Indus Valley Times

ବୌଦ୍ଧ: ସର୍ବ ଭାରତୀୟ ଗ୍ରେଟ୍ ଇଣ୍ଡିଆ ପେଣ୍ଟର ଚାଲେଞ୍ଜ ଜିତିଲେ ବୌଦ୍ଧର ଯୁବକ ସୂର୍ଯ୍ୟକାନ୍ତ

 Breaking News

ବୌଦ୍ଧ: ସର୍ବ ଭାରତୀୟ ଗ୍ରେଟ୍ ଇଣ୍ଡିଆ ପେଣ୍ଟର ଚାଲେଞ୍ଜ ଜିତିଲେ ବୌଦ୍ଧର ଯୁବକ ସୂର୍ଯ୍ୟକାନ୍ତ

December 04
22:31 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୧୨ : ବୌଦ୍ଧ ସହର ଖଲିଆବଗିଚା ସାହିର ପେଣ୍ଟର ସୂର୍ଯ୍ୟକାନ୍ତ ମେହେର କେବଳ ବୌଦ୍ଧ ଜିଲ୍ଲା ନୁହେଁ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଥିବା ସୂଚନା ମିଳିଛି । ଇଣ୍ଡିଗୋ ପେଣ୍ଟସ ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ଅନଲାଇନ ପେଣ୍ଟିଙ୍ଗ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଦେଶର ୨୦ ଜଣ କୃତ୍ତି ପ୍ରତିଯୋଗୀଙ୍କ ମଧ୍ୟରେ ନିଜକୁ ମନୋନୀତ କରାଇ ଓଡିଶାର ଏକ ମାତ୍ର ପ୍ରତିଯୋଗୀ ଭାବରେ ସାବ୍ୟସ୍ତ କରି ପାରିଛନ୍ତି ।
ମୁମ୍ବାଇର ରାଜ୍ କୁମାର୍ ଷ୍ଟଡିଓ ଠାରେ ଗତ ସପ୍ତାହରେ ଆୟୋଜିତ ଗ୍ରେଟ୍ ଇଣ୍ଡିଆ ପେଣ୍ଟର ଚାଲେଞ୍ଜ ପୁରସ୍କାର ବିତରଣ ଉତ୍ସବରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଠାରୁ ପୁରସ୍କାର ସ୍ୱରୂପ ଏକ ବାଇକ ଚାବି ଗ୍ରହଣ କରିବାର ଗୌରବ ଲାଭ କରି ପାରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଇଣ୍ଡିଗୋ ପେଣ୍ଟସର ପରିଚାଳନା ନିର୍ଦ୍ଦେଶକ ହେମନ୍ତ ଜଲାନ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ସୂର‌୍ୟ୍ୟକାନ୍ତଙ୍କ ଏ ସଫଳତାରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ବୌଦ୍ଧ: ରାଜ୍ୟ ଶିଶୁସୁରକ୍ଷା ଆୟୋଗଙ୍କ ଦ୍ୱାରା ରାଜ୍ୟ ବ୍ୟାପି ଭ୍ରାମ୍ୟମାଣ ସଚେତନତା ରଥର ବୌଦ୍ଧ ଜିଲ୍ଲାପରିକ୍ରମା
ବୌଦ୍ଧ,୪/୧୨: ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ଦ୍ୱାରା ୪୦ ଦିନ ଧରି ରାଜ୍ୟ ବ୍ୟାପି ଭ୍ରାମ୍ୟମାଣ ସଚେତନତା ରଥ ପରିକ୍ରମା କରୁଥିବା ବେଳେ ଶନିବାର ଦିନ ବୌଦ୍ଧ ଜିଲ୍ଲାରେ ଭବ୍ୟ ସ୍ୱାଗତ କରାଯାଇଥିଲା ।
ଏହା ପରେ ଭ୍ରାମ୍ୟମାଣ ସଚେତନତା ରଥକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ସଦସ୍ୟା ଦିବ୍ୟା ଶାସ୍ୱତୀ ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସବୁଜ ପତାକା ଦେଖାଇ ଜିଲ୍ଲାରେ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ମିଶ୍ର ଅଧକ୍ଷତା କରି ଜିଲ୍ଲାକୁ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଜିଲ୍ଲାର ସମସ୍ତ ପୋଲିସ କାର୍ଯ୍ୟାଳୟକୁ ଶିଶୁ କେନ୍ଦ୍ରିକ କରିବା ପାଇଁ ପଦକ୍ଷେପ ନେବା ପାଇଁ ମତ ପ୍ରକାଶ କରିଥିଲେ । ବୈଷୟିକ ତଥା ଧନ୍ଦାମୂଳକଶିକ୍ଷାରେ ଶିକ୍ଷାଗ୍ରହଣ କରିବା ପାଇଁ କିଶୋର କିଶୋରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଜିଲ୍ଲାସ୍ତରିୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶାରାଜ୍ୟଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧକ୍ଷା ଶ୍ରୀମତୀ ପ୍ରଧାନ ଯୋଗଦେଇ ଶିଶୁମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ଯୋଜନାରେ ଶିଶୁଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଓ ଅନ୍ୟନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ସାମିଲକରା ଯାଇ ଶିଶୁସୁରକ୍ଷା ସୁନିଶ୍ଚିତ କରିବାପାଇଁପରାମର୍ଶ ଦେଇଥିଲେ ।
ସମ୍ମନୀତ ଅତିଥି ଭାବରେ ଦିବ୍ୟା ଶାସ୍ୱତୀ, ସଦସ୍ୟା, ରାଜ୍ୟଶିଶୁ ଅଧିକାର ସୁରକ୍ଷା ଆୟୋଗ ଯୋଗଦେଇ କିଶୋର, କିଶୋରୀମାନେ ସଚେତନ ହୋଇ ସାହାସର ସହ ବାଲ୍ୟବିବାହକୁ ବିରୋଧ କଲେ ଜିଲ୍ଲାରେ ବାଲ୍ୟବିବାହ ପ୍ରଥାକୁ ସମ୍ପୁଣ୍ଣ ବନ୍ଦ କରିହେବ ବୋଲି କହିଥିଲେ । ପ୍ରଶିକ୍ଷକଭାବରେ ସେଭ ଦ ଚିଲ୍ଡରେନର ସନ୍ତୋଷ ସ୍ୱାଇଁ ଯୋଗଦେଇ ଶିଶୁ ଅଧିକାର, ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହର କୁପରିଣତି, ଆଇନଗତ ଦିଗ ଓ ଏହାକୁ ରୋକିବା ପାଇଁ କଣ ନୁତନ ପଦକ୍ଷେପ ନେବା ଆବଶ୍ୟକ ଏ ବିଷୟରେ ବିସ୍କୃତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିି ଭାବେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଓତ ଯୋଗଦେଇ ବାଲ୍ୟବିବାହ, ଶିଶୁଶ୍ରମିକ ଓ ଅନ୍ୟାନ୍ୟ ଶିଶୁସୁରକ୍ଷା ପ୍ରସଙ୍ଗରେ ପୋଲିସର ଭୂମିକା ଗୁରୁତ୍ୱପୁର୍ଣ୍ଣ ବୋଲି କହିଥିଲେ ।
ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧକ୍ଷ ସାକ୍ଷୀ ଗୋପାଳ ପ୍ରଧାନ ଯୋଗଦେଇ ଜିଲ୍ଲାରେ ବାଲ୍ୟବିବାହକୁ ରୋକିବା ପାଇଁ ହେଲେ ବ୍ୟାପକ ସଚେତନତା କରିବା ସହିତଏହା ଦ୍ୱାରା ଶିକାର ଶିଶୁଙ୍କୁ ଜୀବନ କୌଶଳ ଶିକ୍ଷାରେ ସାମିଲ କରିବା ପାଇଁ କହିଥିଲେ । ଜିଲ୍ଲା ସୁରକ୍ଷା ଅଧିକାରୀ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ଏବଂ କଂଟାମାଳ ସି.ଡି.ପି.ଓ, ମହିଳା ପରିଦର୍ଶୀକା, ଅଙ୍ଗନୱାଡି କର୍ମୀ, ଅଦବିକା ସଦସ୍ୟା, ସ୍ୱେଚ୍ଛାସେବି ଅନୁଷ୍ଠାନ ସେଭ ଦ ଚିଲ୍ଡରେନ ସହଯୋଗ କରିଥିବା ବେଲେ ୱା.ସି.ଡିଏ, ଚାଇଲ୍ଡ ଲାଇନ କର୍ମଚାରୀ ଉପସ୍ଥିତ ଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ ,ସମରସେନ ସିଂ,ସହଦେବ ନାଏକ, ବସନ୍ତ ଦିଶିରି, ଧନଞ୍ଜୟ ଖମାରୀ, ଚିତ୍ରସେନ ସାହୁ ସହଯୋଗକରି ଥିବା ବେଳେ ସୁଶାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ରଥ ଜିଲ୍ଲାମଧ୍ୟରେ ପରିକ୍ରମା କରିବା ସହ ବିଭିନ୍ନ ସ୍ଥାନରେ ସ୍ୱାଗତ କରିବା ସହିତ ଶିଶୁ ସୁରକ୍ଷା ସଚେତନତା କାଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ଟାଉନ ହଲରୁ ଆରମ୍ଭ ହୋଇ ଲକ୍ଷ୍ମୀ ପ୍ରସାଦ ପଂଚାୟତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ବଲାସିଙ୍ଗା, ଶିଶୁବିକାଶ ପ୍ରକଲ୍ପ ଅଧିକାରୀଣୀଙ୍କ କାର୍ଯ୍ୟାଳୟ, ରାମକୃଷ୍ଣ ବାଳାଶ୍ରମ ଓ ଆବାସିକ ବିଦ୍ୟାଳୟ ଝାଡାରାଜିଙ୍ଗ ପରିଭ୍ରମଣ କରିଥିଲା । ଶିଶୁଟିଏ କୌଣସି ପରିସ୍ଥିତିରେ ଅସୁରକ୍ଷିତ ମଣିଲେ ଓ ଅସୁବିଧାରେ ଦେଖିଲେ ତୁରନ୍ତ ବିଭାଗିୟ ଅଧିକାରୀଙ୍କୁ ତଥା ସ୍ଥାନିୟ ପୋଲିସ୍‌, ଚାଇଲ୍ଡଲାଇନ-୧୦୯୮କିମ୍ବା ଶିଶୁ ସୁରକ୍ଷା ୟୁନିଟ୍‌କୁ ତୁରନ୍ତ ସୁଚନା ଦେବାପାଇଁ ମତ ପ୍ରକାଶ ପାଇଥିଲା ।
‘ଉତ୍ସର୍ଗ’ ପକ୍ଷରୁ ଅସହାୟ ଓ ନିରାଶ୍ରୟ ମାନଙ୍କୁ କମ୍ବଳ ବଂଟନ କରାଯିବ
ବୌଦ୍ଧ,୪/୧୨: ବୌଦ୍ଧ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅସହାୟ ଓ ନିରାଶ୍ରୟ ମାନଙ୍କୁ କମ୍ବଳ ବଂଟନ କରାଯିବାକୁ ନିଷ୍ପତି ନିଆଯାଇଛି ।
ଏହା ସହିତ ଡାକ୍ତରଖାନାରେ ଲାଗିରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ନିୟମିତ ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏଥିନିମନ୍ତେ ବରିଷ୍ଠ ସଦସ୍ୟ ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଅନୁଷ୍ଠାନର ଆବାହକ ସମ୍ପଦ କୁମାର ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ସମସ୍ତ ଆଲୋଚନା କରାଯିବା ସହ କମ୍ବଳ ବଂଟନ କରାଯିବା ନିମନ୍ତେ ଦାନଦାତାଙ୍କ ଠାରୁ କମ୍ବଳ ଓ ଆର୍ଥିକ ସହଯୋଗ ସଂଗ୍ରହ କରାଯିବାକୁ ସ୍ଥିର କରାଯାଇଛି ।
ବୈଠକରେ ନାରାୟଣ ଅଗ୍ରୱାଲ, ଦୀପକ କୁମାର ଅଦର, ମିଥୁନ କୁମାର ସାହୁ, ରାଜକିରନ ଅଗ୍ରୱାଲା, ଦୀପକ ମହାରଣା, ଶାନ୍ତନୁ ପଟ୍ଟନାୟକ, ରଞ୍ଜିତା ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।
ଶହେକେଜି ଗଞ୍ଜେଇ ଜବତ, ଗାଡି ସହ ଦୁଇ ଗିରଫ
ବୌଦ୍ଧ;୪/୧୨: ବୌଦ୍ଧ ଜିଲ୍ଲାର ୫୭ନଂ ଜାତୀୟ ରାଜପଥ ଦେଇ ଏକ ବୋଲେରୋ ପିକଅପ ଭ୍ୟାନରେ ଗଞ୍ଜେଇ ବୋଝେଇ ହୋଇ ଚାଲାଣ ଥିବା ଖବର ପାଇ ବୌଦ୍ଧ ପୋଲିସର ଏକ ସ୍ୱତନ୍ତ୍ର ଟିମ ଉକ୍ତ ଗାଡିକୁ ବୌଦ୍ଧ ଥାନା ଅନ୍ତର୍ଗତ ଜହ୍ନାପଙ୍କଗ୍ରାମ ନିକଟରେ ଅଟକାଇ ଥିଲା । ଉକ୍ତ ଗାଡିରେ ଗଞ୍ଜେଇ ଥିବାରୁ ଗାଡିକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ।
ପୋଲିସ ସୁତ୍ରରୁ ପ୍ରକାଶଯେ, ଓଡି ୩୧ଜି-୪୩୪୫ ନମ୍ବର ବିଶିଷ୍ଟ ଏକ ବୋଲେରୋ ପିକଅପ ଭ୍ୟାନରେ ଏକ କୁଇଣ୍ଟାଲ ଗଞ୍ଜେଇ ବୋଝେଇ ହୋଇ ବୌଦ୍ଧ ଆଡକୁ ଆସୁଥିବା ବେଳେ ଓଡି ୧୯ ଏନ୍‌-୩୯୮୭ ନମ୍ବର ବିଶିଷ୍ଟ ଏକ ମଟର ସାଇକେଲ ଯୋଗେ ବାଉଁଶୁଣୀ ଥାନା ଅନ୍ତର୍ଗତ ବଡଝାରକଟା ଗ୍ରାମର ଶ୍ରୀନୀବାସ ମେହେର ଏହି ଗଞ୍ଜେଇ ବୋଝେଇ ଗାଡିକୁ ବାଟେଇ ନେଉଥିଲେ ।
ପୋଲିସ ଚଢାଉ କରି ଗଞ୍ଜେଇ ସହ ବୋଲେରୋ ଓ ବାଇକକୁ ଜବତ କରିଥିବାବେଳେ ବୋଲେରୋ ଡ୍ରାଇଭର ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଡଭେଲିପଦର ଗ୍ରାମର ଅମିୟ ରଂଜନ ବାଘ ସହ ମଟର ସାଇକେଲ ଚାଳକ ଶ୍ରୀନିବାସକୁ ମଧ୍ୟ ଗିରଫ କରି ଶନିବାର ଦିନ କୋର୍ଟ ଚାଲାଣ କରିଥିବା ବୌଦ୍ଧ ଆଦର୍ଶଥାନା ଅଧିକାରୀ ତପସ୍ୱୀନୀ କହଁର ପ୍ରକାଶ କରିଛନ୍ତି ।

ବୌଦ୍ଧ ଜିଲ୍ଲା କଂଗ୍ରେସର ମୁଖପାତ୍ର ମନୋନୀତ

ବୌଦ୍ଧ :୪/୧୨: ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟିର ମୁଖପାତ୍ର ମାନଙ୍କ ନାମକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ମିଡ଼ିଆ ଓ କମ୍ୟୁନିକେସନ ବିଭାଗର ଅଧ୍ୟକ୍ଷ ଗଣେଶ୍ୱର ବେହେରା ଅନୁମୋଦନ କରିଛନ୍ତି, ଜିଲ୍ଲା କଂଗ୍ରେସ କମିଟିର ମୁଖ୍ୟପ୍ରବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଶାନ୍ତନୁ କୁମାର ମହାପାତ୍ରଙ୍କୁ ନିଯୁକ୍ତି ମିଳିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉଦୟ ନାଥ ଶର୍ମା, ପ୍ରଶାନ୍ତ ମିଶ୍ର, ପ୍ରତାପ ପଣ୍ଡା ଏବଂ ଆଇନଜୀବି ପରଦେଶୀ ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି ।
ଶନିବାର ଦିନ ସନ୍ଧ୍ୟାରେ ଜିଲ୍ଲା କଂଗ୍ରେସ ଆଇନ ସେବା କାର୍ଯ୍ୟଳୟ ଠାରେ ନବ ନିଯୁକ୍ତ ଦଳିତ ସେଲ ଅଧ୍ୟକ୍ଷ ବୈଦ୍ୟନାଥ ମହାନନ୍ଦିଆ ଏବଂ ମୁଖ୍ୟ ପ୍ରବକ୍ତା ଶାନ୍ତନୁ କୁମାର ମହାପାତ୍ରଙ୍କ ସମେତ ପ୍ରତାପ ପଣ୍ଡା, ପରଦେଶୀ ବେହେରାଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ଉପସ୍ଥିତିରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା, କାର‌୍ୟ୍ୟକ୍ରମରେ ଦଳର ବରିଷ୍ଠ ନେତା ସୁଧୀର କର୍ଣ୍ଣ ଉପସ୍ଥିତ ଥିଲେ,ନୂତନ ଭାବେ ବୌଦ୍ଧ ଜିଲ୍ଲା କଂଗ୍ରେସ ର ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ବ୍ୟକ୍ତ ବିଶେଷ ଙ୍କୁ ନେଇ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ଅଧିକ ସୁଦୃଢ ହେବା ସହ ସୁସଂଗଠିତ ହେବ ବୋଲି ସଭାପତି ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟା ରଖିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031