Indus Valley Times

ବୌଦ୍ଧ: ଶଶୁରର ହତ୍ୟାକାରୀ ଅଭିଯୁକ୍ତ ଜ୍ୱାଇଁକୁ ଆଜୀବନ କାରାଦଣ୍ଡାଦେଶ

 Breaking News

ବୌଦ୍ଧ: ଶଶୁରର ହତ୍ୟାକାରୀ ଅଭିଯୁକ୍ତ ଜ୍ୱାଇଁକୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ: ଶଶୁରର ହତ୍ୟାକାରୀ ଅଭିଯୁକ୍ତ ଜ୍ୱାଇଁକୁ ଆଜୀବନ କାରାଦଣ୍ଡାଦେଶ
December 23
10:56 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୩/୧୨: ବୌଦ୍ଧ ଥାନା ସରସରା ଗ୍ରାମରେ ୨୦୧୮ ମସିହାରେ ଏକ ହତ୍ୟାକାଣ୍ଡ ଘଟିଯାଇଥିଲା । ଏହି ହତ୍ୟା କାଣ୍ଡର ରାୟ ଆଜି ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଳା ଦୌରାଜଜ ଏହି ମାମଲାର ବିଚାର କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି ।
ଅଭିଯୁକ୍ତ ଜଣକ ହେଲେ ପଙ୍କଜ ସେଠୀ । ମାମଲାରୁ ପ୍ରକାଶ ଯେ ବୌଦ୍ଧ ଥାନା ଅର୍ନ୍ତଗତ ସରସରା ଗ୍ରାମର ଘୁରୁଣ୍ଡୁ ବାରିକ(୬୫)ଙ୍କ ଘରେ ତାଙ୍କର ଜ୍ୱାଇଁ ପଙ୍କଜ ସେଠୀ (୪୫) ନିଜର ପରିବାର ସହ ଶଶୁର ଘରେ ରହିଆସୁଥିଲା । ପଙ୍କଜ ଅଳସୁୃଆ ପ୍ରକୃତିର ଥିବାରୁ ଶଶୁର ସହିତ ବହୁ ସମୟରେ କଳି ଗଣ୍ଡୋଗୋଳ କରିଆସୁଥିଲା ।
ଗତ ୧୬.୧୨.୧୮ ରିଖରେ ଶଶୁର ଘୁରୁଣ୍ଡୁ ଓ ଜ୍ୱାଇଁ ପଙ୍କଜ ମିଶି ଧାନ ବିଲକୁ ଧାନ କଳେଇ ବାନ୍ଧିବାକୁ ସକାଳୁ ସକାଳୁ ଯାଇଥିଲେ । ଏହାର କିଛି ସମୟରେ ଶାଶୁ ଶ୍ରାବଣୀ ବିଲକୁ ଯାଇଥିବା ବେଳେ ସ୍ୱାମୀ ଘରୁଣ୍ଡୁ ରକ୍ତ ଜୁଡୁ ଜୁଡୁ ଅବସ୍ଥାରେ ପଡିରହିଥିଲା ।
ଏନେଇ ବିଲରେ ଥିବା ନାତିକୁ ପଚାରିବାରୁ ବାପା ପଙ୍କଜ ସେଠି ଏକ ଟାଙ୍ଗିଆରେ ମୁଣ୍ଡ ଓ ବେକକୁ ହାଣି ଫେରାର ହୋଇଯାଇଥିବା ଆଇକୁ କହିଥିଲା । ଏନେଇ ଶ୍ରାବଣୀ ଘଟଣା ଦିନ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବୌଦ୍ଧ ପୁଲିସ ଥାନା କେସନଂ ୨୮୦/୧୮ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ଅଭିଯୁକ୍ତ ଜ୍ୱାଇଁକୁ ପୁଲିସ ୧୭.୧୨.୨୦୧୮ରେ ଗିରଫ କରି ବିଚାର ପାଇଁ କୋର୍ଟକୁ ପଠାଇଥିଲା । ପରବର୍ତ୍ତୀ ସମୟରେ ମାମଲାଟି ଜିଲ୍ଲାଦୌରାଜଜଙ୍କ ଅଦାଲତରେ ଏସଟି କେସ ନଂ ୯/୧୯ ହୋଇ ବିଚାର ହୋଇଥିଲା । ମାମଲରେ ସରକାରଙ୍କ ପକ୍ଷରୁ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପ୍ରମାଣ ଥିବା ନେଇ କୋର୍ଟ ଅଭିଯୁକ୍ତ ପଙ୍କଜ ସେଠୀକୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରୁଥିଲେ ।
ବୌଦ୍ଧ : ଗଞ୍ଜେଇ ଚାଲାଣ ମାମଲା,ଅଭିଯୁକ୍ତ ନିର୍ଦୋଷରେ ଖଲାସ
ବୌଦ୍ଧ,୨୩/୧୨: ବୌଦ୍ଧ ଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ ଗୁରୁବାର ଏକ ଗଞ୍ଜେଇ ଚାଲାଣ ମାମଲାକୁ ବିଚାର କରି ଅଭିଯୁକ୍ତକୁ ନିର୍ଦୋଷର ଖଲାସ କରିଛନ୍ତି ।
ମାମଲାରୁ ପ୍ରକାଶ ଯେ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଗତ ୨୯.୫.୨୦୧୮ ରିଖରେ ଆମ୍ବଝରି ଗ୍ରାମଫଚାୟତର ସାନବବଡା ଗ୍ରାମରେ ପଇଁତରା କାର୍ଯ୍ୟ କରୁଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇଲେ ଯେ ସେହି ଗ୍ରାମର ସୁବଳ ବେହେରାଙ୍କ ଘରେ ଗଞ୍ଜେଇ ଚାଲାଣ ପାଇ ରଖାଯାଇଛି ।
ଅବକାର କର୍ମଚାରୀ ମାନେ ସୁବଳ ବେହେରାଙ୍କ ଘର ଉପରେ ଚଢାଉ କରିଥିବା ବେଳେ ସୁବଳ ସେଠାରୁ ଖସି ପଲାଇଥିଲା,ଘର ଭିତରୁକ ଗୋଟିଏ ବାଇକରେ ଥିବା ଗୋଟିଏ ବସ୍ତା ଓ ଘର ବାରଣ୍ଡାରେ ଥିବା ୩ ଗୋଟି ବସ୍ତାରୁ ଏକ କ୍ୟୁନ୍ଟଲ ୨୦ କେଜି ଗଞ୍ଜେଇ ଜବତ କରିଥିଲେ, ଅବକାରୀ ବିଭାଗ ପକ୍ଷରୁ ଅଭିଯୁକ୍ତ ନାମରେ ଏକ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରିଥିଲା ।
ମାମଲାଟି ସ୍ୱେଶାଲ ଜଜଙ୍କ ଅଦାଲତରେ ୨ଏସିସି ୪/୧୮ ହୋଇ ବିଚାର ହୋଇଥିଲା, କିନ୍ତୁ ନିର୍ଦ୍ଦାରିତ ସମୟରେ ଫାଇନାଲ ଚାର୍ଜ ସିଟ ଦେଇନପାରିବାରୁ ଅଭିଯୁକ୍ତ ଜାମିନ ପାଇଥିଲେ,ମାମଲାରେ ସରକାରଙ୍କ ପକ୍ଷରୁ ୫ ଜଣଙ୍କ ବୟାନକୁ ଭିତି କରି ପ୍ରମାଣ ଅଭାବାରୁ ଅଭିଯୁକ୍ତ ସୁବଳକୁ ଗୁରୁବାର ଦିନ କୋର୍ଟ ନିର୍ଦୋଷରେ ଖଳାସ କରିଛନ୍ତି, ଅଭିଯୁକ୍ତ ପକ୍ଷରୁ ମାମଲାକୁ ଓକିଲ ରାଜୀବ କୁମାର ଦଲାଲା ପରିଚାଳନା କରୁଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031