Indus Valley Times

ଭାରତରେ କୋଭିଡ-୧୯ : ୩ କୋଟି ଲକ୍ଷ ୯ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସଂକ୍ରମିତ , ୩ କୋଟି ୯୭ ହଜାର ଲୋକ ସୁସ୍ଥ

 Breaking News

ଭାରତରେ କୋଭିଡ-୧୯ : ୩ କୋଟି ଲକ୍ଷ ୯ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସଂକ୍ରମିତ , ୩ କୋଟି ୯୭ ହଜାର ଲୋକ ସୁସ୍ଥ

ଭାରତରେ କୋଭିଡ-୧୯ : ୩ କୋଟି ଲକ୍ଷ ୯ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସଂକ୍ରମିତ , ୩ କୋଟି ୯୭ ହଜାର ଲୋକ ସୁସ୍ଥ
July 14
08:44 2021

ନୂଆଦିଲ୍ଲୀ, ୧୪/୭ : ଭାରତରେ କୋଭିଡ-୧୯ ସଂକ୍ରମଣର ୨ୟ ଲହର ନିମ୍ନଗାମୀ ହେବାରେ ଲାଗିଛି । କୋଭିଡ-୧୯ ଯୋଗୁଁ ଦେଶରେ ୩ କୋଟି ୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସକ୍ରମିତ ହୋଇସାରିଥିବା ବେଳେ ଏଥିରୁ ୩ କୋଟି ୯୭ ହଜାର ଲୋକ ସୁସ୍ଥ ହୋଇସାରିଛନ୍ତି । ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ସଂକ୍ରମଣ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିପାରିନାହି, ଯେଉଁଥି ପାଇଁ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟାରେ ଦୈନିକ ପରିବର୍ତ୍ତନ ଆସୁଛି ।
କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାର ୨୧୫ ଜଣ ନୂଆ ଲୋକ ସଂକ୍ରମିତ ହୋଇଛନ୍ତି ଓ ୬୨୩ ଆକ୍ରାନ୍ତଙ୍କର ପ୍ରାଣହାନୀ ଘଟିଛି । ୨୪ ଘଣ୍ଟା ପୂର୍ବରୁ ଦେଶରେ ୨୭ ହଜାର ୪୦୪ ଜଣ ନୂଆ ଲୋକ ସଂକ୍ରମିତ ଜଣାପଡ଼ିଥିଲେ ଏବଂ ୪୯୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।
ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାର ୯୬୬ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୬ହଜାର ୪୧୪କୁ ହ୍ରାସ ପାଇଛି । ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୯ ଲକ୍ଷ ୪୪ ହଜାର ୯୪୯ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୧ ହଜାର ୪୩୯କୁ ବୃଦ୍ଧି ପାଇଥିବା କୁହାଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଆସିବା ପରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଠିକ ତଥ୍ୟ ଆସିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031