Indus Valley Times

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ବଦଳିଲେ ଝାରସୁଗୁଡା ଏସପି , ବ୍ରଜରାଜନଗର ଏସଡିପିଓ

 Breaking News

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ବଦଳିଲେ ଝାରସୁଗୁଡା ଏସପି , ବ୍ରଜରାଜନଗର ଏସଡିପିଓ

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ବଦଳିଲେ ଝାରସୁଗୁଡା ଏସପି , ବ୍ରଜରାଜନଗର ଏସଡିପିଓ
January 31
19:31 2023

ଭୁବନେଶ୍ବର,୩୧/୧: ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ରାଜ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଝାରସୁଗୁଡ଼ା ଏସ୍ପି ଓ ବ୍ରଜରାଜନଗର ଏସ୍ଡିପିଓଙ୍କୁ ବଦଳି କରାଯାଇଛି।
ଝାରସୁଗୁଡ଼ା ଏସ୍ପି ରାହୁଲ ଜୈନଙ୍କୁ ବଦଳି ହୋଇଛି। ରାହୁଲ ଜୈନଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ବରଗଡ଼ ଏସ୍ପି ପରମାର ସ୍ମିତ୍ଙ୍କୁ ମୁତୟନ କରାଯାଇଛି। ସେହିଭଳି ବୌଦ୍ଧର ଏସ୍ପି ପ୍ରହଲ୍ଲାଦ ସହାୟଙ୍କୁ ବରଗଡ଼ ବଦଳି ହୋଇଥିବା ବେଳେ ରାୟଗଡ଼ାର ଅତିରିକ୍ତ ଏସ୍ପି ବୌଦ୍ଧରେ ନୂଆ ନିଯୁକ୍ତି ମିଳିଛି।
ସେହିପରି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଏସ୍ଡିପିଓ ଗୁପ୍ତେଶ୍ବର ଭୋଇଙ୍କୁ ମଧ୍ୟ ବଦଳି ହୋଇଛି। ଶ୍ରୀ ଭୋଇଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିଲା ବେଳେ ତାଙ୍କ ସ୍ଥାନରେ ଚିନ୍ତାମଣୀ ପ୍ରଧାନଙ୍କୁ ନୂତନ ଦାୟିତ୍ବ ମିଳିଛି। ଚିନ୍ତାମଣୀ ଏବେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏସ୍ଡିପିଓ ଭାବେ କାର୍ଯ୍ୟରତ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031