Indus Valley Times

ମମିତାକୁ ନ୍ୟାୟ ଦାବିକରି ବିଧାନସଭା ଘେରାଉ ଉଦ୍ୟମ ବେଳେ ବିଜେପି କର୍ମି, ପୋଲିସ ମଧ୍ୟରେ ତୁମୁଳ ସଂଘର୍ଷ

 Breaking News

ମମିତାକୁ ନ୍ୟାୟ ଦାବିକରି ବିଧାନସଭା ଘେରାଉ ଉଦ୍ୟମ ବେଳେ ବିଜେପି କର୍ମି, ପୋଲିସ ମଧ୍ୟରେ ତୁମୁଳ ସଂଘର୍ଷ

December 09
15:02 2021

ଭୁବନେଶ୍ବର ୯।୧୨: ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ଉଦ୍ୟମ ବେଳେ ପୋଲିସ ସହ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ବିଜେପି ଯୁବ ମୋର୍ଚ୍ଚାର ଶହ ଶହ କର୍ମୀ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି । ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ସେମାନଙ୍କୁ ଅଟକାଇଥିଲେ । ଫଳରେ ଉଭୟ ପୋଲିସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତା ଧସ୍ତା ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି କର୍ମୀଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଥିବା ଜଣାପଡିଛି ।
ମମିତା ମେହେରକୁ ନ୍ୟାୟ ଦେବା ଦାବିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଛି ଜଷ୍ଟିସ୍ ଫର୍ ମମିତା ହୋର୍ଡିଂ । ମାଷ୍ଟରକ୍ୟାଣ୍ଟିନ ଛକ, ରାଜଭବନ ଛକ ସମେତ ରାଜଧାନୀର ରାସ୍ତା ଘାଟରେ ବିଜେପି ପତାକା ଲଗାଯାଇଛି । ‘ବିଧାନସଭା ଚାଲ’ ନେଇ ଦେଇଥିବା ଡାକରାକୁ ସଫଳ କରିବା ପାଇଁ ବହୁ ବଜେପି କର୍ମୀ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି । ବିଜେପି ରାଜ୍ୟ କାର‌୍ୟ୍ୟାଳୟରୁ ସ୍ବତନ୍ତ୍ର ରଥ ବାହାରିଛି । ସୁରକ୍ଷା ଦୃଷ୍ଟିରୁ ବିଜେପି ରାଜ୍ୟ କାର‌୍ୟ୍ୟାଳୟ ନିକଟରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031