Indus Valley Times

ବୌଦ୍ଧ ସଡକ ସୁରକ୍ଷା ସମିତି ବୈଠକ,ଜିଲ୍ଲାରେ ବଢୁଥିବା ଦୁର୍ଘଟଣା ମୃତ୍ୟୁକୁ ନେଇ ଉଦବେଗ

 Breaking News

ବୌଦ୍ଧ ସଡକ ସୁରକ୍ଷା ସମିତି ବୈଠକ,ଜିଲ୍ଲାରେ ବଢୁଥିବା ଦୁର୍ଘଟଣା ମୃତ୍ୟୁକୁ ନେଇ ଉଦବେଗ

October 24
09:17 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୪/୧୦ : ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ସଡକ ସୁରକ୍ଷା ସମିତି ବୈଠକରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଅଧ୍ୟକ୍ଷତା କରି ଜିଲାରେ ବୃଦ୍ଧି ପାଉଥିବା ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଦୁର୍ଘଟଣାସ୍ଥଳ ଗୁଡିକୁ ଚିହ୍ନଟ କରାଯାଇ ଗାଡିଚାଳକମାନଙ୍କ ପାଇଁ ଉପଯୁକ୍ତ ସୂଚନା ଫଳକ ଲଗାଯାଉନଥିବାରୁ ଅସେନ୍ତୋଷ ପ୍ରକାଶ କରିଥିଲେ ।
ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ୨୦୨୦ ରେ ସେପ୍ଟେମ୍ବର ମାସ ମଧ୍ୟରେ ୯୪ ଟି ଦୁର୍ଘଟଣା ଘଟି ୪୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୧ ରେ ସେପ୍ଟେମ୍ବର ମାସ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୧୭ ଟି ଦୁର୍ଘଟଣା ଘଟି ୬୧ ଜଣଙ୍କ ମ୍ୟତ୍ୟୁ ହୋଇସାରିଲାଣି । କେବଳ ଜୁନ ମାସରେ ୧୯ ଟି ଦୁର୍ଘଟଣାରେ ସର୍ବାଧିକ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନା ମୁତାବକ ଚଳିତବର୍ଷର ଜାନୁୟାରୀ ମାସରେ ୧୫ ଟି ଦୁର୍ଘଟଣାରେ ୬ ଜଣ,ଫେବୃୟାରୀ ମାସରେ ୧୭ ଟି ଦୁର୍ଘଟଣାରେ ୬ ଜଣ,ମାର୍ଚ୍ଚ ମାସରେ ୧୨ଟି ଦୁର୍ଘଟଣାରେ ୭ ଜଣ,ଅପ୍ରେଲ ମାସରରେ ୧୧ ଟି ଦୁର୍ଘଟଣାରେ ୮ ଜଣ,ମଇ ମାସରେ ୫ ଟି ଦୁର୍ଗଟଣାରେ ୩ ଜଣ,ଜୁନ ମାସରେ ୧୯ ଟି ଦୁର୍ଘଟଣାରେ ୧୨ ଜଣ,ଜୁଲାଇ ମାସରେ ୧୧ ଟି ଦୁର୍ଘଟଣାରେ ୭ ଜଣ,ଅଗଷ୍ଟ ମାସରେ ୧୪ ଟି ଦୁର୍ଘଟଣାରେ ୬ ଜଣ ଓ ସେପ୍ଟେମ୍ବର ମାସରେ ୧୩ ଟି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।
ଜାତୀୟ ରାଜପଥ ନିର୍ମାଣ ହେବାପରେ ବେପରୁଆ ଗାଡିଚାଳନା ଯୋଗୁଁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବାରୁ ଟ୍ରାଫିକ୍ ନିୟମ କଡାକଡି ଭାବରେ ଲାଗୁ କରିବାକୁ ଜିଲାପାଳ ଶ୍ରୀମିଶ୍ର ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କୁ ଧରାଯାଇ ୫ ହଜାର ଟଙ୍କା ଲେଖାଏଁ ତଣ୍ଡ ଆଦାୟ କରିବାକୁ ଜିଲାପାଳ ଆଞ୍ଚଳିକ ପରିବହନ ବିଭାଗ ଓ ଜିଲା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।
ବୌଦ୍ଧ ସହରର ଏନଏସି ଛକଠାରେ ସ୍ଥାପିତ ନୂତନ ଟ୍ରାଫିକ ସିଗନାଲକୁ ସକାଳ ୯ ଘଣ୍ଟାଠାରୁ ରାତ୍ରି ୯ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା,ଜାତୀୟ ରାଜପଥରେ ସମସ୍ତ ଦୁର୍ଘଟଣାସ୍ଥଳକୁ ଚିହ୍ନଟ କରାଯାଇ ଗତି କମାଇବାକୁ ଗାଡିଚାଳକମାନଙ୍କ ପାଇଁ ସୂଚନା ଫଳକ ଲଗାଇବା ଓ ବିପଦଜନକ ସ୍ଥାନରେ ରମ୍ବଲର ନିର୍ମାଣ କରାଇବା,ବୌଦ୍ଧ ଏନଏସି ଛକ,ମହାନଦୀ ବ୍ରିଜଛକ ଓ ଜାମୁଛକଠାରେ ସିସିଟିଭି କ୍ୟାମେରା ଲଗାଇବା ଓ ଗୃହରକ୍ଷୀମାନଙ୍କୁ ଟ୍ରାଫିକ୍ ପରିଚାଳନା ସଂପର୍କରେ ତାଲିମ ପ୍ରଦାନ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ପର୍ଯ୍ୟନ୍ତ ପହଞ୍ଚାଇବା ବ୍ୟକ୍ତିବିଶେଷଙ୍କୁ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ ପାଇଁ ସରକାର ଘୋଷଣା କରିଥିବାବେଳେ ଏହାର ପ୍ରଚାର ପ୍ରସାର ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।
ବୈଠକରେ ଜିଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି,ଅତିରିକ୍ତ ଜିଲାପାଳ ଅଶ୍ୱନୀ କୁମାର ମେହେର,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ବବିତା ରାଣୀ ଦଳବେହେରା, ଜୁନିୟର ଏମଭିଆଇ ପ୍ରମୋଦ କୁମାର ସିଂହ,ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶାନ୍ତନୁ କୁମାର ନାଏକ,ବୌଦ୍ଧ ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା,ବୌଦ୍ଧ କଲେଜ ଏନସିସି ଅଧିକାରୀ ପ୍ରାଧ୍ୟାପକ ଡଃ. ମହେନ୍ଦ୍ର ନାଥ ଦେବତା,ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ.ସଡକ ସୁରକ୍ଷା କମିଟି ସଦସ୍ୟ ଶଶାଙ୍କ ଶେଖର ମିଶ୍ରଙ୍କ ସମେତ ଜାତୀୟ ରାଜପଥ ଓ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031