Indus Valley Times

ମଝି ଚିଲିକାରେ ଡଙ୍ଗା ସହ ଫସିଲେ ୫୦ ଯାତ୍ରୀ, ୩୦ ବାଇକ୍

 Breaking News

ମଝି ଚିଲିକାରେ ଡଙ୍ଗା ସହ ଫସିଲେ ୫୦ ଯାତ୍ରୀ, ୩୦ ବାଇକ୍

ମଝି ଚିଲିକାରେ ଡଙ୍ଗା ସହ ଫସିଲେ ୫୦ ଯାତ୍ରୀ, ୩୦ ବାଇକ୍
February 14
20:34 2023

ବ୍ରହ୍ମଗିରି, ୧୪/୨: ପୁଣି ଥରେ ମଝି ଚିଲିକାରେ ଫସିଲା ଯାତ୍ରୀବାହି ଡଙ୍ଗା । ପ୍ର୍ରାୟ ୫୦ ଜଣ ଯାତ୍ରୀ ଓ ୩୦ ଟି ବାଇକୁ ନେଇ ଯାଉଥିବା ଡଙ୍ଗାଟି ମଝି ଚିଲିକାରେ ଅଟକି ଯାଇଥିଲା । ଦୀର୍ଘ ଘଣ୍ଟାଏ ଥରି ମଝି ଚିଲିକାରେ ଅଟକି ରହିଥିଲା ଡଙ୍ଗାଟି ।
ଅପରାହ୍ନରେ ପୁରୀ ଜିଲ୍ଲା ସାତପଡା ଘାଟରୁ ଯାତ୍ରୀଙ୍କୁ ନେଇ ଜହ୍ନିକୁଦା ଘାଟକୁ ବାହାରି ଥିଲା। ଡଙ୍ଗାଟି ସାତପଡା ଘାଟରୁ ଏକ କିଲୋମିଟର ଯିବା ପରେ ମଝି ଚିଲିକାରେ ମାଟିକୁଦରେ ଲାଗି ଫସି ଯାଇଥିଲା। ଫଳରେ ଯାତ୍ରୀଙ୍କ ସହିତ ଡଙ୍ଗାଟି ଅଟକି ରହିଥିଲା। ସ୍ଥାନୀୟ ମତ୍ସ୍ୟଜୀବୀମାନେ ଡଙ୍ଗା ନେଇ ଘଟଣାସ୍ଥଳରେ ପହଞ୍ଚି ଥିଲେ ।
ଫସି ଥିବା ଡଙ୍ଗାରୁ ଯାତ୍ରୀଙ୍କ ଉଦ୍ଧାର କରି କୂଳକୁ ନେଇଥିଲେ । ଏହା ପରେ ଫସିଥିବା ଡଙ୍ଗାଟି କୁଦରୁ ବାହାରି କୂଳକୁ ଫେରିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ କୂଳକୁ ଫେରିଛନ୍ତି । ଚିଲିକାରେ ପାଣି କମ ଥିବାରୁ ଡଙ୍ଗା କୁଦରେ ଲାଗି ଫସି ରହୁଥିବା ଜଣାପଡିଛି । ଅନ୍ୟପଟେ କ୍ଷମତା ଠାରୁ ଅଧିକ ଯାତ୍ରୀ ନେବା ଫଳରେ ଡଙ୍ଗା ଭାରସାମ୍ୟ ହରାଇ କୁଦରେ ଲାଗୁଥିବା ଜଣାପଡିଛି । ସେପଟେ ଡଙ୍ଗାରେ ଥିବା ଯାତ୍ରୀ ଲାଇଫ ଜ୍ୟାକେଟ ପିନ୍ଧି ନ ଥିବାରୁ ବିପଦ ଆଶଙ୍କା ମଧ୍ୟ ବଢୁଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031