Indus Valley Times

ଭିଜିଲାନ୍ସ ଜାଲରେ ପୂର୍ବତନ କଲେଜ ଅଧ୍ୟକ୍ଷ, କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗରେ ରେଡ୍

 Breaking News

ଭିଜିଲାନ୍ସ ଜାଲରେ ପୂର୍ବତନ କଲେଜ ଅଧ୍ୟକ୍ଷ, କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗରେ ରେଡ୍

ଭିଜିଲାନ୍ସ ଜାଲରେ ପୂର୍ବତନ କଲେଜ ଅଧ୍ୟକ୍ଷ, କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗରେ ରେଡ୍
March 07
10:03 2022

ଭୁବନେଶ୍ୱର,୭/୩: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରର ହୀରାନୀଳା କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବାର ଖବର ମିଳିଛି।
ଭବାନୀପାଟଣାର ଭିଜିଲାନ୍ସର ସ୍ପେଶାଲ୍ ଜଜଙ୍କ ଦ୍ବାରା ଜାରି ଆଦେଶ ବଳରେ କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାର ୫ଟି ସ୍ଥାନରେ ଚଢ଼ାଣ କରାଯାଉଥିବା ଜଣାଯାଇଛି।
ଏବେ୬ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ାଉ ଚାଲିଛି।
ଭୁବନେଶ୍ୱରର ଡୁମଡୁମା ହାଉସିଂ ବୋର୍ଡ କଲୋନି, ଆର‌୍ୟ୍ୟପଲ୍ଲୀରେ ପ୍ଲଟ୍ ନଂ ଏସବି-୦୭ ରେ ଥିବା ଲାଞ୍ଜିଗଡ଼ର ବିଶ୍ୱନାଥପୁରରେ ଅବସ୍ଥିତ ଆବାସିକ ଘର, ଖୋର୍ଦ୍ଧାଠାରେ ଥିବା ତାଙ୍କର କ୍ରସର୍ ୟୁନିଟ୍, କଳାହାଣ୍ଡି ଜିଲ୍ଲା ବିଷ୍ଣୁନାଥପୁର ନିକଟ ପୋଖରୀବନ୍ଧରେ ଥିବା କ୍ରସର ୟୁନିଟ୍ ଏବଂ ବିଶ୍ୱନାଥପୁର, ହୀରାନୀଳା କଲେଜରେ ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ଅଫିସ୍ ରୁମରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031