Indus Valley Times

ଭିଜିଲାନ୍ସ ହାତରେ ତହସିଲ ଅଫିସ ଡିଇଓ, ଲାଞ୍ଚ ନେବାବେଳେ ଧରାପଡିଲେ ଭୋଳା ମହେଶ୍ବର

 Breaking News

ଭିଜିଲାନ୍ସ ହାତରେ ତହସିଲ ଅଫିସ ଡିଇଓ, ଲାଞ୍ଚ ନେବାବେଳେ ଧରାପଡିଲେ ଭୋଳା ମହେଶ୍ବର

October 12
18:31 2022

ନୂଆପଡା,୧୨/୧୦: ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଖଡିଆଳ ତହସିଲର ଲାଞ୍ଚୁଆ ଡାଟା ଏଣ୍ଟ୍ରି ଅପରେଟର। ଆଜି ରେସିଡେନ୍ସ ସାର୍ଟିଫିକେଟ୍ କରାଇ ଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ତାଙ୍କ ନାମ ଭୋଲା ମହେଶ୍ୱର ଦଣ୍ତସେନା।
ସୂଚନା ମୁତାବକ, ୧୫ ଜଣଙ୍କୁ ରେସିଡେନସ୍ ସାର୍ଟିଫିକେଟ୍ କରାଇ ଦେବା ପାଇଁ ସେ ଲାଞ୍ଚ ମାଗିଥିଲେ। ଏନେଇ ଭିଜିଲାନ୍ସରେ କିଛି ଲୋକ ଅଭିଯୋଗ କରିଥିଲେ। ଆଜି ଅଭିଯୋଗକାରୀ ରାନୀମୁଣ୍ତା ଗ୍ରାମର ନିତ୍ୟାନନ୍ଦ ହିଆଲଙ୍କଠାରୁ ଭୋଲା ମହେଶ୍ୱର ୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ କୋରାପୁଟ ଭିଜିଲାନ୍ସ ଚଢ଼ାଉ କରି ଧରିଥିଲା। ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କୁ ଭିଜିଲାନ୍ସ ନିଜ କଷ୍ଟଡିକୁ ନେଇଛି।
ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ପୈତୃକ ଘର ବୋଡେନ ଥାନା ଖଇରା ଗାଁ ଘରେ ରେଡ୍ ଚାଲିଛି । ତାଙ୍କ ଆୟ ଓ ଆୟ ବର୍ହିଭୂତ ସମ୍ପତ୍ତି ସମ୍ପର୍କରେ ଜାଣିବା ପାଇଁ ଏହି ରେଡ୍ କରାଯାଉଥିବା ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031