Indus Valley Times

ମଦ ବେପାର ଉପରେ ଚଢ଼ାଉ ବେଳେ ତହସିଲଦାରଙ୍କୁ ଗୋଡାଇ ପିଟିଲେ ଆଦିବାସୀ

 Breaking News

ମଦ ବେପାର ଉପରେ ଚଢ଼ାଉ ବେଳେ ତହସିଲଦାରଙ୍କୁ ଗୋଡାଇ ପିଟିଲେ ଆଦିବାସୀ

ମଦ ବେପାର ଉପରେ ଚଢ଼ାଉ ବେଳେ ତହସିଲଦାରଙ୍କୁ ଗୋଡାଇ ପିଟିଲେ ଆଦିବାସୀ
August 06
16:10 2022

ବ୍ରହ୍ମପୁର,୬/୮: ମଦ ଧରପଗଡ଼ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ତହସିଲଦାର ଓ ଅବକାରୀ କର୍ମଚାରୀ । ଏପରିକି ଗାଁ ଲୋକେ ସରକାରୀ ଗାଡ଼ିକୁ ଗାଁ ଭିତରକୁ ଛାଡ଼ି ନ ଥିବା ବେଳେ ତହସିଲଦାରଙ୍କ ସମେତ ଅନ୍ୟମାନଙ୍କୁ ଚାରିପଟୁ ଘେରି ଯାଇ ନିର୍ଧୂମ ପିଟିଥିଲେ।
ପୁଲିସ୍ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ତହସିଲଦାରଙ୍କ ସମେତ ୩ ଜଣ ଗୁରୁତର ଅଛନ୍ତି। ଏପରି ଘଟଣା ଆଜି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡା ଥାନା ଅନ୍ତର୍ଗତ ବୁଢ଼ୀଘାଟି ଗାଁରେ ଘଟିଛି।
ବୁଢ଼ୀ ଘାଟି ଗାଁରେ ବେଆଇନ ମଦ କାରବାର ହେଉଥିବା ସୂଚନା ପାଇ ଆଜି ପାତ୍ରପୁର ତହସିଲଦାରଙ୍କ ସମେତ ଅବକାରୀ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଉଥିଲେ। ୩ଟି ଗାଡ଼ିରେ ପ୍ରାୟ ୧୦ ଅଧିକାରୀ ଓ କର୍ମଚାରୀ ବୁଢ଼ୀ ଘାଟି ଗାଁକୁ ଯାଉଥିଲେ।
ଏ ସମ୍ପର୍କରେ ସୂଚନା ପାଇ ଗ୍ରାମବାସୀ ଗାଁ ମୁଣ୍ଡରେ ହିଁ ସମସ୍ତଙ୍କୁ ଅଟକାଇ ଦେଇଥିବା ବେଳେ ଗାଡ଼ିକୁ ଗାଁ ଭିତରକୁ ଛାଡ଼ି ନ ଥିଲେ। ଏହାପରେ ତହସିଲଦାର ଗାଡ଼ିରୁ ଓହ୍ଲାଇ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।
ମାତ୍ର ସେଠାରେ ରୁଣ୍ଡ ହୋଇଥିବା ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଲୋକେ ହଠାତ୍ ତହସିଲଦାରଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀଙ୍କୁ ପିଟିବା ଆରମ୍ଭ କରିଥିଲେ। ସେମାନଙ୍କ ଆକ୍ରମଣ ଯୋଗୁ ତହସିଲଦାରଙ୍କ ସମେତ ୨ ଅବକାରୀ କର୍ମଚାରୀଙ୍କୁ ମୁଣ୍ଡ ଫାଟିଛି ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।
ଖବର ପାଇ ପୁଲିସ୍ ପହଞ୍ଚି ସମସ୍ତଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଥିଲା। ଏହାପରେ ତହସିଲଦାର ଓ ଏବଂ ଅବକାରୀ ବିଭାଗ କର୍ମଚାରୀ ସୁରଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି।
ଘଟଣାସ୍ଥଳରେ ଗାଡ଼ି ଛାଡ଼ି ସମସ୍ତ କର୍ମଚାରୀ ପଳାଇ ଆସିଥିବାରୁ ପୁଲିସ୍ ପଛରେଯାଇ ଗାଡ଼ି ଉଦ୍ଧାର କରିଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031