Indus Valley Times

ଭିଜିଲାନ୍ସ ଜାଲରେ ଟାଟା ପାୱାର୍ ଜେନେରାଲ ମ୍ୟାନେଜର, ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି

 Breaking News

ଭିଜିଲାନ୍ସ ଜାଲରେ ଟାଟା ପାୱାର୍ ଜେନେରାଲ ମ୍ୟାନେଜର, ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି

ଭିଜିଲାନ୍ସ ଜାଲରେ ଟାଟା ପାୱାର୍ ଜେନେରାଲ ମ୍ୟାନେଜର, ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି
March 11
10:22 2022

ସମ୍ବଲପୁର,୧୧/୩: ଆୟ ବର୍ହିଭୁତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ ଟାଟା ପାଓ୍ୱାର ପଶ୍ଚିମ ଓଡ଼ିଶା ବିତରଣ ଲିମିଟେଡ୍ରେ କାର‌୍ୟ୍ୟରତ ଓ୍ୱାର୍କସ୍ ଆଣ୍ଡ ପ୍ଲାନିଂର ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜିଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରିଛି।
ସନ୍ତୋଷଙ୍କ ସମ୍ବଲପୁର ପ୍ରଧାନପଡ଼ାରେ ଥିବା ଶକ୍ତିନଗର ବାସଭବନ, ବୁର୍ଲାରେ ଥିବା ଅଫିସ ଓ ବରଗଡ଼ ଜିଲ୍ଲା ଅତାବିରା ପୈତୃକ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।
ଚଢ଼ାଉ ବେଳେ ତାଙ୍କୁ ଘରୁ ନଗଦ ୬ ଲକ୍ଷ ୨୮ ହଜାର ଟଙ୍କା, ସୁନା ଗହଣା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍। ସନ୍ତୋଷଙ୍କ ଘରୁ ପୁରୁଣା ହଜାରେ ଟଙ୍କିଆ ନୋଟ୍ ମଧ୍ୟ ଜବତ କରାଯାଇଛି। ସନ୍ତୋଷ ପୂର୍ବରୁ ବିଦ୍ୟୁତ ବିଭାଗରେ ଚିଫ୍ ଇଞ୍ଜିନିଅର ଭାବେ କାର୍ଯ୍ୟ କରୁଥିଲେ।
ସନ୍ତୋଷ ଆୟ ବର୍ହିଭୁତ ସମ୍ପର୍ତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଟିମ୍ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031