Indus Valley Times

ବୌଦ୍ଧ: ସମସ୍ତଙ୍କ ପାଇଁ ଶିକ୍ଷା ଅବସରରେ ମିନିମାରାଥନ

 Breaking News

ବୌଦ୍ଧ: ସମସ୍ତଙ୍କ ପାଇଁ ଶିକ୍ଷା ଅବସରରେ ମିନିମାରାଥନ

ବୌଦ୍ଧ: ସମସ୍ତଙ୍କ ପାଇଁ ଶିକ୍ଷା ଅବସରରେ ମିନିମାରାଥନ
January 31
10:14 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୧/୧: ସମସ୍ତଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମ ଅବସରରେ ବୌଦ୍ଧଜିଲ୍ଲାରେ ବିଭିନ୍ନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ମିନିମାରାଥନ ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ ବୌଦ୍ଧ ଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଆଇପି ଆନନ୍ଦ ବେହେରା, ସାଂସଦ ପ୍ରତିନିଧି ତାରେଣୀ ମହାପାତ୍ର ଯୋଗଦେଇ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ମାରାଥନ ବୌଦ୍ଧ- ମର୍ଜାକୁଦ ଛକ ଠାରୁ ଆରମ୍ଭ ହୋଇ ସହର ପରିକ୍ରମ କରି ଜିଲ୍ଲା ଷ୍ଟାଡିୟମ ଠାରେ ଶେଷ ହୋଇଥିଲା । ସେଠାରେ ଅନୁଷ୍ଠିତ ସଭାରେ ଅତିଥିମାନେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ବୋଲି ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ସ୍ଥାପତ୍ୟ ସୁମନ ଷଡଙ୍ଗୀ ସଭା ପରିଚାଳନା କରିଥିବା ବେଳେ ଜିଲ୍ଲା ସଂଯୋଜକ ଲକ୍ଷ୍ମୀଧର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ମାରାଥନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱେଛାସେବୀ, ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।
ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକମାନଙ୍କ ବୈଠକ ,ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସମାନ କାମକୁ ସମାନ ଦରମା ଦାବୀ
ବୌଦ୍ଧ,୩୧/୧: ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମହାସଂଘର ସାଧାରଣ ବୈଠକ ରବିବାର ସହରର କର୍ମଚାରୀ ଭବନ ଠାରେ ବାସନ୍ତୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟ ଅତିଥିଭାବେ ମହାସଂଘର ଅଧ୍ୟକ୍ଷ ତାରେଣୀ କୁମାର ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ସଂଘର ଉପସଭାପତି ଡ. ବିକେଆରସି ଦେଓ ହେମ୍ରମ, ସଂଘର ଆଇନ ପରାମର୍ଶଦାତା ଅବିନାଶ ମେହେର, ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁକାନ୍ତି ପ୍ରଧାନ , ରାଜ୍ୟ ଜୋନାଲ ସଂପାଦକ ମଧୁସ୍ମିତା ପ୍ର୍ରିୟଦର୍ଶନି,ରାଜ୍ୟ କାର୍ଯ୍ୟକାରୀଣୀ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସଂଘ ସଭାପତି ଉତ୍ପଳ ପଟନାୟକ ମଞ୍ଚସୀନ ଥିଲେ ।
ବୈଠକରେ ଯୋଗ ଦେଇଥିବା ପୁରଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନେ ବର୍ତ୍ତମାନ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଣଦେଖା କରାଯାଉଥିବା ନେଇ ବିଷଦଗାର କରିଥିଲେ । ସେମାନେ ସ୍ୱାସ୍ଥ୍ୟ ବିଭାଗରେ ସମସ୍ତ କାମ କରୁଥିବା ବେଳେ ସେମାନଙ୍କୁ ଉପଯୁକ୍ତ ସମ୍ମାନ ମିଳୁନଥିବା ନେଇ ଅଭିଯୋଗ କରିଥିଲେ ।
ସେମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଅନ୍ୟ କର୍ମଚାରୀଙ୍କ ଭଳି ସମାନ କାମକୁ ସମାନ ଦରମା ପ୍ରଦାନ କରାଯାଉ, ସ୍ୱାସ୍ଥ୍ୟକର୍ମୀ ମାନଙ୍କ ରହିବା ପାଇ ଯେଉଁ ଉପସ୍ୱାସ୍ତ୍ୟ କେନ୍ଦ୍ରରେ ସରକାରୀ ଗୃହ ନାହି ତୁରନ୍ତ ଦିଆଯାଉ ଓ ଭାଙ୍ଗି ଥିବା ଗୃହ ଗୁଡିକୁ ତୁରନ୍ତ ମରାମତି କରାଯାଉ, ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଅନ୍ୟ କର୍ମଚାରୀଙ୍କୁ ତୁଳନାରେ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଯେଉଁ ପାନ୍ତର ଅନ୍ତର ବ୍ୟବହାର କରୁଛନ୍ତି ତାହା କରାନଯାଉ , ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ତାଙ୍କର ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ ଜିଲାସ୍ତରରେ ସମ୍ମାନୀତ କରାଯାଉ ଆଦି କରିଥିଲେ । ବୌଦ୍ଧର ସମ୍ପାଦକ ତାପସ କୁମାର ମିଶ୍ର ମଞ୍ଚ ପରିଚାଳନା କରିବା ସହ ବିବରଣୀ ପାଠ କରିଥିଲେ ।
ବୌଦ୍ଧ : ଜିଲ୍ଳା ସ୍ତରୀୟ ଢୁଲିଆ ମୂହୁରିଆ ସମ୍ମିଳନୀ
ବୌଦ୍ଧ,୩୧/୧: ଆଜି ବୌଦ୍ଧ ମାଟିର ଛୁଆ ଓ ବନ୍ଧାପଥର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ସ୍ଥାନୀୟ ସ୍କୁଲ ପଡିଆରେ ଜିଲ୍ଳା ସ୍ତରୀୟ ଢୁଲିଆ ମୂହୁରିଆ ସମ୍ମିଳନୀ ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଗୌତମ ପ୍ରଧାନ ଯୋଗଦେଇ କଳାର ପ୍ରଚାର ପ୍ରସାର ବିଷୟରେ କହିଥିଲେ,ମୁଖ୍ୟ ବକ୍ତା ରୂପେ ଫୁଲବାଣୀ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ଦିବ୍ୟରଞ୍ଜନ ତ୍ରିପାଠୀ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ପୁରାତନ ଦଣ୍ଡନୃତ୍ୟ ଓ ବିଭିନ୍ନ ପ୍ରକାର ବାଦ୍ୟ ଉପରେ ଆଲୋଚନା କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଗ୍ରାମର ଗୌନ୍ତିଆ ରମାକାନ୍ତ ପ୍ରଧାନ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ କଳାକାର ମାନେ କିପରି ଆଗକୁ ତାଙ୍କର କଳା ପାରିଦର୍ଶିତ କୁ ବଢ଼େଇ ଏହାର ନାମକୁ ଅନ୍ୟତ୍ର ଆଗରେ ପହଞ୍ଚେଇ ପାରିବେ ସେ ବିଷୟରେ ଆଲୋକପାତ କରିଥିଲେ ।
ବୌଦ୍ଧ ମାଟିର ଛୁଆର ସଂପାଦକ ଦେବାର୍ଚ୍ଚନ ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ବୌଦ୍ଧ ମାଟିର ଛୁଆର ସଭାପତି ନରେଶ ବେହେରା ମଞ୍ଚ ପରିଚାଳନା କରିବା ସହ ମହାନ କଳାକାରଙ୍କ ଜୀବନର ଉଦାହରଣ ଦେଇ କଳାକାର ମାନଙ୍କୁ ବୁଝାଇ ଥିଲେ ।
ବୌଦ୍ଧ ମାଟିର ଛୁଆର ଅନ୍ୟ ସମସ୍ତ ସଦସ୍ୟ ଏହି କାର୍ଯ୍ୟରେ ସଂପୂର୍ଣ୍ଣ ସାହାର୍ଯ୍ୟ ସହଯୋଗ କରି ଏହାକୁ ସଫଳତାର ସହ ଶେଷ କରିଥଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031