Indus Valley Times

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ଥଇଥାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ:ଜିଲ୍ଲାପାଳ

 Breaking News

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ଥଇଥାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ:ଜିଲ୍ଲାପାଳ

June 18
20:27 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୮/୬ : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ମକଡ୍ରିଲ ପାଇଁ ଜିଲ୍ଲାସ୍ତରୀୟ ଟେବୁଲ ଟପ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଲାଇନ ଡିପାର୍ଟମେଣ୍ଟ୍ ସମ୍ଭାବ୍ୟ ବନ୍ୟା ପରିସ୍ଥତିର ମୁକାବିଲା ପାଇଁ ନିଜେ ନିଜେ କେତେ ସଚେତନ ଅଛନ୍ତି ଏବଂ କିଭଳି ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଉପରେ ବିବରଣୀ ପ୍ରଦାନ କରିଥିଲେ ।
ଜିଲା ଜରୂରୀକାଳୀନ ଅଧିକାରୀ ଅବନୀକାନ୍ତ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ସଭା ପରିଚାଳନା କରିଥିଲେ । ଜିଲ୍ଲାପାଳ ଶ୍ରୀମିଶ୍ର ସମସ୍ତ ଅଧିକାରୀଙ୍କୁ ବନ୍ୟା ମୁକାବିଲା ପାଇଁ ନିଜ ନିଜ ବିଭାଗର କାର୍ଯ୍ୟକ୍ରମର ତଦାରଖ ସହିତ ପିଆରଆଇ ସ୍ୱେଛାସେବୀମାନଙ୍କୁ ଏହି କାର୍ଯ୍ୟରେ ସାମିଲ କରିବା, ଆଗାମୀ ଦିନରେ ଅଗ୍ନିଶମ ଓ ଓଡ୍ରାପ ଟିମ ବିଭିନ୍ନ ଗ୍ରାମକୁ ଯାଇ ସେଠାରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବ୍ୟବହୃତ ସମସ୍ତ ଉପକରଣ ସଂପର୍କରେ ସମସ୍ତ ଗ୍ରାମବାସୀଙ୍କୁ ତାଲିମ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ ।
ଋବିବାର ଦିନ ସକାଳ ୧୦ ଟାରେ ଜିଲାର ୪ ଗୋଟି ବନ୍ୟା ଆଶ୍ରୟସ୍ଥଳ କୁଲତାଜୋର,ଘଂଟାପଡା,ବହିରା ଓ ହରଭଙ୍ଗା ବ୍ଲକର ଧର୍ମନଗରରେ ମକଡ୍ରିଲ ଅନୁଷ୍ଠିତ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ପ୍ରବନ୍ଧକ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ମିଶ୍ର ଯୋଗଦେଇ ମୁଁ ନୁହେଁ ଆମେ ଭାବି ସମସ୍ତ ଅଧିକାରୀ ନିଜ ନିଜ ଦାୟିତ୍ୱ ପ୍ରତି ସଚେତନ ରହି ବନ୍ୟାର ମୁକାବିଲା କରିବା ପାଇଁ ପରାମର୍ଶ ଦେଇଥିଲେ । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜରୂରୀ ଔଷଧ ମହଜୁଦ ରଖିବା, ପାନୀୟଜଳ, ପଲିଥିନ, ସାନିଟାଇଜର,ଶୁଖିଲା ଖାଦ୍ୟ,ଗୋଖାଦ୍ୟ,ଭେକ୍ସିନ ଓ ଆମ୍ବୁଲେନସ ପ୍ରସ୍ତୁତ ରଖିବାକୁ ସଂପୃକ୍ତ ବିଭାଗ ଗୁଡିକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ।
ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜରୂରୀ ପରିସ୍ଥିତିର ମୁକାବିଲା ପାଇଁ ଆଡିବନ୍ଧ ଓ କେନାଲ ଗୁଡିକର ତଦାରଖ କରାଯିବା ସହିତ ପ୍ରଚୁର ପରିମାଣରେ ବାଲିବସ୍ତା ମହଜୁଦ ରଖିବା,ଓଡ୍ରାଫ ଓ ଅଗ୍ନିଶମ ବିଭାଗ ମାନସିକ ଓ ଶାରିରୀକ ଭାବରେ ସରଞ୍ଜାମ ସହିତ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ସବୁଠାରୁ ବଡ କାମ, ଏଥିପାଇଁ ସମସ୍ତ ସ୍ୱେଛାସେବୀ ସଂସ୍ଥା,ସରପଂଚ,ୱାର୍ଡ ସଭ୍ୟ,ଗ୍ରାମବାସୀମାନେ ମିଳିତ ଭାବରେ ପରସ୍ପର ସହଯୋଗ ରଖି ଏହାର ମୁକାବିଲା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ଉପଜିଲ୍ଲାପାଳ ସନତ କୁମାର ନାଏକ,ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ,ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରଦିପ କୁମାର ରଥ,ଜିଲ୍ଳା ଯୋଗାଣ ଅଧିକାରୀ ବିଭୁପ୍ରସନ୍ନ ଆଚାର୍ଯ୍ୟ,ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର କୁମାର ଦାଶ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ନରେଶ ଆଚାର୍ଯ୍ୟ, ଏନଏସି ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା,ଜିଲା କୃଷି ଅଧିକାରୀ ନାରାୟଣ ମହାନନ୍ଦ,ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ର,ଜିଲ୍ଲା ମଙ୍ଗଳ ଅଧିକାରୀ ବିନୋଦ ଚନ୍ଦ୍ର ନାଏକ,ମତ୍ସ୍ୟ ବିଭାଗ ପକ୍ଷରୁ ଲିପସା ପଟ୍ଟନାୟକ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସରସୀ ପଣ୍ଡା,ଜିଲ୍ଲା ପଂଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ,ଡିଏସପି ସାଲେଷ୍ଟିନ ଟିଗା ଓ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ବିଭିନ୍ନ ସେବଛାସେବୀ ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ ।
ଏହି ବୈଠକରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସଂଜୟ କୁମାର ଝା ଓ ଜରୂରୀକାଳୀନ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Tags
Share

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30