Indus Valley Times

ବୌଦ୍ଧ ରଥଯାତ୍ରା ପ୍ରସ୍ତୁତି ବୈଠକ,ଠିକ୍ ସମୟରେ ଠାକୁରଙ୍କ ନିତିକାନ୍ତି ପାଳନକୁ ଗୁରୁତ୍ୱ

 Breaking News

ବୌଦ୍ଧ ରଥଯାତ୍ରା ପ୍ରସ୍ତୁତି ବୈଠକ,ଠିକ୍ ସମୟରେ ଠାକୁରଙ୍କ ନିତିକାନ୍ତି ପାଳନକୁ ଗୁରୁତ୍ୱ

ବୌଦ୍ଧ ରଥଯାତ୍ରା ପ୍ରସ୍ତୁତି ବୈଠକ,ଠିକ୍ ସମୟରେ ଠାକୁରଙ୍କ ନିତିକାନ୍ତି ପାଳନକୁ ଗୁରୁତ୍ୱ
May 17
21:42 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୫ : ସମୟରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଗାମୀ ରଥଯାତ୍ରାକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀମିଶ୍ର ସମସ୍ତଙ୍କୁ ସ୍ୱାଗତ କରିଥିବାବେଳେ ବିଗତ ବର୍ଷର ଆୟ ବ୍ୟୟର ହିସାବ ଦିଆଯାଇଥିଲା ।
ଦୁଇବର୍ଷ ହେଲା କରୋନା କଟକଣା ପାଇଁ ନିରାଡମ୍ବର ଭାବରେ ରଥଯାତ୍ରା ଉତ୍ସବକୁ କେବଳ ମନ୍ଦିର ଭିତରେ ପାଳନ କରାଯାଇଥିବାବେଳେ ଚଳିତବର୍ଷ ଏହାକୁ ଧୁମଧାମ୍ ରେ ପାଳନ କରିବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ରଥଯାତ୍ରା ସମୟରେ ଭକ୍ତଙ୍କ ଭିଡକୁ ଲକ୍ଷ ରଖି ଆବଶ୍ୟକୀୟ ଶାନ୍ତି ଶୃଙ୍ଖଳା ରକ୍ଷାକୁ ଗୁରୁତ୍ୱ ଦେବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଏସ ପି ଜ୍ଞାନ ରଞ୍ଜନ ମହାନ୍ତି ବୈଠକରେ ଯୋଗଦେଇ ଜିଲ୍ଲା ପୋଲିସ ପକ୍ଷରୁ ରଥଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବାକୁ ପ୍ରତିଶୃତି ଦେଇଥିଲେ ।
ରଥ ମରାମତି ତଦାରଖ ପାଇଁ ପୁର୍ତ ବିଭାଗ,ମହାରଣା,ମେକାନିକାଲ ଇଂଜିନିୟର,ନିଜାରତ ଅଧିକାରୀ,ଏମଭିଆଇ ଓ ବନଖଣ୍ଡ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯିବା ସହିତ ଏହି କମିଟି ପୁରୁଣା ରଥର ଅନୁଧ୍ୟାନ କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
କମିଟି ରିପୋର୍ଟ ପ୍ରଦାନ ପରେ ରଥ ମରାମତି ପାଇଁ ଗଛିତ କାଠ ଅନୁଧ୍ୟାନ କରାଯିବା ପରେ ଆବଶ୍ୟକୀୟ କାଠ ବନ ବିଭାଗ ପକ୍ଷରୁ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ରଥଯାତ୍ରା ପରିଚାଳନା ପାଇଁ ଆବଶ୍ୟକୀୟ ପାଣ୍ଠି ସଂଗ୍ରହ ପାଇଁ ଆଲୋଚନା କରାଯିବା ସହିତ ମୀନାବଜାର ପକାଇ ପାଣ୍ଠି ଯୋଗାଡ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଠାକୁରମାନଙ୍କ ଆଭୁଷଣ ଅଳଙ୍କାର ତଦାରଖ ଓ ମରାମତି ଓ ରଥରେ ନୂତନ କପଡା ଲଗାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ପୁର୍ତ ବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡଦାଣ୍ଡର ସ୍ଥିତି ଅନୁଧ୍ୟାନ କରାଯିବା ସହିତ ଆବଶ୍ୟକୀୟ ମରାମତି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ମାଉସୀ ମା ମନ୍ଦିରରେ ଠାକୁରମାନଙ୍କ ରୋଷଶାଳା ନିର୍ମାଣ,ମାଉସୀ ମା ମନ୍ଦିର ସମ୍ମୁଖରେ ସିଂହଦ୍ୱାର ନିର୍ମାଣ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଧାରାବିବରଣୀ ପ୍ରଦାନ କରାଯିବାକୁ ଜିଲା ସୂଚନା ଓ ଲୋକସଂପର୍କ ବିଭାଗକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।
ସେହିପରି ବ୍ରାହ୍ମଣ ସମାଜ ପକ୍ଷରୁ ସଂପାଦକ ଦେବାଶିଷ ପୁରୋହିତ ଦେବସ୍ନାନ ପୁର୍ଣ୍ଣିମା ଠାରୁ ନିଳାଦ୍ରି ବିଜେ ପର‌୍ୟ୍ୟନ୍ତ ଠାକୁରମାନଙ୍କ ନିତିକାନ୍ତି ପାଳନ ନେଇ ଲଗ୍ନ ପ୍ରଦାନ କରିଥିଲେ ।
ଠିକ୍ ସମୟରେ ଠାକୁରମାନଙ୍କ ନିତିକାନ୍ତି ପାଳନ କରାଯିବାକୁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର,ଉପଜିଲ୍ଲାପାଳ ସନତ କୁମାର ନାଏକ, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ବନଖଣ୍ଡ ଅଧିକାରୀ,ଏନଏସି ନିର୍ବାହୀ ଅଧିକାରୀ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜନସ୍ୱାସ୍ଥ୍ୟ ଅଧିକାରୀ. ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ରଥଯାତ୍ରା ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031