Indus Valley Times

ଭାରସାମ୍ୟ ହରାଇ ଓଲଟିଲା ଟମାଟ ବୋଝେଇ ଟ୍ରକ,ଦୁର୍ଘଟଣା ଏଡାଇବା ପାଇଁ ଜନସାଧାରଣରେ ଦାବୀ

 Breaking News

ଭାରସାମ୍ୟ ହରାଇ ଓଲଟିଲା ଟମାଟ ବୋଝେଇ ଟ୍ରକ,ଦୁର୍ଘଟଣା ଏଡାଇବା ପାଇଁ ଜନସାଧାରଣରେ ଦାବୀ

December 21
21:43 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୨୧/୧୨: ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅର୍ନ୍ତଗତ ସୋରଡ଼ା ଗ୍ରାମ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ରେ ଭାରସାମ୍ୟ ହରାଇ ଏକ ଟମାଟ ବୋଝେଇ ଟ୍ରକ ଓଲଟି ପଡ଼ିଛି। ସୂଚନା ଅନୁଯାୟୀ ରାୟପୁରରୁ ବାହାରି ଏକ ଟମାଟ ବୋଝେଇ ଟ୍ରକ ଗାଡ଼ି ନଂ ( ଓଡି ୨୯ ଏଚ୍ – ୬୨୧୪) କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ସମୟରେ ସୋରଡ଼ା ଗ୍ରାମ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥରେ ଏକ ଟନିକ୍ ଅତିକ୍ରମ କରୁଥିବା ସମୟରେ ଭାରସାମ୍ୟ ହରାଇ ଚାଷ ଜମିକୁ ଓଲଟି ପଡିଥିଲା। ଟ୍ରକ୍ ରେ ଥିବା ୧୩୦ ଟ୍ରେ ଟମା ଟ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ତେବେ ଟ୍ରକ୍ ଦୁର୍ଘଟଣା ରେ ଗାଡ଼ି ଚାଳକ ଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ କର୍ମଚାରୀ ଙ୍କ ସହାୟତାରେ ଚିକିତ୍ସାଳୟ କୁ ନିଆଯାଇଥିବା ବେଳେ ହେଲଫର୍ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଏହି ସ୍ଥାନରେ ଭାରସାମ୍ୟ ହରାଇ ଏକ ଚାଉଳ ବୋଝେଇ ଟ୍ରକ ଓଲଟି ପଡିଥିଲା।ସୋରଡ଼ା ଗ୍ରାମ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥରେ ଥିବା ଏହି ଟର୍ଣିରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆ ନଯିବା ଯୋଗୁଁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୁର୍ଘଟଣା ଏଡାଇବା ପାଇଁ ପ୍ରଶାସନ ତରଫରୁ ଏହି ସ୍ଥାନରେ ସ୍ଵତନ୍ତ୍ର ପଦକ୍ଷେପ ନିଆଯିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031