Indus Valley Times

ଭ୍ଲାଦିମିରଙ୍କ ଭାରତ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ନିବିଡ କରିଛି

 Breaking News

ଭ୍ଲାଦିମିରଙ୍କ ଭାରତ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ନିବିଡ କରିଛି

December 08
20:58 2021

ସ୍ୱାଗତିକା ଭୂତିଆଙ୍କ ରିପୋର୍ଟ
ସୋମବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ଗସ୍ତରେ ଆସି ୨୦ବର୍ଷର ଭାରତ ଏବଂ ରୁଷ ସମ୍ପର୍କର ଡୋରିକୁ ଆହୁରି ଦୃଢ କରିଥିବା ଚର୍ଚ୍ଚା ହେଉଛି । ପୁଟିନ୍‌ଙ୍କ ଭାରତ ଗସ୍ତ ଭାରତୀୟଙ୍କ ମନରେ ଏକ ନୂଆ ଭରଷା ଓ ନୂଆ ବିଶ୍ୱାସ ଆଣିଦେଇଛି ।
ଯେଉଁ ସମୟରେ ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି ସେହିସମୟରେ ପୁଟିନିଙ୍କ ଭାରତ ଗସ୍ତ ବିଭିନ୍ନ ଦିଗରୁ ଗୁରୁତ୍ୱ ବହନ କରୁଛି ।
ଖାସ୍ କରି ଭାରତ ୬୦ରୁ ୭୦ ପ୍ରତିଶତ ପ୍ରତିରକ୍ଷା ପାଇଁ ଯୁଦ୍ଧାସ୍ତ୍ର ସବୁ ରୁଷ ଠାରୁ ଆମଦାନୀ କରୁଛି । ଭାରତ ପ୍ରତିରକ୍ଷା କ୍ଷେତ୍ରରେ ରୁଷ ଉପରେ ନିର୍ଭରଶୀଳ ।
୧୯୭୧ ମସିହାରୁ ରୁଷ ସହ ଭାରତ ସଂମ୍ପର୍କ ଆହୁରି ନିବିଡ ହୋଇଥିଲା । ଯେତେବେଳେ ‘ଟ୍ରିଟ୍ରି ଅଫ ପିସ ଆଣ୍ଡ ଫ୍ରେଣ୍ଡସିପ ଉଇଥ୍ ଅସ’ ବା ଆମ ସହ ବନ୍ଧୁ ଓ ମିତ୍ରତା ଚୁକ୍ତି ସ୍ୱାକ୍ଷର କରିଥିଲା । ଯେଉଁ ସମୟରେ ‘ଲିବିରେସନ ଅଫ ବାଙ୍ଗଲାଦେଶ’ ବା ବା ବଙ୍ଗଳାଦେଶ ମୁକ୍ତି ସଂଗ୍ରାମ ପାଇଁ ଭାରତ ଓ ପାକିସ୍ତାନ ଯୁଦ୍ଧ ହୋଇଥିଲା ସେହି ସମୟରେ ପାକିସ୍ତାନ, ଚାଇନା,ଆମେରିକା, ଇଂଲଣ୍ଡ ସବୁ ଭାରତ ବିପକ୍ଷରେ ଥିଲା ବେଳେ କେବଳ ରୁଷ ହିଁ ଭାରତର ସାଥ୍ ଦେଇଥିଲା ସେହି ସମୟରେ ହିଁ ‘ଟ୍ରିଟ୍ରି ଅଫ ପିସ ଆଣ୍ଡ ଫ୍ରେଣ୍ଡସିପି ଉଇଥ୍ ଅସ’ ସ୍ୱାକ୍ଷର ହୋଇଥିଲା । ସେତେବେଳେ ହିଁ ରୁଷ ଭାରତର ସହାୟତାକୁ ଆସିଥିଲା । ସେତେବେଳେ ଠାରୁ ଭାରତ ଏବଂ ରୁଷର ସମ୍ପର୍କ ନିବିଡ ହୋଇଥିଲା । ଆଉ ସେହି ବନ୍ଧୁତ୍‌ôା ଆଜି ଏକବିଂଶ ଶତଦ୍ଧିରେ ବି ଦେଖିବାକୁ ମିିଳୁଛି ।
ଭାରତ ଓ ଋଷିଆର ସମ୍ପର୍କ ୪ଟି ସ୍ତମ୍ଭ ଉପରେ ଛିଡା ହୋଇଛନ୍ତି । ସେଗୁଡିକ ହେଲା
୧. ଭାରତ ଓ ରୁଷ ମିଲିଟାରି ସହଯୋଗ ଖୁବ୍ ନିବିଡ ।
୨. ନ୍ୟୁକ୍ଲିୟର ବା ଆଣବିକ ଶକ୍ତି ସହଯୋଗ ।
୩. ମହାକାଶ ଗବେଷଣାରେ ସହଯୋଗ । ୪ ଆଚଂଳିକ ସହଯୋଗ ।
କିନ୍ତୁ କିଛି କାରଣ ପାଇଁ ୨୦୧୫ ପରଠାରୁ ଭାରତ ଓ ରୁଷ୍ ସମ୍ପର୍କରେ କିଛିଟା ପରିବର୍ତ୍ତନ ହୋଇଥିଲା । ଭାରତ ଓ ଆମେରିକାର ବର୍ଦ୍ଧିତ ବନ୍ଧୁତ୍ୱ ପାଇଁ ରୁଷ ଓ ଭାରତର ସମ୍ପର୍କରେ କିଛିଟା ପରିବର୍ତନ ହୋଇଥିଲା । ଯାହାକି ଭାରତ ପାଇଁ ଏକ ଚିନ୍ତାର କାରଣ ଥିଲା । ପ୍ରଥମ ଥର ପାଇଁ ୨୦୨୦ ମସିହାରେ ଭାରତ ଓ ରୁଷ ବାର୍ଷିକ ଶୀର୍ଷସ୍ତରୀୟ ବୈଠକ ବା ସମିଟି ମିଟିଂ ଘୁଂଚାଇ ଦିଅଯାଇଥିଲା । ଫଳରେ ଚର୍ଚ୍ଚା ହୋଇଥିଲା ଯେ ଭାରତ ଓ ରୁଷ ସମ୍ପର୍କ ଖରାପ ହୋଇଛି ବୋଲି । ହେଲେ ଭାଦମିରଙ୍କ ଏହି ଭାରତ ଗସ୍ତ ଫଳରେ ପୁଣିଥରେ ପୁରୁଣା ସମ୍ପର୍କ ଫେରିଆସିଥିବା କୁହାଯାଉଛି ।
ଏହି ଗସ୍ତରେ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ଚୁକ୍ତି ନାମାହୋଇଛି । ପ୍ରଥମ ହେଲା ଏକେ-୨୦୩ ରାଇଫଲସ୍ ଚୁକ୍ତିକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ରୁଷର ପ୍ରତିରକ୍ଷା ମନ୍ତ୍ରୀସେରଗୀ ସୋଇଗୁଙ୍କ ମଧ୍ୟରେ ଚୁକ୍ତି ନାମା କରାଯାଇଛି । ଏବଂ ଏହି ରାଇଫଲ ଭାରତରେ ତିଆରି ହବ ବୋଲଇ ଏକ ପ୍ରକାର ସଂଙ୍କେତ ଦେଇଛି ରୁଷ ।
ଦୁଇ ପାଖିକ ମନ୍ତ୍ରୀ ସ୍ତରିୟ ବୈଠକରେ ୨୮ଟି ଚିକ୍ତି ନାମା ସାକ୍ଷର ହୋଇଛି ।
ରୁଷ୍ ସାଥିରେ ବିଷେଶକରି ବେସାମରିକ ସାମଗ୍ରୀ ଆବଶ୍ୟକୀୟ କ୍ରୟ କରିବା ଉପରେ ଚିକ୍ତି ନାମା ହୋଇଛି । ଆଗାମୀ ଦଶ ବର୍ଷ ପାଇଁ କିଭଳି ମିଲିଟାରି କ୍ଷେତ୍ରରେ ଭାରତ ଶକ୍ତି ଶାଳି ହୋଇପାରିବ ସେଇ ସମ୍ପର୍କରେ ଆଲୋଚନା ହୋଇଛି ।
ରୁଷ୍ ଏସ୍‌-୪୦୦ ଆଣ୍ଡି ବାଲିଷ୍ଟିକ ମିଶାଇଲକୁ ଭାରତ ରପ୍ତାନି କରୁଛି । ଯାହା ଭାରତୀୟ ସୀମାକୁ ଆହୁରି ଶକ୍ତିଶାଳୀ କରିବାରେ ସହାୟକ ହେବ । ଏହି ଡିଲକୁ ନେଇ ଭାରତ ଆମେରିକା ସହ ମତାନ୍ତର ହୋଇ ରୁଷକୁ ସହଯୋଗ କରିଥିବାରୁ ଋଷ ଖୁବ୍ ପ୍ରଶଂସା କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ।
ଏହି ବୈଠକରେ ଆଫଗାନିସ୍ଥାନ ଆତଙ୍କ ବାଦୀ ପ୍ରସଙ୍ଗରେ ଆଲୋଚନା ହୋଇଛି । କିନ୍ତୁ ଲଦାଖ ସମ୍ପର୍କରେ ଚାଇନା ଓ ଭାରତ ମଧ୍ୟରେ ଲାଗି ରହିଥିବା ବିବାଦିୟ ପ୍ରସଙ୍ଗ ଇଣ୍ଡୋ ପାସିଫିକ୍ ଆଲୋଚନାକୁ ଟାଳି ଦେଇଛନ୍ତି ଋଷ ରାଷ୍ଟ୍ରପତି ।
ଏକ ମିଳିତ ବିବୃତିରେ ଦୁଇ ରାଷ୍ରମୁଖ୍ୟ କହିଛନ୍ତି ଯେ ଏହି ଦ୍ୱିପାକ୍ଷିକ ଆଲୋଚନା ଉଭୟ ଦେଶର ଶାନ୍ତି ଓ ପ୍ରଗତିକୁ ଅଧିକ ବେଗ ଦେବ ।
ଆଉ ଏକ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି । ୧୯୭୧ରେ ଭାରତ ଓ ଋଷ ମଧ୍ୟରେ ବନ୍ଧୁତ୍ୱାର ଚୁକ୍ତି ନାମାକୁ ୫ ଦଶନ୍ଧି ବା ୫୦ ବର୍ଷ ପୁରଣ ହୋଇଛି ।
କୁହାଯାଉଥିଲା ମୋଦି ଯେତେବେଳେ ଆମେରିକା ଗସ୍ତରେ ଯାଇ ଆମେରିକାର ପୁର୍ବତନ ରାଷ୍ଟ୍ରପତିଙ୍କୁ ସହଯୋଗ କରିଥିଲେ ଏବଂ ଡ୍ରମ୍ପଙ୍କ ସହ ବିଶାଳ ରାଲି କରିଥିଲେ ତାକୁ ନେଇ ଭାରତ ଏବଂ ରୁଷ ସମ୍ପର୍କ କିଛିଟା ତିକ୍ତତା ଆସିବ ବୋଲି । ହେଲେ ରୁଷ ରାଷ୍ଟ୍ରପତି ଏହି ଖବରକୁ ଗୁରୁତର ଭାବେ ନେଇନଥିବା ପ୍ରମାଣ ହୋଇଗଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031