Indus Valley Times

ବ୍ରାଜିଲରେ ବୋଲ୍ସୋନାରୋଙ୍କ ସମର୍ଥକମାନେ ଚଳାଇଥିବା ଦଙ୍ଗା ଯୋଗୁଁ ଖୁବ୍ ଚିନ୍ତିତ: ପ୍ରଧାନମନ୍ତ୍ରୀ ମୋଦୀ

 Breaking News

ବ୍ରାଜିଲରେ ବୋଲ୍ସୋନାରୋଙ୍କ ସମର୍ଥକମାନେ ଚଳାଇଥିବା ଦଙ୍ଗା ଯୋଗୁଁ ଖୁବ୍ ଚିନ୍ତିତ: ପ୍ରଧାନମନ୍ତ୍ରୀ ମୋଦୀ

January 09
11:43 2023

ନୂଆଦିଲ୍ଲୀ,୯/୧: ବ୍ରାଜିଲରେ ହୋଇଥିବା ଦଙ୍ଗା ପରିସ୍ଥିତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଘଟଣାରେ ଉଦ୍ବେଗ ପ୍ରକାଶ କରିବା ସହ ବ୍ରାଜିଲ ସରକାରଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି।
ଏନେଇ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ଗଣତାନ୍ତ୍ରିକ ପରମ୍ପରାକୁ ସମସ୍ତେ ସମ୍ମାନ ଦେବା ଆବଶ୍ୟକ। ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭାଙ୍କୁ ଟ୍ୟାଗ କରି ସେ ଏହି ଟ୍ୱିଟ୍ କରିଛନ୍ତି।
ବ୍ରାଜିଲରେ ରାଷ୍ଟ୍ରୀୟ ଅନୁଷ୍ଠାନ ବିରୁଦ୍ଧରେ ଦଙ୍ଗା ଏବଂ ଭଙ୍ଗାରୁଜା ଖବର ବିଷୟରେ ସେ ଗଭୀର ଭାବରେ ଚିନ୍ତିତ। ଗଣତାନ୍ତ୍ରିକ ପରମ୍ପରାକୁ ସମସ୍ତେ ସମ୍ମାନିତ କରିବା ଆବଶ୍ୟକ। ବ୍ରାଜିଲ୍ କର୍ତ୍ତୃପକ୍ଷଙ୍କୁ ଆମେ ଆମର ସମ୍ପୂର୍ଣ୍ଣ ସମର୍ଥନ ଜଣାଉଛୁ ବୋଲି ମୋଦି ଟ୍ୱିଟ କରି ଜଣାଇଛନ୍ତି।
ବ୍ରାଜିଲର ଦକ୍ଷିଣପନ୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାରୋଙ୍କ ଶତାଧିକ ସମର୍ଥକ ରାଷ୍ଟ୍ରପତି ଭବନ ‘କଂଗ୍ରେସ’ ଏବଂ ସୁପ୍ରିମକୋର୍ଟରେ ଧସେଇ ପଶିଂବ୍ୟାପକ ଭଙ୍ଗାରୁଜା କରିଛନ୍ତି। ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭା ଏହାକୁ ଫାଶିବାଦ ଆକ୍ରମଣ କହି ତୀବ୍ର ନିନ୍ଦା କରିଛନ୍ତି।
ଅନ୍ୟପଟେ ଏଭଳି ଅରାଜକତା ଡି ଓ ହିଂସାକାଣ୍ଡ ପଛରେ ନିଜ ଭୂମିକାକୁ ପୂର୍ବତନ ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାରୋ ଅସ୍ୱୀକାର କରିଛନ୍ତି । ସେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ପୁଲିସ ଅନ୍ୟୂନ ୪୦୦ଜଣଙ୍କୁ ଗିରଫ କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଏହି କାଣ୍ଡକୁ ଗଣତନ୍ତ୍ର ଓ ଶାନ୍ତିପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର ଉପରେ ଆକ୍ରମଣ ବୋଲି ଅଭିହିତ କରି ନିନ୍ଦା କରିଛନ୍ତି। ବ୍ରାଜିଲ୍ର ଗଣତାନ୍ତ୍ରିକ ପ୍ରତିଷ୍ଠାନ ପ୍ରତି ଆମେରିକାର ପୂର୍ଣ୍ଣ ସମର୍ଥନ ଥିବା କଥା ମଧ୍ୟ ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031