Indus Valley Times

ମଙ୍ଗଳବାର ଦିନ ନବୀନଙ୍କୁ ଭେଟିବେ ଜଗନ: ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବା ନେଇ ଆଶା

 Breaking News

ମଙ୍ଗଳବାର ଦିନ ନବୀନଙ୍କୁ ଭେଟିବେ ଜଗନ: ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବା ନେଇ ଆଶା

ମଙ୍ଗଳବାର ଦିନ ନବୀନଙ୍କୁ ଭେଟିବେ ଜଗନ: ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବା ନେଇ ଆଶା
November 08
22:46 2021

ଭୁବନେଶ୍ଵର, ୮।୧୧: ମଙ୍ଗଳବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ସାକ୍ଷାତ କରିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡି । ଚର୍ଚ୍ଚା ହେଉଛି କୋଟିଆ ସୀମା ବିବାଦ, ନେରେଡି ଡ଼୍ୟାମ, ପୋଲାଭରମ ଜଳ ବିବାଦ ଆଦି ପ୍ରସଙ୍ଗରେ ୨ ନେତାଙ୍କ ଭିତରେ ହେବ ଆଲୋଚନା ।
ନବୀନ ନିବାସରେ ଅପରାହଣ ୫ଟାରେ ଦୁଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ୨ ନେତାଙ୍କ ଭିତରେ ଆଲୋଚନା ହେବ । ଆଲୋଚନା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି କହିଛନ୍ତି, ଜଳ ବିବାଦ,ସୀମା ବିବାଦ ଏବଂ ଭାଷା ବିବାଦର ସମାଧାନ ଦିଗରେ ଏହି ଆଲୋଚନାରୁ କିଛି ରାସ୍ତା ବାହାରିବ ବୋଲି ଆଶା କରିବା।
ନବୀନ ନିବାସରେ ଅପରାହ୍ନ ୫ଟାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା ହେବ। ଉଭୟ ସେହି ସମୟରେ ଏକାଠି ହେଉଛନ୍ତି ଯେତେବେଳେ ସୀମା ବିବାଦ ଘନେଇ ମୁହାଁମୁହିଁ ସ୍ଥିତିକୁ ଆସିଲାଣି। ବିବାଦ କେବଳ କୋଟିଆରେ ସୀମିତ ନହୋଇ ଗଜପତି ଜିଲ୍ଲାକୁ ବ୍ୟାପିଲାଣି । ଏହାବାଦ୍ ପାଣିକୁ ନେଇ ଦୁଇ ରାଜ୍ୟ ଭିତରେ ଅନେକ ଦିନରୁ ବିବାଦ ଲାଗି ରହିଛି ।
ପୋଲାଭରମ ପ୍ରକଳ୍ପ ମାମଲାରେ ତ ଦୁଇ ରାଜ୍ୟ ସୁପ୍ରିମ କୋର୍ଟରେ ଟକରା ଟକରି ସ୍ଥିତିରେ ରହିଛନ୍ତି। ଏବେ ପୁଣି ବଂଶଧାରାରେ ନେରେଡି ପ୍ରକଳ୍ପକୁ ନେଇ ଓଡିଶା – ଆନ୍ଧ୍ର ମୁହାଁମୁହିଁ ହୋଇଛନ୍ତି। ଏପରିକି ସୀମା ବର୍ତ୍ତୀ ଅଞ୍ଚଳରେ ଭାଷାକୁ ନେଇ ବି ବିବାଦ ଦେଖା ଯାଇଛି । ଏଭଳି ଅନେକ ଗୁରୁତ୍ବପୂର୍ଣ ପ୍ରସଙ୍ଗରେ ୨ ନେତା ପରସ୍ପର ମଧ୍ୟରେ ମତବିନିମୟ କରିବେ ବୋଲି ଜଣାଯାଇଛି।
ଦୁଇ ରାଜ୍ୟ ମଧ୍ୟରେ ଦେଖାଦେଇଥିବା ଏକାଧିକ ବିବାଦର ସମାଧାନ ପାଇଁ ଆଲୋଚନା କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ପ୍ରସ୍ତାବ ଦେଇଥିଲେ। ସୋମବାର ଦିନ ଏକ ପ୍ରେସ ବିବୃତିରେ ଧର୍ମେନ୍ଦ୍ର ଲେଖିଛନ୍ତି ଯେ ଗତ ସେପ୍ଟେମ୍ବର ୨୨ ତାରିଖରେ ସେ ସୀମା ବିବାଦର ସମାଧାନ ପାଇଁ ଏବଂ ଅକ୍ଟୋବର ୧ ତାରିଖରେ ଭାଷା ବିବାଦର ସମାଧାନ ସମାଧାନ ପାଇଁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସେହିପରି ୨୦୧୮ ଏପ୍ରିଲ ୯ ତାରିଖରେ କୋଟିଆ ଗସ୍ତ କରି ସେଠକାର ଲୋକଙ୍କ ଭାବାବେଗ ବିଷୟରେ ଅବଗତ ହୋଇଥିଲେ। ଏହାପରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସମାଧାନ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ଦୀର୍ଘଦିନ ପରେ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା ଟେବୁଲକୁ ଆସୁଥିବାରୁ ଏଥିରୁ କିଛି ସମାଧାନ ବାହାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏଥିସହିତ ସେ ଟ୍ବିଟ କରିଲେଖିଛନ୍ତି ଯେ ସୀମା , ଭାଷା ଓ ଜଳ ବିବାଦର ଆପୋଷ ସମାଧାନ ର ବାଟ ବାହାରିବ ବୋଲି ସେ ଆଶା କରୁଛନ୍ତି।
ଗୋଟିଏ ପଟେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ଭୁବନେଶ୍ବର ଆସୁଛନ୍ତି। ସେପଟେ ଆନ୍ଧ୍ରର ଏଜେଣ୍ଟ କୋଟିଆରେ ଦାଦାଗିରି ଚଳାଇଛନ୍ତି। ଏଭଳି ସ୍ଥିତିରେ ଆଲୋଚନାରୁ କିଭଳି ସୁଫଳ ମିଳିବ ବୋଲି ଆମ କୋଟିଆ ସଂଗଠନ ଓ ଓଡିଶା ନାଗରିକ ମହାମଞ୍ଚ ସନ୍ଦେହ ପ୍ରକାଶ କରିଛନ୍ତି। କୋଟିଆରେ ଲୋକଙ୍କ ନାଁ ବଦଳାଇ ଆନ୍ଧ୍ର ଆଧାର କାର୍ଡ ବାଣ୍ଟୁଛି। ତେଲୁଗୁ ନାମ ଫଳକ ଲଗାଉଛି। ଓଡିଶା ଲୋକଙ୍କୁ ଆନ୍ଧ୍ର ମୁହାଁ କରାଇବାକୁ ପ୍ରଲୋଭନ ଦେଖାଉଛି। ଗୋଟାଏ ପଟେ ଆନ୍ଧ୍ର କୋଟିଆରେ ଅନୁପ୍ରବେଶକୁ ଯୋର ଦାର କରୁଛି ଅନ୍ୟପଟେ କଥବାର୍ତ୍ତାରୁ କି ସମାଧାନ ବାହାରିବ ବୋଲି ପ୍ରଶ୍ନ କରିଛି କଂଗ୍ରେସ
ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜଗମୋହନ ରେଡ୍ଡି ଦୁଇ ରାଜ୍ୟ ଭିତରେ ଜଳ ବିବାଦ ସମାଧାନ କଥା ଆଲୋଚନା କରିବାକୁ ଓଡିଶା ଆସୁଛନ୍ତି । ଟ୍ରିବ୍ୟୁନାଲ ନିର୍ଦେଶ ଅନୁସାରେ ଏହି କାର‌୍ୟ୍ୟକ୍ରମ ସ୍ଥିର ହୋଇଛି । ତେବେ ଏହି ଭେଟଘାଟ ବେଳେ ଦୁଇ ନେତା ସୀମା ବିବାଦ ଉପରେ ଆଲୋଚନା କରିବା ସମ୍ଭାବନା ବି ରହିଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930