Indus Valley Times

ମହାତ୍ମା ଗାନ୍ଧୀଙ୍କ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କରୋନା ସଚେତନତା କଲେ ଦଶପଲ୍ଲା ବିଧାୟକ

 Breaking News

ମହାତ୍ମା ଗାନ୍ଧୀଙ୍କ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କରୋନା ସଚେତନତା କଲେ ଦଶପଲ୍ଲା ବିଧାୟକ

October 02
20:54 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ଦଶପଲ୍ଲା,୨/୧୦ : ଇତିହାସ ପୃଷ୍ଠାରେ ଯେଉଁ କେତେଜଣ ମହାପୁରୁଷ ଙ୍କ ନାମ ସ୍ୱର୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଛି ସେମାନଙ୍କ ମଧ୍ୟରେ ଅଂହିସାର ପୂଜାରୀ ମହାତ୍ମା ଗାନ୍ଧୀ ଅନ୍ୟତମ।ସତ୍ୟ ଅଂହିସାର ପୂଜାରୀ ମହାତ୍ମା ଗାନ୍ଧୀ ଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଦଶପଲ୍ଲା ର ବିଭିନ୍ନ ସ୍ଥାନରେ ଥିବା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।ଜାତିର ପିତା ,ସତ୍ୟ ଅଂହି ସାର ପୂଜାରୀ ତଥା ଭାରତୀୟ ମୁକ୍ତି ସଂଗ୍ରାମର ଅଗ୍ରସାରଥି ମହାତ୍ମା ଗାନ୍ଧୀ ଙ୍କ ଦେଶ ପାଇଁ ତ୍ୟାଗ ,ନିଷ୍ଠା ,ଓ ଅଂହିସା କୁ ଅସ୍ତ୍ର କରି କିପରି ଆମ ଦେଶ କୁ ସ୍ଵାଧୀନତା ପ୍ରଦାନ କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବର୍ଣ୍ଣନା କରିଥିଲେ। ତତ୍ ସହିତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧୀ ପଡିଆ ଠାରେ କରୋନା ସଚେତନତା କରିବା ସହ ମାସ୍କ ବଣ୍ଟନ କରିଥିଲେ।ରାଜ୍ୟସରକାରଙ୍କ ଦ୍ଵାରା କରୋନା ସମ୍ପର୍କିତ ନୀତି ନିୟମ ପାଳନ କରିବା, ମାସ୍କ ବ୍ୟବହାର କରିବା,ସାବୁନ ରେ ହାତକୁ ଧୋଇବା,ସାମାଜିକ ଦୁରତ୍ଵ ବଜାୟ ରଖିଲେ ନିଜେ ସୁସ୍ଥ ରହିବା ସହ ଅନ୍ୟମାନେ ସୁସ୍ଥ ରହିପାରିବେ ବୋଲି ଦଶପଲ୍ଲା ବିଧାୟକ ଶ୍ରୀ ବେହେରା କହିଥିଲେ ।

ବିଧାୟକ ଙ୍କ ସହିତ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ,ଦଶପଲ୍ଲା ତହସିଲଦାର,ବିଜେଡ଼ି ବ୍ଲକ୍ ସଭାପତି ଙ୍କ ସମେତ ବହୁ ବରିଷ୍ଠ କର୍ମୀ ଉପସ୍ଥିତ ଥିଲେ। କରୋନା ମହାମାରୀ କୁ ପରାଜିତ କରିବା ପାଇଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଏଭଳି ପଦକ୍ଷେପ ଜନସାଧାରଣ ରେ ପ୍ରଶଂସା କରାଯାଇଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031