Indus Valley Times

ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ ଆସି ଘରକୁ ଫେରୁଥିଲେ ବୃଦ୍ଧ, ବାଟରେ ହୋଇପଡ଼ିଲେ ଅଚେତ

 Breaking News

ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ ଆସି ଘରକୁ ଫେରୁଥିଲେ ବୃଦ୍ଧ, ବାଟରେ ହୋଇପଡ଼ିଲେ ଅଚେତ

ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ ଆସି ଘରକୁ ଫେରୁଥିଲେ ବୃଦ୍ଧ, ବାଟରେ ହୋଇପଡ଼ିଲେ ଅଚେତ
May 20
14:23 2023

ବଲାଙ୍ଗିର,୨୦/୫ : ପ୍ରଚଣ୍ଡ ଖରାର ପ୍ରକୋପ ସହିପାରିଲେନି ବୃଦ୍ଧ। ଭତ୍ତା ଟଙ୍କା ଉଠାଇବାକୁ ବ୍ୟାଙ୍କ ଯାଇ ଫେରିବା ବେଳେ ବାଟରେ ଅଚେତ ହୋଇ ପଡ଼ିଗଲେ। ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ କୁଦୋଭଟା ଗାଁରେ ଏହି ଘଟଣା ଘଟିଛି। ବୃଦ୍ଧ ବ୍ୟକ୍ତି ରାଜାରାମ ହାତୀ।
ଗତକାଲି ସକାଳେ ରାଜାରାମ ନିଜ ସ୍ତ୍ରୀ ଉରା ହାତୀଙ୍କ ସହ ଭତ୍ତା ଟଙ୍କା ଉଠାଇବା ପାଇଁ ବେଲପଡ଼ା ଷ୍ଟେଟ ବ୍ୟାଙ୍କ ଶାଖାକୁ ଯାଇଥିଲେ ।
ଟଙ୍କା ଉଠାଇ ଫେରିବା ବେଳେ ପ୍ରଚଣ୍ଡ ଖରାର ପ୍ରକୋପ ସହିନପାରି ନଥିଲେ ବୃଦ୍ଧ। କୁଦୋଭଟା-ପଦମପୁର ରାସ୍ତାରେ ହଠାତ ଅଚେତ ହୋଇ ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ରାଜାରାମଙ୍କୁ ଉଦ୍ଧାର କରି ଆମ୍ବୁଲାନସ ଯୋଗେ ତାଙ୍କୁ ନିକଟରେ ଥିବା ମେଡିକାଲରେ ଭର୍ତ୍ତି କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ଏନେଇ ପ୍ରଶାସନ କିମ୍ବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ସୂଚନାଯୋଗ୍ୟ, ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଏପରି ତାତି ରାଜ୍ୟରେ ଆଉ କିଛି ଦିନ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031