Indus Valley Times

ଭୋଟ୍ ପୂର୍ବରୁ ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ

 Breaking News

ଭୋଟ୍ ପୂର୍ବରୁ ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ

ଭୋଟ୍ ପୂର୍ବରୁ ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ
December 04
18:31 2022

ଭୁବନେଶ୍ବର,୪/୧୨: ରାତି ପାହିଲେ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ହେବ। ନିର୍ଦ୍ଧାରିତ କାର‌୍ୟ୍ୟକ୍ରମ ଅନୁସାରେ ଡିସେମ୍ବର ୫ ତାରିଖ ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ତେବେ ମତଦାନ ପୂର୍ବରୁ ପଦ୍ମପୁରରେ ଉଭୟ ବିଜେଡି ଓ ବିଜେପି ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ ଆସିଛି।
ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ଫେରାଦ ହୋଇଛି। ନିର୍ବାଚନ ପ୍ରଚାର ସରିବା ପରେ ବି ବିଜେଡ଼ି ଅନୈତିକ କାର‌୍ୟ୍ୟ କରୁଛି। ବିଭିନ୍ନ ଜାଗାରେ ଟଙ୍କା ବାଣ୍ଟୁଛି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ଭାଇ ଟଙ୍କା ବାଣ୍ଟୁଥିବା ବେଳେ ଗାଁ ଲୋକ ଧରିଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି। ପୁଲିସ ଧରିବା ଆଗରୁ ସେ ଖସି ପଳାଇଲେ।
କିନ୍ତୁ ପୁଲିସ ତାଙ୍କ ସହଯୋଗୀଙ୍କୁ ଧରିଛି। ବିଜେଡି ସମର୍ଥିତ ୱାର୍ଡମେମ୍ବରଙ୍କୁ ଗାଁ ଲୋକେ ଟଙ୍କା ଫେରାଇଛନ୍ତି। ପାଇକମାଲରେ ମଧ୍ୟ ଗାଁ ଲୋକେ ବୈଠକ କରି ଟଙ୍କା ଫେରାଇଛନ୍ତି। ଏହା ପ୍ରମାଣ କରୁଛି ଯେ ବିଜେଡି ଟଙ୍କା ବାଣ୍ଟୁଛି। ବିଜେଡି କର୍ମୀ ଏମଡି ସାଜିଦଙ୍କୁ ଟଙ୍କା ବାଣ୍ଟିବା ସମୟରେ ଧରିବାରୁ ଧମକ ଦେଉଛନ୍ତି। ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏହା କହିଛନ୍ତି।ଗ୍ଦ ଭ
ବିଜେପି ଅଭିଯୋଗ ଆଣିଛି ଯେ, ଗତକାଲି ସନ୍ଧ୍ୟାରେ ପ୍ରଦୀପ ପୁରୋହିତ ବରିହା ପଂଚାୟତରେ ସତସଙ୍ଗ ପାଇଁ ଯାଇଥିଲେ। ତାଙ୍କୁ ନନ୍ଦିଘୋଷ ଟିଭି ଚାନେଲ ରିପୋର୍ଟରମାନେ ଟଣାଓଟରା କରୁଥିଲେ। ଉକ୍ତ ଟିଭିର ୨୦ରୁ ଅଧିକ ସଦସ୍ୟ ସେଠାରେ ଅଛନ୍ତି। ସେମାନେ ଅସୁସ୍ଥ ବାତାବରଣ ସୃଷ୍ଟି କରୁଛନ୍ତି। ବିଜେପି କର୍ମୀମାନଙ୍କୁ ଟଣାଓଟରା କରୁଛନ୍ତି। ଏସବୁକୁ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି। ରାଇରଙ୍ଗପୁର ବିଧାୟକ ନବଚରଣ ମାଝି, ଉଦଳା ବିଧାୟକ ଭାସ୍କର ମଢେଇ, ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ସମେତ ବିଜେପିର ଏକ ଟିମ ସିଇଓଙ୍କୁ ଭେଟିଛନ୍ତି।
ଅନ୍ୟପଟରେ ପଦ୍ମପୁର ଉପନିର୍ବାଚନକୁ ନେଇ ବିଜେପି ବିରୋଧରେ ସିଇଓଙ୍କୁ ଭେଟିଛି ବିଜେଡି ଟିମ୍। ପଦ୍ମପୁରରେ ବିଜେପିର ନେତାମାନେ ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଛନ୍ତି। ବିଜେପି ହିଂସା ଆଚରଣ କରୁଛି। ଭୋଟରଙ୍କୁ ଭ୍ରମିତ କରିବା ପାଇଁ ଟଙ୍କା ବାଣ୍ଟୁଛି। ରାଜେଶ ସାହୁ, ତପନ ସୁନା ଦୁଇ ବିଜେପି ନେତା ଟଙ୍କା ବାଣ୍ଟୁଥିବାର ଭିଡିଓ ରହିଛି। ଗଣମାଧ୍ୟମକୁ ବିଜେପି ବ୍ୟବହାର କରୁଛି ବୋଲି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ ଓ ଲେନିନ ମହାନ୍ତି ସୂଚନା ଦେଇଛନ୍ତି।
ସେହିପରି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଅର୍ଗସ ଟିଭି ନାଁରେ ସିଇଓଙ୍କୁ ଫେରାଦ ହୋାଇଛି ବିଜେଡ଼ି। ପ୍ରଚାର ବନ୍ଦ ରହିଥିଲେ ବି ଅର୍ଗସ ଟିଭିର ସାମ୍ବାଦିକମାନେ ଡେରା ପକାଇ ଅଛନ୍ତି। ଅତିରିକ୍ତ ଟିମ୍ ସେଠାରେ ଅଛନ୍ତି। ସେଠାରେ ସେମାନେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପଇସା ବାଣ୍ଟୁ ଛନ୍ତି। ପଇସା ଦେଇ କହୁଛନ୍ତି ଯେ ଏ ପଇସା ବିଜେଡ଼ି ଦେଉଛି ବୋଲି କ୍ୟାମେରା ଆଗରେ କୁହ। ଏହା ଉପରେ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଲାଗି ଦାବି କରିଛି ବିଜେଡ଼ି। ଚ୍ୟାନେଲର ଯେତିକି ଟିମ୍ ରହିବା କଥା ଖବର ପାଇଁ ରୁହନ୍ତୁ। ଅତିରିକ୍ତ ଟିମ୍କୁ ସେଠାରେ ନିୟୋଜିତ କରା ନଯାଉ ବୋଲି ସିଇଓଙ୍କ ନିକଟରେ ବିଜେଡି ଅଭିଯୋଗ କରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031