Indus Valley Times

ଭାରତରେ କୋଭିଡ୍ ଟିକାକରଣ ଅଭିଯାନର ୧ବର୍ଷ ପୂର୍ତ୍ତି

 Breaking News

ଭାରତରେ କୋଭିଡ୍ ଟିକାକରଣ ଅଭିଯାନର ୧ବର୍ଷ ପୂର୍ତ୍ତି

January 16
18:09 2022

ନୂଆଦିଲ୍ଲୀ,୧୬/୧: କୋଭିଡ୍-୧୯ ମହାମାରୀ ବିରୁଦ୍ଧରେ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନର ରବିବାର ଦିନ ଏକ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବଧି ମଧ୍ୟରେ ୧୫୬.୭୬ କୋଟିରୁ ଅଧିକ ଟିକା ଡୋଜ୍ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କ ବକ୍ତବ୍ୟ ଅନୁଯାୟୀ, ବୟସ୍କ ଜନସଂଖ୍ୟାର ୯୨ ପ୍ରତିଶତରୁ ଅଧିକଙ୍କୁ ଅତି କମରେ ଗୋଟିଏ ଡୋଜ୍ ଟିକା ମିଳିଥିବା ବେଳେ ୬୮ ପ୍ରତିଶତରୁ ଅଧିକଙ୍କୁ ସମ୍ପୂର୍ଣ୍ଣ ଟିକା (୨ଟି ଡୋଜ୍) ଦିଆଯାଇଛି।
ଟିକାକରଣ ଅଭିଯାନର ଏକ ବର୍ଷ ପୂର୍ତ୍ତି ଅବସରକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ରବିବାର ଅପରାହ୍ନରେ କୋଭିଡ୍ ଟିକାକରଣକୁ ନେଇ ଏକ ଡାକ ଷ୍ଟାମ୍ପ ଜାରି କରିଛନ୍ତି।
ଗତ ବର୍ଷ ଜାନୁଆରି ୧୬ ରେ ପ୍ରଥମ ଧାଡ଼ିର କୋଭିଡ୍ ଯୋଦ୍ଧା ଭାବେ ସ୍ୱାସ୍ଥ୍ୟସେବା କର୍ମୀମାନଙ୍କର ପ୍ରଥମ ପର୍ଯ୍ୟାୟରେ ଟିକାକରଣ କରାଯିବା ସହିତ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ କରା ଯାଇଥିଲା। ଫେବ୍ରୁଆରି ୨ରୁ ଆଗଧାଡିରେ ରହୁଥିବା ଅନ୍ୟମାନଙ୍କର ଟିକାକରଣ ଆରମ୍ଭ ହୋଇଥିଲା।
କୋଭିଡ୍-୧୯ ଟିକାକରଣର ପରବର୍ତ୍ତୀ ପର୍ଯ୍ୟାୟରେ ମାର୍ଚ୍ଚ ୧ ରୁ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ଏବଂ ନିର୍ଦ୍ଦିଷ୍ଟ ସହ-ଅସୁସ୍ଥ ଅବସ୍ଥା ଥିବା ୪୫ ବର୍ଷ ରୁ ଅଧିକ ବୟସର ଲୋକଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା।
ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କ ଟିକାକରଣ ଆରମ୍ଭ କରାଯାଇଥିଲା। ଏହାପରେ ସରକାର ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମେ୧ ରୁ ଟିକା ଦେବାକୁ ଅନୁମତି ଦେଇ ଟିକାକରଣ ଅଭିଯାନର ପରିସରକୁ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଥିଲେ।
କୋଭିଡ-୧୯ ଟିକାକରଣର ପରବର୍ତ୍ତୀ ପର୍ଯ୍ୟାୟରେ ଚଳିତ ବର୍ଷ ଜାନୁଆରି ୩ ରୁ ୧୫-୧୮ ବର୍ଷ ବୟସ ଗୋଷ୍ଠୀର କିଶୋରମାନଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା।

-ସମ୍ବାଦ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031