Indus Valley Times

ଭାଜପାକୁ ବହୁମତ ମିଳିବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଦ୍ୱନ୍ଦ୍ୱ ନ କରାଯାଉ: ମନମୋହନ ସାମଲ

 Breaking News

ଭାଜପାକୁ ବହୁମତ ମିଳିବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଦ୍ୱନ୍ଦ୍ୱ ନ କରାଯାଉ: ମନମୋହନ ସାମଲ

ଭାଜପାକୁ ବହୁମତ ମିଳିବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଦ୍ୱନ୍ଦ୍ୱ ନ କରାଯାଉ: ମନମୋହନ ସାମଲ
June 05
19:15 2024

ଭୁବନେଶ୍ୱର,୫/୬: ରାଜ୍ୟରେ ଭାଜପାକୁ ବହୁମତ ମିଳିବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(BSKY)କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବିଭିନ୍ନ ମେଡିକାଲରେ BSKYକାର୍ଡ ବନ୍ଦ ହୋଇଯାଇଥିବା କହି ଏହାକୁ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ।
ଗତ କାଲି ଫଳାଫଳ ପ୍ରକାଶ ପାଇବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (BSKY)କୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି। ରାଜ୍ୟର କିଛି ଘରୋଇ ହସପିଟାଲଗୁଡିକ BSKY କାର୍ଡ ବନ୍ଦ ହୋଇଗଲା କହି ଚିକିତ୍ସା ଯୋଗାଇ ନଦେଇ ରୋଗୀମାନଙ୍କୁ ଫେରାଇ ଦେଉଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟରେ ଅଭିଯୋଗ ଆସୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
ରୋଗୀ ଓ ରୋଗର କୈାଣସି ଜାତି, ଧର୍ମ ଓ ଦଳ ନାହିଁ। ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତ୍ୟେକ ସରକାରର ପ୍ରାଥମିକତା। ସରକାର ପରିବର୍ତନ ଏକ ନିରନ୍ତର ପ୍ରକ୍ରିୟା। ଏହି ଆଳରେ ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରାଯାଇ ଚିକିତ୍ସା ସେବାରୁ ବଂଚିତ ରଖାଯିବା ହେଉଛି ଏକ ସାମାଜିକ ଏବଂ ବୈଧାନିକ ଅପରାଧ। ଏଭଳି ସାମାଜିକ ଅପରାଧରୁ କ୍ଷାନ୍ତ ରହି ରୋଗୀମାନଙ୍କୁ ଉପଯୁକ୍ତ ଏବଂ ଉନ୍ନତମାନର ସେବା ଓଡିଶାବାସୀଙ୍କୁ ଯୋଗାଇ ଦେବା ପାଇଁ କହିବା ସହିତ ପ୍ରଶାସନ ଏଭଳି ମିଥ୍ୟା ଗୁଜବ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ସାମଲ କହିଛନ୍ତି।
ସୂଚନାଯୋଗ୍ୟ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ BSKY କାର୍ଡ କାର‌୍ୟ୍ୟକାରୀ ହେବ କି ନାହିଁ ଏପର‌୍ୟ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟତା ଆସିନାହିଁ। ଅଭିଯୋଗ ହେଉଛି ଯେ ଈଝକଣ ରେ ଚିକିତ୍ସା କରିବାକୁ ମନା କରିଦେଉଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ। ଏପରିକି ମେଡ଼ିକାଲ କର୍ତ୍ତୃପକ୍ଷ BSKY ଗ୍ରହଣ ନକରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।ତେଣୁ ଯାହା ଆଶା କରାଯାଉଛି ସରକାରଙ୍କ ତରଫରୁ କୌଣସି ସ୍ପଷ୍ଟତା ନଆସିବା ପର‌୍ୟ୍ୟନ୍ତ ଏବଂ ଆୟୁସ୍ମାନ ଯୋଜନା ଲାଗୁହେବା ପର‌୍ୟ୍ୟନ୍ତ ଏହାକୁ ଚାଲୁ କରାଯାଉ। ତେବେ ଅଯଥାରେ ଲୋକ ହଇରାଣ ନ ହୁଅନ୍ତୁ ବୋଲି ସାଧାରଣରେ ଦାବି ଉଠିଲାଣି।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930