Indus Valley Times

ମନୋଜ ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର, ରାଜ୍ୟ ସରକାର ଦେଲେ ନିଯୁକ୍ତି

 Breaking News

ମନୋଜ ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର, ରାଜ୍ୟ ସରକାର ଦେଲେ ନିଯୁକ୍ତି

ମନୋଜ ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର, ରାଜ୍ୟ ସରକାର ଦେଲେ ନିଯୁକ୍ତି
April 09
15:07 2025

ଭୁବେନେଶ୍ୱର, ୯/୪: ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମନୋଜ କୁମାର ପରିଡ଼ା ମୁଖ୍ୟ ସୂଚନା ଆୟୁକ୍ତଭାବେ ନିଯୁକ୍ତ ହୋଇଛନ୍ତି ।
ଏହା ସହିତ ପୂର୍ବତନ ଆଇପିଏସ୍ ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ହାଇକୋର୍ଟ ଆଇନଜୀବୀ କଳ୍ପନା ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଆଇଏଏସ୍ ପବିତ୍ର ମଣ୍ଡଳ ସୂଚନା ଆୟୋଗର ସଦସ୍ୟଭାବେ ନିଯୁକ୍ତ ହୋଇଛନ୍ତି । ଏ ନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି ।
୧୯୮୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ କୁମାର ଏଜିଏସୟୁଟି କ୍ୟାଡର ଅଟନ୍ତି । ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିସାରିଛନ୍ତି ।
ସେ ଦିଲ୍ଲୀ ଫାଇନାନସିଆଲ୍ କର୍ପୋରେସନରେ ଅଧ୍ୟକ୍ଷ ସହିତ ପରିଚାଳନା ନିର୍ଦ୍ଦେଶକ ରହିଥିଲେ । ସେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଦୌଡ଼ରେ ମଧ୍ୟ ଥିଲେ । ସେ ୨୦୧୫ରେ ପଣ୍ଡିଚେରୀ ମୁଖ୍ୟ ଶାସନ ସଚିବ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031