Indus Valley Times

ବୌଦ୍ଧ ବ୍ଲକରେ ବ୍ଲକ ସ୍ତରୀୟ ମିଶନ ଶକ୍ତି ଲୋନ ମେଳାର ଆୟୋଜନ

 Breaking News

ବୌଦ୍ଧ ବ୍ଲକରେ ବ୍ଲକ ସ୍ତରୀୟ ମିଶନ ଶକ୍ତି ଲୋନ ମେଳାର ଆୟୋଜନ

October 30
19:30 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୧୦: ବୌଦ୍ଧ ବ୍ଲକ ରେ ଶନିବାରବ୍ଲକ ସ୍ତରୀୟ ମିଶନ ଶକ୍ତି ଲୋନ ମେଳା ର ଆୟୋଜନ କରାଯାଇଛି । ମିଶନ ଶକ୍ତି ଜରିଆ ରେ ଏସ ଏଚ ଜି ମହିଳା ମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ବ୍ୟାଙ୍କ ଲୋନ ପ୍ରଦାନ କରାଇବା ଉଦ୍ଦେଶ୍ୟ ରେ ଏହି ଲୋନ ମେଳା ର ଆୟୋଜନ କରା ଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରତ୍ୟୁଷ କୁମାର ରଥ ଯୋଗ ଦେଇ ଉଦବୋଧନ ଦେଇଥିଲେ ।
ଏହି ମେଳା ରେ ୩୦୩ ଟି ଏସଏଚଜି ଙ୍କୁ ୭ କୋଟି ୭୯ ଲକ୍ଷ୍ୟ ଟଙ୍କା ଋଣ ପ୍ରଦାନ କରାଯାଇଛି. ବିଡିଓ ବୌଦ୍ଧ ଶ୍ରୀ ଅବିନାଶ ପାଣ୍ଡିଆ ଏଲଡିଏମ ଶ୍ରୀ ରବୀନ୍ଦ୍ର ସେଠି, ଡିପିଏମ ଓ ଡିପିସି ଶ୍ରୀ ଦେବଦତ୍ତ ମିଶ୍ର, ସିଡିପିଓ ଶ୍ରୀମତୀ ମିନତୀ ଦେଓ, ଏ ପି ଡି ଲାଇଭଲିହୁଡ଼ ଶ୍ରୀମତୀ ଜୋସ୍ନାରାଣୀ ପୁରୋହିତ ମଞ୍ଚ ରେ ଉପସ୍ଥିତ ଥିଲେ ।
ଏହି ମେଳା ରେ ୧୦୦ ଏସଏଚଜି ମହିଳା ତଥା ମିଶନ ଶକ୍ତି ର ବ୍ଲକ ଓ ପଂଚାୟତ ସ୍ତରୀୟ କର୍ମକର୍ତ୍ତା ବ୍ୟାଙ୍କ ମିତ୍ର, ଏମ ବି କେ ସି ଆର ପି ଉପସ୍ଥିତ ଥିଲେ. ବ୍ଲକ କର୍ମକର୍ତ୍ତା ସତ୍ୟପ୍ରିୟ ବଘାର, ବିଜୟ କୁମାର ଭୋଇ ଓ ସସ୍ମିତା ବାଦୀ, ରାହୁଲ କହଁର ସମନ୍ୱୟ ମେଳା ର ଆୟୋଜନ ରେ ସହଯୋଗ ପ୍ରଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031