Indus Valley Times

ବୌଦ୍ଧ: ଭାରତୀୟ ଅଙ୍ଗଦାନ ଦିବସ ପାଳନ

 Breaking News

ବୌଦ୍ଧ: ଭାରତୀୟ ଅଙ୍ଗଦାନ ଦିବସ ପାଳନ

ବୌଦ୍ଧ: ଭାରତୀୟ ଅଙ୍ଗଦାନ ଦିବସ ପାଳନ
August 03
20:13 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩/୮: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ବୌଦ୍ଧ ପକ୍ଷରୁ ରାମକୃଷ୍ଣ ବାଳାଶ୍ରମ ଶିଶୁ ଗୃହ, ବିରନରସିଂହପୁର ଓ ପର୍ଯ୍ୟବେକ୍ଷଣ ଗୃହ, କେଲାକଟା ଠାରେ ଭାରତୀୟ ଅଙ୍ଗଦାନ ଦିବସ ପାଳନ ହୋଇ ଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. କିଶୋର ଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ପଟ୍ଟଚିତ୍ର ଓ ପାୱାର ପଏନ୍ଟ ମାଧ୍ୟମରେ ଅଙ୍ଗଦାନ ଓ ପ୍ରତିରୋପଣ ର ସରକାରୀ ନିୟମ ଓ କାଯ୍ୟକାରିତା ବିଷୟରେ ବୁଝାଇଥିଲେ ।
ମଣିଷ ଶରିରରେ କେଉଁ ଅଙ୍ଗ ସବୁ ପ୍ରତିରୋପଣ କରାଯାଇପାରିବ ଓ କେଉଁ ପରିସ୍ଥିତିରେ ଦାନ କରାଯାଇପାରିବ ତାହା ବୁଝାଇ କହିଥିଲେ । ସମ୍ମାନୀତ ଅତିଥି ଭାବରେ ଶିଶୁ ମଙ୍ଗଳ ସମିତି ଅଧ୍ଧକ୍ଷ ଶ୍ରୀ ଦାମୋଦର ସାହୁ ଯୋଗଦେଇ ଅଙ୍ଗ ଦାନ ଭଳି ମହତ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ନିଜେ ଓ ନିଜ ପରିବାର ରେ ବୁଝାଇବା ପାଇଁ କହିଥିଲେ ।
ସମ୍ମାନୀତ ଅତିଥି ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରାହୁଲ ପ୍ରଧାନ ଯୋଗଦେଇ ଅଙ୍ଗ ଦାନ ମହା ପୁନ୍ୟ ଓ ଅଙ୍ଗଦାନ କରି କିଭଳି ଅନ୍ୟ ମାନଙ୍କ ଜୀବନ ବଂଚାଇ ହେବ ତାହା କହିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଚିତ୍ରାଙ୍କନ, ସ୍ଲୋଗାନ ଓ କୁଇଜ୍ ଭଳି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସମସ୍ତ ଶିଶୁ ଗୃହ ର କର୍ମଚାରୀ ଓ ଅନ୍ତେବାସୀ ମାନେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସୁରକ୍ଷା ଅଧିକାରୀ ଆନୁଷ୍ଠାନିକ ଯତ୍ନ ଶ୍ରୀ ରାଜେନ୍ଦ୍ର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଆଇନ ଅଧିକାରୀ ଶ୍ରୀ ସମରସେନ ସିଂ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଚିତ୍ରସେନ ସାହୁ ଓ ରଞିତ ସାହୁ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30