Indus Valley Times

ବଢ଼ୁଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା: ପଡ଼ୋଶୀ ରାଜ୍ୟରେ ଓମ୍ରିକନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶାବାସୀଙ୍କୁ ସତର୍କ ଘଣ୍ଟି

 Breaking News

ବଢ଼ୁଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା: ପଡ଼ୋଶୀ ରାଜ୍ୟରେ ଓମ୍ରିକନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶାବାସୀଙ୍କୁ ସତର୍କ ଘଣ୍ଟି

December 12
17:06 2021

ଭୁବନେଶ୍ବର,୧୨/୧୨: କରୋନା ଭାଇରସ୍ ନୂଆ ଭାରିଆଣ୍ଟ ‘ଓମିକ୍ରନ୍’ ସମଗ୍ର ବିଶ୍ବବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଭାରତରେ ମଧ୍ୟ ଏହା ଗୋଟିଏ ପରେ ଗୋଟିଏ ରାଜ୍ୟରେ କାୟା ବିସ୍ତାର କରୁଛି। ଭାରରତରେ ମୋଟ ୩୭ଜଣ ଓମିକ୍ରନ୍ ଚିହ୍ନଟ ହୋଇଛନ୍ତି । ଯହିଓ ଓଡ଼ିଶାରେ କେହି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇନାିଁନ୍ତି । କିନ୍ତୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଜଣେ ଯୁବକ ପ୍ରଥମ ଥର ପାଇଁ ଚିହ୍ନଟ ହେବା ପରେ ଓଡ଼ିଶା ପାଇଁ ସତର୍କ ଘଣ୍ଟି ବାଜିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।
ଆନ୍ଧ୍ରରେ ଜଣେ ଯୁବକ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହେବା ପରେ ସତର୍କ ରହିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର ।
ଅନ୍ୟପଟେ ପଡୋଶୀ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡିଶାରେ ଏହାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ରାଜ୍ୟରେ ଏଯାଏଁ କୌଣସି ଓମିକ୍ରନ ମାମଲା ଆସିନଥିବାବେଳେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଟେଷ୍ଟିଙ୍ଗ କରାଯିବା ପରେ ସଙ୍ଗରୋଧରେ ରଖାଯାଉଥିବା ଓଡିଶା ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟକୁ ଯେପରି ଓମିକ୍ରନ ପ୍ରବେଶ ନକରୁ ସେଥିପାଇଁ ରାଜ୍ୟ ସରକାର ସତର୍କ ରହିଥିବା କୁହାଯାଇଛି ।
ସୂଚନାଯୋଗ୍ୟ ଆନ୍ଧ୍ରପ୍ରଦେଶରେ କୋଭିଡ-୧୯ର ଭାରିଆଣ୍ଟ ଓମିକ୍ରନର ପ୍ରଥମ ପଜିଟିଭ ଚିହ୍ନଟ ହୋଇଛି। ଟ୍ରାକ୍ ରେକର୍ଡରେ ସଂକ୍ରମିତ ବ୍ୟକ୍ତି ଆୟରଲ୍ୟାଣ୍ଡରୁ ଆସିଥିବା ଜଣାପଡିଛି । ବିଦେଶରୁ ଆନ୍ଧ୍ରପ୍ରଦେଶ ଫେରିଥିବା ୧୫ ଜଣ ଯାତ୍ରୀଙ୍କର ଟେଷ୍ଟିିଙ୍ଗ ହୋଇଥିଲା । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଠାରେ କରୋନା ପଜିଟିଭ ମିଳିଥିବାବେଳେ ୩୪ ବର୍ଷିୟ ଏହି ବ୍ୟକ୍ତିଙ୍କ ଠାରେ ଓମିକ୍ରନ ପଜିଟିଭ ମିଳିଛି । ତେବେ କରୋନା ଆକ୍ରାନ୍ତଙ୍କ ନମୂନା ଜିନୋମ ସିକ୍ୱେନ୍ସିଙ୍ଗ ପାଇଁ ପଠାଯାଇଛି ।
ଟ୍ରାକିଙ୍ଗ ରିପୋର୍ଟ ମୁତାବକ, ଓମିକ୍ରନରେ ସଂକ୍ରମିତ ଏହି ବ୍ୟକ୍ତି ସିଧାସଳଖ ଆୟରଲ୍ୟାଣ୍ଡରୁ ଆନ୍ଧ୍ରପ୍ରଦେଶ ଆସିନଥିଲେ । ସେ ପ୍ରଥମେ ମୁମ୍ବାଇ ବିମାନବନ୍ଦରରେ ଓହ୍ଲାଇଥିଲେ । ସେଠାରେ ତାଙ୍କର ଟେଷ୍ଟିଙ୍ଗରେ ନେଗେଟିଭ ରିପୋର୍ଟ ଆସିଥିଲା । ତେଣୁ ସେଠାରୁ ତାଙ୍କୁ ଆନ୍ଧ୍ରପ୍ରଦେଶ ଆସିବା ପାଇଁ ଅନୁମତି ମିଳିଥିଲା । ନଭେମ୍ବର ୨୯ ତାରିଖରେ ସେ ବିଶାଖାପାଟଣାରେ ପହଞ୍ଚିଥିଲେ । ଆନ୍ଧ୍ରପ୍ରଦେଶର ବିଜୟନଗରମରେ ତାଙ୍କର ଆଉ ଏକ ଆରଟି-ପିସିଆର ପରୀକ୍ଷା କରାଯାଇଥିଲା, ଯେଉଁଥିରେ ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଏହାପରେ ନମୂନାକୁ ଜିନୋମ ସିକ୍ୱେନ୍ସିଙ୍ଗ ପାଇଁ ହାଇଦ୍ରାବାର ସେଲ୍ୟୁଲାର ଆଣ୍ଡ୍ ମଲିକ୍ୟୁଲାର ବାୟୋଲୋଜି ଏବଂ ସିଏସ୍ ଆଇଆର୍ ସିସିଏମ୍ ବିକୁ ପଠାଯାଇଥିଲା । । ଏଠାରେ ତାଙ୍କର ରିପୋର୍ଟ ଓମିକ୍ରନ୍ ପଜିଟିଭ ଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031