Indus Valley Times

ଭଲ ଖବର:ରାଜ୍ୟରେ ସୁସ୍ଥ ହେଲେ ୧୫୪୪ ଜଣ, ମୋଟ ଆରୋଗ୍ୟ ସଂଖ୍ୟା ୩୦ ହଜାର ୨୪୧କୁ ବୃଦ୍ଧି

 Breaking News

ଭଲ ଖବର:ରାଜ୍ୟରେ ସୁସ୍ଥ ହେଲେ ୧୫୪୪ ଜଣ, ମୋଟ ଆରୋଗ୍ୟ ସଂଖ୍ୟା ୩୦ ହଜାର ୨୪୧କୁ ବୃଦ୍ଧି

August 08
21:44 2020

ଭୁବନେଶ୍ୱର,୮/୮: ଶନିବାର ଦିନ ରାଜ୍ୟରେ ଆଉ ୧୫୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ ସୁସ୍ଥଙ୍କ ସଂଖ୍ୟା ୩୦ ହଜାର ୨୪୧ରେ ପହଞ୍ଚିଛ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ।
ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୫୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୨୦୩ ଜଣ, କୋରାପୁଟ ଜିଲ୍ଲାରୁ ୧୪୩ ଜଣ, ଗଜପତି ଜିଲ୍ଲାରୁ ୭୫ ଜଣ, ନୟାଗଡ଼ରୁ ୬୨ ଜଣ, ସୁନ୍ଦରଗଡ଼ରୁ ୫୯ ଜଣ, କନ୍ଧମାଳରୁ ୪୧ ଜଣ, କଟକରୁ ୩୭ ଜଣ, କଳାହାଣ୍ଡି ଓ ରାୟଗଡ଼ାରୁ ୩୬ ଜଣ ଲେଖାଏଁ ଓ ଯାଜପୁର ଜିଲ୍ଲାରୁ ୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାରୁ ୩୩ ଜଣ, ପୁରୀରୁ ୩୨ ଜଣ, ସମ୍ବଲପୁରରୁ ୩୧ ଜଣ, ମାଲକାନଗିରିରୁ ୨୪ ଜଣ, କେନ୍ଦ୍ରାପଡ଼ାରୁ ୨୧ ଜଣ, କେନ୍ଦୁଝରରୁ ୧୭ ଜଣ, ବରଗଡ଼, ବଲାଙ୍ଗୀରରୁ ୧୬ ଜଣ ଲେଖାଏଁ, ଢେଙ୍କାନାଳରୁ ୧୩ ଜଣ, ମୟୂରଭଂଜରୁ ୧୨ ଜଣ, ଭଦ୍ରକ, ଜଗତସିଂହପୁର, ସୁବର୍ଣ୍ଣପୁରରୁ ୮ ଜଣ ଲେଖାଏଁ, ନୂଆପଡ଼ା ଓ ଅନୁଗୁଳରୁ ୬ ଜଣ ଲେଖାଏଁ ଓ ନବରଙ୍ଗପୁରରୁ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୬ ଲକ୍ଷ ୩୪ ହଜାର ୯୦ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୪୪ ହଜାର ୧୯୩ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୩୦ ହଜାର ୨୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୫୯ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୧୩ ହଜାର ୬୪୪ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031