Indus Valley Times

ବୌଦ୍ଧ : ସୁଭଦ୍ରା ଯୋଜନାର ସମୀକ୍ଷା କଲେ ଜ଼ିଲ୍ଲାପାଳ

 Breaking News

ବୌଦ୍ଧ : ସୁଭଦ୍ରା ଯୋଜନାର ସମୀକ୍ଷା କଲେ ଜ଼ିଲ୍ଲାପାଳ

ବୌଦ୍ଧ : ସୁଭଦ୍ରା ଯୋଜନାର ସମୀକ୍ଷା କଲେ ଜ଼ିଲ୍ଲାପାଳ
September 09
16:48 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୯ : (ସୋମବାର ) ଦିବା ୧୧ ଘଟିକା ସମୟରେ ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ସୁଭଦ୍ରା ଯୋଜନା ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସୁଭଦ୍ରା ଯୋଜନା ରେ ମହିଳା ମାନେ ଶୀଘ୍ର ଆବେଦନ କରିବା ପାଇଁ ଜ଼ିଲ୍ଲାପାଳଏହି କାର୍ଯ୍ୟ ରେ ନିୟୋଜିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ନିର୍ଦେଶ ଦେଇଥିଲେ ।
ସମସ୍ତ ଜନସେବା କେନ୍ଦ୍ର ମାନଙ୍କ ରେ ଅନଲାଇନ ସୁବିଧା ରେ ହୋଇପାରିବ, ନେଟୱାର୍କ ସବୁ ସମୟରେ ସୁବିଧା ରେ ଉପଲବ୍ଧ ହେବ ବୋଲି ଜ଼ିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଏଥି ସହିତ ସୁଭଦ୍ରା ଯୋଜନା ର ସମୀକ୍ଷା କରିବା ସହ ସମସ୍ତେ ଏହି କାମରେ ଲାଗି ପଡିବା ପାଇଁ ସମସ୍ତଙ୍କୁ ଅନୁରୋଧ ମଧ୍ୟ କରିଥିଲେ ।
ଏହି ବୈଠକ ରେ ସୁଭଦ୍ରା ଯୋଜନା ର ନୋଡାଲ ଅଫିସର ତଥା ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ, ସହକାରୀ ନୋଡାଲ ଅଫିସର ତଥା ଉପ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଲୋଚନ ପୃଷ୍ଟି ଙ୍କ ସମେତ ଉକ୍ତ ବିଭାଗ ର ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30