Indus Valley Times

ମମିତା ମେହେରଙ୍କ ନ୍ୟାୟ ଦାବିରେ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ

 Breaking News

November 09
20:40 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୯/୧୧:ବହୁଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟା ପରେ ସାରା ଓଡିଶା ରାଜ୍ୟରେ ଉତ୍ତେଜନା ସୃଷ୍ଟି ହେଉଥିବା ବେଳେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିସ୍କୃତ କରିବା ଦାବିରେ ସାରା ଓଡିଶା ରେ ଭାରତୀୟ ଜନତା ପାର୍ଟି ସ୍ୱର ଉତ୍ତଳନ କରୁଛି ।
ମୁଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗ୍ରସ୍ତ ଓ ଓ ମମିତା ମେହେର ଙ୍କ ହତ୍ୟା ହୋଇ ଥିବା ମହାଲିଙ୍ଗି ଯିବାର ଆଭାସ ପାଇ ଏହାର ବିରୋଧ କରି ଟିକାବାଲି ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଟିକାବାଲି ବ୍ଲକ ସାମନା ରେ ପ୍ରତିବାଦ ସଭାକରି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ,ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପଞ୍ଚାୟରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କର କୁଶପୁତ୍ତଳିକା ଦାହ କରା ଯାଇଛି ।
ଏହି ପ୍ରତିବାଦ ସଭାରେ ରାଜ୍ୟ ଏସ.ସି.ସେଲ ଉପସଭାପତି ରାମବିଶି ଦିଗାଳ, ଟିକାବାଲି ମଣ୍ଡଳ ସଭାପତି ଜିତେନ୍ଦ୍ର ଡାକୁଆ, ପାବୁରିଆ ମଣ୍ଡଳ ସଭାପତି ଲଳିତ ପ୍ରଧାନ, ଯୁବମୋର୍ଚ୍ଚା ସଭାପତି ମାନଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031