Indus Valley Times

ବୌଦ୍ଧ ମହୋତ୍ସବ ଓ ପୁରୁଷ ବିଶ୍ୱକପ ହକିର ଶୁଭାରମ୍ଭ ଅବସରରେ, ପଥଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ

 Breaking News

ବୌଦ୍ଧ ମହୋତ୍ସବ ଓ ପୁରୁଷ ବିଶ୍ୱକପ ହକିର ଶୁଭାରମ୍ଭ ଅବସରରେ, ପଥଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ

ବୌଦ୍ଧ ମହୋତ୍ସବ ଓ ପୁରୁଷ ବିଶ୍ୱକପ ହକିର ଶୁଭାରମ୍ଭ ଅବସରରେ, ପଥଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ
January 11
22:52 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୧: ବିଶ୍ୱ କପ୍ ହକି ଓ ବୌଦ୍ଧ ମହୋତ୍ସବ ଶୁଭାରମ୍ଭ ଅବସରରେ ବୁଧବାର ସକାଳ ୭ଘଂଟାରୁ ସହରର ହାତିଶାଳରୁ ପୋଡାପଡା ଛକ ପର୍ଯ୍ୟନ୍ତ ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ବିଭିନ୍ନ କ୍ରିଡା ସଂଗଠନ ପକ୍ଷରୁ ସଂଗିତ, ନାଚ, ଯୋଗାଭ୍ୟାସ, ମ୍ୟୁଜିକ, ପଥପ୍ରାନ୍ତ ନାଟକ, ଝୋଟି, ଚିତ୍ରକଳା, ଶାରୀରିକ କଳା ପ୍ରଦର୍ଶନ କରାଯାଇ ଦର୍ଶକଙ୍କ ମନମୋହିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଂଜନ ସାହୁ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ଥାନିୟ କଚେରୀ ପଡିଆ ଠାରେ ଆଜିଠାରୁ ୫ଦିନ ବ୍ୟାପି ଜିଲ୍ଳା, ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପଲ୍ଲିଶ୍ରୀ ମେଳା ଓ ଜିଲ୍ଲାରେ ପ୍ରଥମ ଥରପାଇଁ ରାଜ୍ୟ ସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି ବୋଲି ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ପ୍ରକାଶ କରିଥିଲେ ।
ଏହି ମେଳା ଓ ମହୋତ୍ସବରେ ସମୁଦାୟ ୨୩୦ଟି ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲ ଗୁଡିକରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତ ଶିଳ୍ପ କାରିଗରୀ, ହସ୍ତତନ୍ତ ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରୟ ବ୍ୟବସ୍ତା ରହିଛି । ମେକଇନ୍ ବୌଦ୍ଧରେ ବୌଦ୍ଧର ଉତ୍ପାଦିତ ମୁଗଡାଲି, ମହାନଦୀ ମାଛ ତମ୍ବା କାରିଗରୀ ଓ ବୌଦ୍ଧର ପ୍ରସ୍ତୁତ ବସ୍ତ୍ର ପ୍ରଭୃତି ଏଠାରେ ସ୍ୱତନ୍ତ୍ରଭାବେ ପ୍ରଦର୍ଶିତ ଓ ବିକ୍ରୟ ବ୍ୟବସ୍ଥା କରାଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରେ ଜିଲ୍ଲାର ଉତ୍ପାଦିତ ଦ୍ରବ୍ୟ ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରୟ କରାଯିବା ପାଇଁ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।
ଏଥିସହ ମହୋତ୍ସବ ପଡିଆ ଠାରେ ବିଶ୍ୱକପ ହକିର ସିଧା ପ୍ରସାରଣ ଏଲଇଡି ପରଦାରେ ପ୍ରଦର୍ଶିତ ହେବାର ଯୋଜନା କରାଯାଇଛି । ଏହି ସମ୍ମିଳନୀରେ ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦିପ କୁମାର ଅମାତ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଡିଆରଡିଏ ପିଡି ଅଶ୍ୱିନୀ କୁମାର ମେହେର, ଉପ ଜିଲ୍ଲାପାଳ ରବିନ୍ଦ୍ରନାଥ କହଁର ଉପସ୍ଥିତ ଥିଲେ । ୧୨ ତାରିଖ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଓ ରାଜ୍ୟ ସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀ ଶୁଭାରମ୍ଭ ହେବ ।
ବୌଦ୍ଧ: ଗଂଜେଇ ସହ ବାଇକ ଜବତ ଜଣେ ଗିରଫ
ବୌଦ୍ଧ, ୧୧/୧: ବୌଦ୍ଧ ଆଦର୍ଶ ଥାନା ପୁଲିସ ପକ୍ଷରୁ ଗତକାଲି ରାତିରେ ବଘିଆପଡା ଫାଣ୍ଡି ଆମ୍ବଝରୀ ପଂଚାୟତର ଝାଙ୍କରପଡା ଗ୍ରାମ ନିକଟରେ ଚଢାଉ କରାଯାଇ ଏକ ବାଇକ ସହ ୨୧ କେଜି ୪ ଶହ ଗ୍ରାମ ଗଂଜେଇ ଜବତ କରାଯାଇଥିବା ବେଳେ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ମତେ, ଗତକାଲି ରାତିରେ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ପ୍ରଧାନଙ୍କ ନିର୍ଦ୍ଦେଶରେ ବଘିଆପଡା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନଙ୍କ ନେତୃତ୍ୱରେ ପୁଲିସର ଏକ ଟିମ ଖଜୁରୀପଡା-ଝାଙ୍କରପଡା ରାସ୍ତାରେ ରାତ୍ରିକାଳୀନ ପେଟ୍ରୋଲିଙ୍ଗ ଚାଲିଥିବା ସମୟରେ ଏକ ବାଇକ(ଓଡି ୩୧ସି ୫୩୪୫) ଉପରେ ଚଢାଉ କରି ବାଇକରୁ ୨୧ କିଲୋ ୪ଶହ ଗ୍ରାମ ଗଂଜେଇ ଜବତ କରିଥିବା ବୌଦ୍ଧଥାନା ବଘିଆପଡା ପଂଚାୟତର ଏରଡା ଗ୍ରାମର ବିଷ୍ଣୁ ଚରଣ ବେହେରାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031