Indus Valley Times

‘ଭାରତ ଯୋଡୋ ଯାତ୍ରା’ ପରେ କଂଗ୍ରେସ ଆରମ୍ଭ କରିବ ‘ହାତ ସେ ହାତ ଯୋଡୋ’ ଅଭିଯାନ

 Breaking News

‘ଭାରତ ଯୋଡୋ ଯାତ୍ରା’ ପରେ କଂଗ୍ରେସ ଆରମ୍ଭ କରିବ ‘ହାତ ସେ ହାତ ଯୋଡୋ’ ଅଭିଯାନ

‘ଭାରତ ଯୋଡୋ ଯାତ୍ରା’ ପରେ କଂଗ୍ରେସ ଆରମ୍ଭ କରିବ ‘ହାତ ସେ ହାତ ଯୋଡୋ’ ଅଭିଯାନ
December 04
17:37 2022

ନୂଆଦିଲ୍ଲୀ,୪/୧୨: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ଲୋକପ୍ରିୟତା ହାସଲ କରିବାକୁ ଚେଷ୍ଟା କରୁଛି କଂଗ୍ରେସ। ଏନେଇ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଆରମ୍ଭ କରି ବିଭିନ୍ନ ରାଜ୍ୟକୁ ଯାଉଛନ୍ତି।
ସିଧାସଳଖ ଭାବେ ଜନତାଙ୍କ ସହ କଥାବାର୍ତ୍ତା କରିବା ପାଇଁ କଂଗ୍ରେସ ଏହି ଯାତ୍ରାର ଆୟୋଜନ କରିଛି। ତେବେ ଏହି ଯାତ୍ରା ପରେ କଂଗ୍ରେସ ‘ହାତ୍ ସେ ହାତ୍ ଯୋଡୋ ଅଭିଯାନ’ ଆରମ୍ଭ କରିବ ବୋଲି କହିଛି। ଆଜି କଂଗ୍ରେସର ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଘୋଷଣା କରିଛନ୍ତି।
“ଆମେ ଜାନୁଆରୀ ୨୬ରୁ ଏକ ବିଶାଳ ଅଭିଯାନ-‘ହାତ୍ ସେ ହାତ୍ ଯୋଡୋ ଅଭିଯାନ’ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ। ଏହା ଏକ ଦୁଇ ମାସର ଅଭିଯାନ ହେବ, ଯାହା ଅଧୀନରେ ବ୍ଲକ ସ୍ତରୀୟ ପଦଯାତ୍ରା କରାଯିବ।
ଏହି ସମୟ ମଧ୍ୟରେ ଦଳ ରାହୁଲ ଗାନ୍ଧୀଙ୍କ ଏକ ଚିଠି ଏବଂ ମୋଦୀ ସରକାରଙ୍କ ବିରୋଧରେ ଥିବା ଚାର୍ଜସିଟ ଲୋକଙ୍କୁ ହସ୍ତାନ୍ତର କରିବ। ଏହି ଯାତ୍ରା ସମୟରେ ଆମେ ଯୁବପିଢ଼ି ସହ ଯୋଡି ହେବା ଉପରେ ବିଶେଷ ଧ୍ୟାନ ଦେବୁ ବୋଲି ଦଳର ନେତା କେସି ଭେଣୁଗୋପାଳ ଗଣମାଧ୍ୟମକୁ କହିଛନ୍ତି।
“ବୈଠକ ସମୟରେ ଆମେ ଭାରତ ଯୋଡୋ ଯାତ୍ରା ପରେ କ’ଣ କରାଯିବ ସେ ବିଷୟରେ ଆଲୋଚନା କରିଥିଲୁ। ‘’ହାତ୍ ସେ ହାତ୍ ଯୋଡୋ ଅଭିଯାନ’ ହେଉଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଯାହା କରିବାକୁ ଯୋଜନା କରାଯାଇଛି। ବ୍ଲକ ତଥା ଜିଲ୍ଲା ସ୍ତରରେ ଏହା କରାଯିବ। ରାହୁଲ ଗାନ୍ଧୀ ଏହି ସମୟରେ ଭାରତ ଯୋଡୋ ଯାତ୍ରାର ସଫଳତାକୁ ବିଷୟରେ କହିବେ” ବୋଲି କଂଗ୍ରେସର ସାଂସଦ ଜୟରାମ ରମେଶ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031