରେ ଏବେ ସହରରେ ରାଜନିତି ଜୋର ଧରିଛି । ବିଜେଡି ପକ୍ଷରୁ ଅଧ୍ୟକ୍ଷ ପ୍ରାର୍ଥୀ ନେଇ ବିଭିନ୍ନ ଚର୍ଚ୍ଚା ଚାଲିବା ସହ ବହୁ ଆଶୟୀ ଥିଲେ । କିନ୍ତୁ ସବୁ କଳ୍ପନା ଜଳ୍ପନା ଏଡାଇ ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଛି ।
ସେହିପରି କଂଗ୍ରେସ ପକ୍ଷରୁ ଗଣେଷ ପ୍ରସାଦ ଅଗ୍ରୱାଲା ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ ହୋଇଥିବାବେଳେ ଯୁଗଳ କିଶୋର ସାମଲ ବିଜେପି ପକ୍ଷରୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏହାବ୍ୟତୀତ ଶେଷ ଦିନରେ ବଗିଚାସାହିର ଲକ୍ଷ୍ମୀପ୍ରିୟା ପରିଡା, ବୁଟୁପାଲିର ରାଜକୁମାର ମେହେର ଖଲିଆବଗିଚାର ରଞ୍ଜିତ କୁମାର ପଟ୍ଟନାୟକ,ବାବୁସାହିର ସତ୍ୟବାନ ମହାକୁଡ ଓ ବାପୁଜୀନଗରର ରେବତୀ ବେହେରା ମଧ୍ୟ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ପୂର୍ବରୁ ବରିଷ୍ଠ ଆଇନଜିବୀ ଦେଶବନ୍ଧୁ ପଣ୍ଡା ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଷଷ୍ଠ କୁମାର ପୁରୋହିତ ସ୍ୱାଧୀନ ପ୍ରାର୍ଥୀ ଭାବରେ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ସମୁଦାୟ ୧୦ ଜଣ ପ୍ରାର୍ଥୀ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ଜଣାଯାଇଛି ।
ସେହିପରି ବିଜେଡି ପକ୍ଷରୁ କାଉନସିଲର ପଦ ପାଇଁ ୧ ନଂ ୱାର୍ଡ ପାଇଁ ଶ୍ୟାମସୁନ୍ଦର ବାରିକ, ୨ ନଂ ପାଇଁ ଦେବାଶିଷ ବିଶି, ୩ ପାଇଁ ମଞ୍ଜୁବାଳା ସାହୁ , ୪ ଜାମିନୀ ଅଗ୍ରୱାଲା, ୫ ପାଇଁ ମାନିନୀ ଅମାତ, ୬ ସନ୍ତୋଷିନୀ ନେପାକ, ୭ନଂ ଜ୍ୟୋସ୍ନାରାଣୀ ଦଳବେହେରା, ୮ ଲକ୍ଷ୍ମୀ ମେହେର, ୯ ସ୍ୱର୍ଣ୍ଣଲତା ଦଳେଇ, ୧୦ ଭରତ ନାଏକ , ୧୧ ସୁବାଷିନୀ ସେଠୀ, ୧୨ଂ ତପସ୍ୱିନୀ ତରିଆ, ୧୩ ଧବଳେଶ୍ୱର ମାଝୀ, ୧୪ ରାଧେଶ୍ୟାମ ସେଠୀ , ୧୫ ନାରାୟଣ ଦଳବେହେରା, ୧୬ ଚନ୍ଦ୍ରିକା ବେହେରା, ଓ ୧୭ ପାଇଁ ଗୁରୁବାରି ବେରିହା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ ପକ୍ଷରୁ ୧ ନଂ ପାଇଁ ତପନ ରାଉତରାୟ, ୨ ବିଶ୍ୱଜିତ ମିଶ୍ର, ୩ ଚନ୍ଦ୍ରକଳା ସେଠୀ, ୪ ସୁଜତା ବହିଦାର, ୫ ମମତା ପଣ୍ଡା, ୬ ଶୁଭଲକ୍ଷ୍ମୀ ସିଂ, ୭ ଝିଲ୍ଳୀ ଦେହୁରୀ, ୮ ଅଭାଗିନୀ ସାଥୁଆ, ୯ ଅନାମ ବେହେରା, ୧୧ରେ ଅନୀତା ସେଠୀ, ୧୨ ଅନୁ ବେହେରା, ୧୫ ଦୟାନନ୍ଦ ମହାପାତ୍ର, ୧୬ ଉତ୍ତମ ବେହେରା , ୧୭ ନାରାୟଣ ବେହରା ପ୍ରାର୍ଥୀ ହୋଇଥିବା ବେଳେ ୧୦, ୧୩ ଓ .୧୪ ନମ୍ବର ୱାଡରେ କୌଣସି ପ୍ରାର୍ଥୀ ଦେଇନାହାନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031