Indus Valley Times

ଭୂମିହୀନଙ୍କୁ ଜମି ପଟ୍ଟା ଦେବେ ସରକାର, ମନ୍ତ୍ରୀ କହିଲେ- ୫ବର୍ଷ ପରେ ରାଜ୍ୟରେ କେହି ରହିବେନି ଭୂମିହୀନ ଓ ବାସହୀନ

 Breaking News

ଭୂମିହୀନଙ୍କୁ ଜମି ପଟ୍ଟା ଦେବେ ସରକାର, ମନ୍ତ୍ରୀ କହିଲେ- ୫ବର୍ଷ ପରେ ରାଜ୍ୟରେ କେହି ରହିବେନି ଭୂମିହୀନ ଓ ବାସହୀନ

ଭୂମିହୀନଙ୍କୁ ଜମି ପଟ୍ଟା ଦେବେ ସରକାର, ମନ୍ତ୍ରୀ କହିଲେ- ୫ବର୍ଷ ପରେ ରାଜ୍ୟରେ କେହି ରହିବେନି ଭୂମିହୀନ ଓ ବାସହୀନ
August 12
16:54 2024

ଭୁବନେଶ୍ୱର,୧୨/୮: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି,ଭୂମିହୀନ ଓ ବାସହୀନଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ଗ୍ରାମାଞ୍ଚଳରେ ପଟ୍ଟା ନଥିବା ଗରିବଙ୍କୁ ୪ ଡେସିମିଲ ଜମି ଦିଆଯିବ। ସେହିପରି ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏ ଜମି ମିଳିବ। ସହରାଞ୍ଚଳରେ ବସ୍ତି ବାସିନ୍ଦା ଓ ବାସହୀନଙ୍କୁ ଜମି ଯୋଗାଇ ଦିଆଯାଉଛି। ଜଙ୍ଗଲ ଜମିକୁ ମଧ୍ୟ କିସମ ପରିବର୍ତ୍ତନ କରାଯାଉଛି ବୋଲି ସୁରେଶ ପୂଜାରୀ କହିଛନ୍ତି।
ତେବେ ସର୍ଭେ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୫ ବର୍ଷ ପରେ ଓଡ଼ିଶାରେ ଭୂମିହୀନ ଓ ବାସହୀନ କେହିନଥିବେ। ସର୍ଭେ କାମ ଆରମ୍ଭ ହୋଇ ଗଲାଣି। ଆବଣ୍ଟନ ମଧ୍ୟ ଆରମ୍ଭ ହୋଇଗଲାଣି । ଜମି ମିଳିବା ପରେ ବାସଗୃହ, ପାନୀୟ ଜଳ, ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଯୋଗାଇ ଦିଆଯିବ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30