Indus Valley Times

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାଠ ବୋଝେଇ ଟ୍ରକ: ଗୁରୁତର ଡ୍ରାଇଭର ମେଡିକାଲରେ ଭର୍ତ୍ତୀ

 Breaking News

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାଠ ବୋଝେଇ ଟ୍ରକ: ଗୁରୁତର ଡ୍ରାଇଭର ମେଡିକାଲରେ ଭର୍ତ୍ତୀ

November 07
20:00 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୭/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ମୁଣ୍ଡିବାଲି ଛକ ନିକଟରେ ଶନିବାର ରାତ୍ରରେ ଏକ କାଠ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗାଡିଟି ରାୟଗଡା ଠାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ସମୟରେ ଏଭଳି ଘଟଣା ଟି ଘଟିଛି ।
ଗାଡିର ନଂ.ଓଡି -୦୨-ଏଭି- ୦୭୨୮ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହେବା ଫଳରେ ଚାଳକ ଜଣକ ଚାପି ହେଇ ଟ୍ରକ ଭିତରେ ରହିଯାଇଥିଲେ ।
ଖବର ପାଇ ତୁମୁଡିବନ୍ଧ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଲିଗୁଡା ଏସଡିପିଓ ମନୋଜ ପୂଜାରୀଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ଗୁରୁତର ଚାଳକଙ୍କୁ ଉଦ୍ଧାର କରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031