Indus Valley Times

ଭୁବନେଶ୍ୱରରୁ ପୁଣି ୬୪ କରୋନା ଆକ୍ରାନ୍ତ ଚିହ୍ନଟ

 Breaking News

ଭୁବନେଶ୍ୱରରୁ ପୁଣି ୬୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରରୁ ପୁଣି ୬୪ କରୋନା ଆକ୍ରାନ୍ତ ଚିହ୍ନଟ
July 12
18:13 2020

ଭୁବନେଶ୍ୱର,୧୨/୭: ଭୁବନେଶ୍ୱରରୁ ରବିବାର ଦିନ ପୁଣି ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬ ରହିଥିବାବେଳେ ଲୋକାଲ କେସ୍ ୨୮ ରହିଛି। ସେପଟେ ଭୁବନେଶ୍ୱର ସହରରୁ ଆଉ୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୭୦୪ ରିହିଛି । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୨୭ ଜଣ । ଆକ୍ଟିଭ ଅଛନ୍ତି ୩୬୮ ଜଣ । ସେଥି ମଧ୍ୟରୁ କରୋନାରେ ୭ଜଣଙ୍କ ମୃତ୍ୟୁ ହୋଇଛି।
ଭୀମଟାଙ୍ଗୀରୁ ଜଣେ ଓ ଲକ୍ଷ୍ମୀସାଗର ଉପରସାହିରୁ ୨ ଟି ଲୋକାଲ କେସ୍ ରହିଛି। ସାଲିଆସାହି ମହାବୀର ନଗରରୁ ୩ଟି ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ଶ୍ରୀରାମନଗର ଲିଙ୍କରେ ସାଲିଆସାହିର ଆଉ ୪ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ଚକେଇସିଆାଣୀ ଉଗାଳମଣି ମନ୍ଦିର ପାଖରୁ ଗୋଟିଏ ଲୋକାଲ କେସ୍, ଭୋଇ ନଗରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହଟସ୍ପଟ୍ ଜିଲ୍ଲା ଲିଙ୍କରେ ଆଉ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିଭଳି ସତ୍ୟନଗରରୁ ୨ ଚିହ୍ନଟ ହୋଇଛନ୍ତି। ଡୁମୁଡୁମା ରଘୁନାଥ ମନ୍ଦିର ପାଖରୁ ୪ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ମଞ୍ଚେଶ୍ୱର ଧିରିକୁଟୀ ସାହିରୁ ୨ ଲୋକଲ କେସ୍ ଚିହ୍ନଟ ହୋଇଛନ୍ତି। ଆଚାର‌୍ୟ୍ୟ ବିହାର ଓ ନୀଳାଦ୍ରିବିହାରରୁ ଜଣେ ଲେଖାଏଁ ଲୋକାଲ କେସ୍ ରହିଛି। କଳିଙ୍ଗ ନଗରରୁ ୧ ଓ ପୋଖରୀପୁଟରୁ ୨ ଲୋକାଲ କେସ୍ ରହିଛି।
ଓଡ଼ିଶାରେ ଆଉ ୫୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୧ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୫୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୪ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୦୧ ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031