Indus Valley Times

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ରକ୍ଷା ପାଇଲେ ୫୦ରୁ ଅଧିକ ଯାତ୍ରୀ

 Breaking News

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ରକ୍ଷା ପାଇଲେ ୫୦ରୁ ଅଧିକ ଯାତ୍ରୀ

October 13
10:13 2022

ଜଳେଶ୍ୱର, ୧୩/୧୦: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍ । ଅଳ୍ପକେ ରକ୍ଷା ପାଇଲେ ୫୦ରୁ ଅଧିକ ଯାତ୍ରୀ । ପୋଲିସର ତଦନ୍ତ ଜାରି ।
ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ କଲିକତାରୁ ଚାନ୍ଦବାଲି ରାଜକନିକା ଅଭିମୁଖେ ଯାଉଥିବା ଜଗାକାଳିଆ ନାମକ ଯାତ୍ରୀବାହୀ ବସ ହଲଦିପଦା ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡ୍ରେନରେ ଓଲଟି ପଡିଛି । ରାତି ୩.୫୦ ସମୟରେ ଡ୍ରାଇଭର ର ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଛି । ଗାଡ଼ିରେ ପ୍ରାୟ ୫୦ ଜଣ ଯାତ୍ରୀ ଥିବା ବେଳେ ୨୦ରୁ ଅଧିକ ଲୋକ ସାମାନ୍ୟ ଆହତ ହେଇଛନ୍ତି ।
ଜଣେ ନାବାଳକର ଗୋଡ ଭାଙ୍ଗିଯାଇଥିବା ଜଣା ପଡିଛି । ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ଅଛନ୍ତି । କିଛି ଯାତ୍ରୀ ଅନ୍ୟ ବସରେ ଘରକୁ ପଳେଇଯାଇଥିବ ବେଳେ ଆଉ କିଛି ଯାତ୍ରୀ ବସ୍ ପାଖରେ ବସିଥିବାର ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031