Indus Valley Times

ଭୀଷଣ ବାତ୍ୟା ରୂପ ନେବ ‘ନିଭାର’

 Breaking News

ଭୀଷଣ ବାତ୍ୟା ରୂପ ନେବ ‘ନିଭାର’

ଭୀଷଣ ବାତ୍ୟା ରୂପ ନେବ ‘ନିଭାର’
November 24
13:14 2020

ଭୁବନେଶ୍ୱର,୨୪/୧୧ : ଭୀଷଣ ବାତ୍ୟାର ରୂପ ନେବ ‘ନିଭାର୍’। ୨୫ ତାରିଖ ଅପରାହ୍ଣରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ। ସ୍ଥଳବିଶେଷରେ ୧୨୦ କିମି ବେଗରେ ପବନର ଝଟ୍କା ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍ ବିଶ୍ବାସ କହିଛନ୍ତି ଯେ ଗତକାଲି ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ବଳୟଟି ଆଜି ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି। ଆଜି ସକାଳ ୮ଟା ସୁଦ୍ଧା ଅବପାତ ପୁଡୁଚେରିଠାରୁ ୫୫୦ କିମି ଓ ଦକ୍ଷିଣପୂର୍ବ ଚେନ୍ନାଇଠାରୁ ୫୯୦ କିମି ଦୂରତାରେ ରହିଥିଲା। ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ପରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ୨୫ ତାରିଖ ଅପରାହ୍ଣ ସୁଦ୍ଧା କରାଇକାଲ୍ ଓ ମାମାଲ୍ଲାପୁରମ୍ ମଧ୍ୟ ଦେଇ ‘ଭୀଷଣ ବାତ୍ୟା’ ରୂପରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଦେଇ ଅତିକ୍ରମ କରିବ।
୨୬ ତାରିଖକୁ ବର୍ଷା ପରିମାଣ ବଢ଼ିପାରେ। ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଆଦି ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ହେବ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ‘ନିଭାର’ ପ୍ରଭାବରେ ୨୪ ତାରିଖ ସଂଧ୍ୟାରୁ ରାଜ୍ୟରେ ପାଗ ପରିବର୍ତନ ହେବ। ୨୭ ଯାଏ କୋହଲା ପାଗ ରହିବ। ଦକ୍ଷିଣ ଉପକୂଳ ଜିଲ୍ଲାଗୁଡ଼ିକ ଯଥା ଜଗତସିଂହପୁର, ଖୋର୍ଧା, ପୁରୀ ଓ ଗଞ୍ଜାମ ସହ ଆଭ୍ୟନ୍ତରୀଣ ଦକ୍ଷିଣ ସମ୍ବଲପୁରଠାରୁ ପଶ୍ଚିମକୁ ଥିବା ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ପଡ଼ିବ। ୨୬ ତାରିଖ ଦିନ ବିକ୍ଷୀପ୍ତ ବର୍ଷା ହେବ। ବର୍ଷାର ପରିମାଣ ହାଲ୍କାରୁ ସ୍ପଳ୍ପ ରହିବ। ୨୪ ତାରିଖରୁ ରାତିର ତାପମାତ୍ରା ବଢ଼ିବ। ଫଳରେ ଶୀତ କମିବ। ତେବେ ୨୮ ତାରିଖଠାରୁ ରାତିର ତାପମାତ୍ରା କ୍ରମଶଃ କମିବା ଯୋଗୁଁ ଶୀତ ପଡ଼ିବା ଆରମ୍ଭ ହୋଇଯିବ ବୋଲି ଡ. ପଶୁପାଳକ କହିଛନ୍ତି।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031