Indus Valley Times

ଭାଙ୍ଗିଲା ପ୍ରସିଦ୍ଧ କିଶୋର ଭାଇାନାଙ୍କ ମଟନ୍ ହୋଟେଲ୍

 Breaking News

ଭାଙ୍ଗିଲା ପ୍ରସିଦ୍ଧ କିଶୋର ଭାଇାନାଙ୍କ ମଟନ୍ ହୋଟେଲ୍

September 16
12:39 2022

ଭୁବନେଶ୍ୱର, ୧୬/୯: ବିଏ୍‌ସିର ଅବମାନନା ଭାରି ପଡିଲା କିଶୋର ଭାଇାନାଙ୍କ ମଟନ୍ ଦୋକାନ ଉପରେ । ଭୁବନେଶ୍ୱରର ଲୋକ ପ୍ରିୟ କିଶୋର ଭାଇାନା ମଟନ୍ ଦୋକନ ଭାଙ୍ଗିଦେଲା ବିଏ୍‌ସି । ବୁଧବାର ଦିନ ବିଏ୍‌ସି ପକ୍ଷରୁ କିଶୋକ ଭାଇନା ମଟନ୍ ଦୋକାନ ସିଲ୍ ହୋଇଥିଲା । ବିଏମ୍‌ସି ସିଲ୍‌କୁ ଖାତିର ନକରି କିଶୋର ଭାଇନା ତାଙ୍କ ଦୋକାନ ଗୁରୁବାର ଦିନ ପୁର୍ବ ଭଳି ଖୋଲିଥିଲେ । ବିଏମ୍‌ସି ଏହି ଖବର ପାଇବା ପରେ ବୁଲଡୋଜର ଲଗାଇ କିଶୋର ଭାଇନାଙ୍କ ଦୋକାନ୍ କୁ ଭିଙ୍ଗି ଦେଇଛି ବିଏମ୍‌ସି ।
ଗୁରୁବାର ଦିନ ଖାଦ୍ୟର ମାନ ଓ ସ୍ୱଚ୍ଛତା ଠିକ୍ ନଥିବାରୁ କିଶୋର ମଟନ୍ ଦୋକାନ୍କୁ ସିଲ୍ କରାଯାଇଥିଲା । ଏପରିକି କିଶୋର ହୋଟେଲ୍ର ଫୁଡ୍ ଲାଇସେନ୍ସ ବାତିଲ୍ ସହ ଫାଇନ୍ କରାଯାଇଥିବା ନେଇ ଟ୍ୱିଟ୍ କରି ଈଗଉ ସୂଚନା ଦେଇଥିଲା । ତେବେ ଗତକାଲି ପୁଣି ସବୁଦିନ ଭଳି ହୋଟେଲ୍ରେ ଖାଦ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ହୋଟେଲ୍ରେ ମଟନ ରନ୍ଧା ଚାଲିଥିଲା ।
ଏନେଇ ପ୍ରଶ୍ନ ମଧ୍ୟ ଉଠିଥିଲାଯେ, ପ୍ରକୃତରେ କିଶୋର ହୋଟେଲ୍କୁ ସିଲ୍ କରାଯାଇଥିଲା ନା ନାହିଁ ? ଈଗଉ ଏହାକୁ ଯଦି ସିଲ୍ କରିଥିଲା, ତା’ହେଲେ କେଉଁ ପରିସ୍ଥିତି ପୁଣି ଆଜି ମଟନ ରନ୍ଧା ଚାଲିଥିଲା । ତେବେ ଏହି ଦ୍ୱନ୍ଦ୍ୱ ଭିତରେ ଆଜି ମାଟିରେ ମିଶିଛି ଚର୍ଚ୍ଚିତ କିଶୋର ମଟନ ହୋଟେଲ ।
ସୂଚନାଯୋଗ୍ୟ, ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା କିଶୋର ଭାଇନାଙ୍କ ହୋଟେଲ ରାଜଧାନୀ ସମେତ ଆଖପାଖ ଅଞ୍ଚଳରେ ଖୁବ୍ ପ୍ରସିଦ୍ଧ । ଏଠାରେ ଦିନକୁ ୨୦୦ କେଜି ଖାସି ମାଂସ ରୋଷେଇ ହେଉଥିବା ବେଳେ ପ୍ରବଳ ଗହଳି ଜମେ । ତେଣୁ ଗ୍ରାହକଙ୍କ ମଧ୍ୟରେ କିଶୋର ଭାଇନାଙ୍କ କ୍ରେଜ୍ କାହିଁରେ କେତେ । ଆଜିକାଲି ଫୁଡ ବ୍ଳଗର ବିଭିନ୍ନ ସ୍ଥାନରେ ମିଳୁଥିବା ଭଲ ଖାଦ୍ୟର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଛାଡ଼ୁଥିବା ବେଳେ କିଶୋର ଭାଇନାଙ୍କ ଉପରେ ମଧ୍ୟ ବହୁ ଭିଡିଓ ପ୍ରସ୍ତୁତ ହୋଇ ସାରିଛି ।
ସିଲ୍ ପରେ ବି ହୋଟେଲ୍ ଚଳାଇବାରୁ ବିଏମସି ପକ୍ଷରୁ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031