ଭିଭିଆଇପି ସୁରକ୍ଷାକୁ ନେଇ ଆଲର୍ଟ ମୋଡ୍ରେ ସରକାର; ଲିକ୍ କଲେ ହେବ ଆକ୍ସନ୍, ଜାରି ହେଲା କଡ଼ା ନିର୍ଦ୍ଦେଶ
May 28
17:00
2026
ଭୁବନେଶ୍ୱର,୨୮/୫: ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍ ନେଇ କଡ଼ା ସତର୍କତା ଜାରି କରିଛନ୍ତି ସରକାର। ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ଶେୟାର୍ କଲେ ଏଣିକି ହେବ କାର୍ଯ୍ୟାନୁଷ୍ଠାନ। ଘଟଣାକୁ ଗୁରୁତ୍ୱର ସହ ନେଇ ଓଡ଼ିଶା ସରକାର କଡ଼ା ସତର୍କତା ଜାରି କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଡିଜିପି ଓ ଆଇଜି, ଗୁପ୍ତଚର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।
ଏନେଇ ସମସ୍ତ ଜିଲାପାଳ ଓ ଏସ୍ପିଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି। ଭିଭିଆଇପିଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା ସୋସିଆଲ ମିଡିଆରୁ ଲିକ୍ ହେଉଥିବାରୁ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।






