Indus Valley Times

ମତଦାନ ପରେ ଭୋଟ ବାକ୍ସକୁ ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ

 Breaking News

ମତଦାନ ପରେ ଭୋଟ ବାକ୍ସକୁ ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ମତଦାନ ପରେ ଭୋଟ ବାକ୍ସକୁ ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ
February 18
17:35 2022

କଟକ/ଯାଜପୁର,୧୮/୨: ଚଳିତ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି।
କେଉଁଠି ଦୁର୍ବୃତ୍ତମାନେ ବାଲାଟ ପେପର ଛଡ଼ାଇ ନେଇଛନ୍ତି ତ ଆଉ କେଉଁଠି ଜୋରଜବରଦସ୍ତ ବାଲାଟ ପେପରରେ ମୋହର ମାରି ଭୋଟ୍ ବାକ୍ସରେ ପକାଇଛନ୍ତି। ସେହିପରି କିଛି ସ୍ଥାନରେ ଦୁର୍ବୃତ୍ତମାନେ ଭୋଟ୍ ବାକ୍ସ ମଧ୍ୟ ଲୁଟି ନେଇଛନ୍ତି।
କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ କୁରାଙ୍ଗପ୍ରଧାନ ପଞ୍ଚାୟତ କୁରୁଣ୍ଡିର ୧୧ନଂ ବୁଥ୍ରୁ ଭୋଟ୍ ବାକ୍ସ ଲୁଟି ନେଇଛନ୍ତି କିଛି ଦୁର୍ବୃତ୍ତ। ସେଠାରେ ଉପସ୍ଥିତ ଜଣେ ସରପଞ୍ଚ ପ୍ରାର୍ଥୀ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲେ।
କିନ୍ତୁ ସେମାନେ ମାରଣାସ୍ତ୍ରରେ ଧମକାଇ ସେଠାରୁ ପଳାଇଥିଲେ। ସଂପୃକ୍ତ ସରପଞ୍ଚ ପ୍ରାର୍ଥୀ ଏହି ଘଟଣା ନେଇ ଥାନାରେ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ଭୋଟ୍ ବାକ୍ସ ଲୁଟ୍ ପରେ ଉକ୍ତ ବୁଥ୍ରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଧାରଣା ମଧ୍ୟ ଦେଇଛନ୍ତି।
ସେହିପରି ଯାଜପୁରରେ ମଧ୍ୟ ଏଭଳି ଏକ ଘଟଣା ଘଟିଛି। ଦଶରଥପୁର ବ୍ଳକ୍ ୯ ନମ୍ବର ବୁଥ୍ର ଭୋଟ୍ ବାକ୍ସକୁ କିଛି ଦୁର୍ବୃତ୍ତ ଛଡ଼ାଇ ନେଇ ପୋଖରୀରେ ଫିଙ୍ଗି ଦେଇଛନ୍ତି।
ମତଦାନ ଶେଷ ହେବା ପରେ ପୋଲିଂ ଅଫିସରମାନେ ଭୋଟ୍ ବାକ୍ସକୁ ସିଲ୍ କରୁଥିବା ବେଳେ ୨ରୁ ୪ ଜଣ ଦୁର୍ବୃତ୍ତ ଆସି ସେମାନଙ୍କ ଠାରୁ ବାକ୍ସଟିକୁ ନେଇ ଯାଇଥିଲେ। ଦୁର୍ବୃତ୍ତମାନେ ଭୋଟ୍ ବାକ୍ସଟିକୁ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଥିଲେ।
ଏହି ବୁଥ୍ଟି ବ୍ଲକ୍ ଓ ତହସିଲ ଅଫିସ ନିକଟରେ ହୋଇଥିଲା ଏବଂ ସେଠାରେ ସୁରକ୍ଷା କର୍ମଚାରୀ ମଧ୍ୟ ନିୟୋଜିତ ହୋଇଥିଲେ। କିନ୍ତୁ ଏହା ସତ୍ତ୍ୱେ ଦୁର୍ବୃତ୍ତମାନେ ଭୋଟ୍ ବାକ୍ସ ଛଡ଼ାଇ ପୋଖରୀରେ ଫିଙ୍ଗି ଦେଇଥିଲେ।
ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଯେଉଁ ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଛନ୍ତି ସେମାନଙ୍କୁ ପୁଲିସ୍ ଖୋଜୁଛି।
ସୂଚନାଯୋଗ୍ୟ, ଜଗତସିଂହପୁର ସଦର ବ୍ଲକର ପଟସରାରେ ମଧ୍ୟ ଆଜି କିଛି ଦୁର୍ବୃତ୍ତ ଭୋଟ୍ ବାକ୍ସ ନେଇ ପଳାଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031