Indus Valley Times

ମଧ୍ୟପ୍ରଦେଶର ଭିିଦିଶା ଦୁର୍ଘଟଣା: ୨୪ ଘଣ୍ଟାରେ ଅପରେଶନ ଶେଷ, ୧୧ ଜଣ ମୃତ୍ୟୁ ଓ ୨୦ ଜଣ ସୁରକ୍ଷିତ

 Breaking News

ମଧ୍ୟପ୍ରଦେଶର ଭିିଦିଶା ଦୁର୍ଘଟଣା: ୨୪ ଘଣ୍ଟାରେ ଅପରେଶନ ଶେଷ, ୧୧ ଜଣ ମୃତ୍ୟୁ ଓ ୨୦ ଜଣ ସୁରକ୍ଷିତ

ମଧ୍ୟପ୍ରଦେଶର ଭିିଦିଶା ଦୁର୍ଘଟଣା: ୨୪ ଘଣ୍ଟାରେ ଅପରେଶନ ଶେଷ, ୧୧ ଜଣ ମୃତ୍ୟୁ ଓ ୨୦ ଜଣ ସୁରକ୍ଷିତ
July 17
08:32 2021

ଭୋପାଳ,୧୭/୭ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରୁ ୧୨୦ କିଲୋମିଟର ଦୂରସ୍ଥିତ ଭିଦିଶା ଜିଲ୍ଲାରେ ହୋଇଥିବା ଅଭାବନୀୟ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ସମୟର ଅପରେଶନ ପରେ ଶୁକ୍ରବାର ସନ୍ଧ୍ୟାରେ ଏହି ଅପରେଶନ ଶେଷ ହୋଇଛି । ୨୪ ଘଣ୍ଟାର ଏହି ଅପରେଶନରେ ୨୦ ଜଣଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇ ପାରିଛି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସମସ୍ତଙ୍କର ଅବସ୍ଥା ସ୍ଥିର ରହିଛି ।
ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଶ୍ୱାସ ସରାଙ୍ଗ କହିଛନ୍ତି, ଭିଦିଶା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ରେ ପହଂଚିଛି । ଏହାରି ମଧ୍ୟରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁଃଖଦ ଘଟଣାକୁ ନେଇ ଶୋକ ପ୍ରକାଶ କରିଛି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨-୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି ।
ଏହି ଘଟଣା ଗୁରୁବାର ସନ୍ଧ୍ୟା ୬ଟାରେ ଘଟିଥିଲା । କୁହାଯାଉଛି ଖେଳୁଥିବା ବେଳେ ଘର ପାଖରେ ଥିବା ଜଣେ ୧୦ ବର୍ଷର ଶିଶୁ କୂଅରେ ପଡ଼ିଯାଇଥିଲା । ଶିଶୁକୁ ଉଦ୍ଧାର କରିବା ପାଇଁ କୂଅ ନିକଟରେ ପ୍ରବଳ ଲୋକ ଏକତ୍ର ହୋଇଥିଲେ । କିନ୍ତୁ କୂଅରୁ ଅଚାନକ ମାଟି ଅତଡ଼ା ଖସିଥିଲା । ସମସ୍ତେ କୂଅ ଭିତରେ ହିଁ ପଡ଼ିଯାଇଥିଲେ ।
ଗଂଜାବସୌଦାରେ ହୋଇଥିବା ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଭଗବାନଙ୍କୁ ପ୍ରାଥନା କରୁଛି ଯେ, ସ୍ୱର୍ଗପ୍ରାପ୍ତି ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031