Indus Valley Times

ମମିତା ମେହେର ହତ୍ୟା ମାମଲାରେ ଆନ୍ଦୋଳନ ଜୋର କରିବ ବିଜେପି, ୯ରେ ବିଧାନସଭା ଘେରାଉ

 Breaking News

ମମିତା ମେହେର ହତ୍ୟା ମାମଲାରେ ଆନ୍ଦୋଳନ ଜୋର କରିବ ବିଜେପି, ୯ରେ ବିଧାନସଭା ଘେରାଉ

December 02
14:45 2021

ଭୁବନେଶ୍ୱର,୨/୧୨: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଦୁଇ ଦିନ ହେଲା ବିଧାନସଭା ଚାଲିପାରୁ ନଥିବା ବେଳେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ପ୍ରସ୍ତୁତ ହୋଇଥିବା ବିଜେପି ଆସନ୍ତା ୯ ତାରିଖରେ ବିଧାନସଭା ଘେରିବାକୁ ନିଷ୍ପତ୍ତି ନେଇଛି।
ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ହୋଇଛି। ଗୁରୁବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ।
ସେ କହିଛନ୍ତି, ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବିଜେପି ଯୁବମୋର୍ଚ୍ଚା ସବ୍ଡିଭଜିନ୍ରୁ ଆରମ୍ଭ କରି ଜିଲ୍ଲା ସ୍ତର ପର‌୍ୟ୍ୟନ୍ତ ତା’ର ଆନ୍ଦୋଳନ ଜାରି ରଖିଛି। ଏହି ସ୍ୱରକୁ ଆହୁରି ଶାଣିତ କରିବାକୁ ଆସନ୍ତା ୯ ତାରିଖରେ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି।
ଯେ ପର୍ଯ୍ୟନ୍ତ ମମିତା ମେହେରଙ୍କୁ ନ୍ୟାୟ ନ ମିଳିଛି, ଯେ ପର୍ଯ୍ୟନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସରକାର ବହିଷ୍କାର ନ କରିଛନ୍ତି, ଯେତେ ଦିନ ପର୍ଯ୍ୟନ୍ତ ସରକାର ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଗିରଫ ନ କରିଛନ୍ତି ଓ ସିବିଆଇ ତଦନ୍ତ ନିର୍ଦ୍ଦେଶ ନ ଦେଇଛନ୍ତି, ସେତେଦିନ ପର୍ଯ୍ୟନ୍ତ ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ।
ଈରାଶିଷ କହିଛନ୍ତି, ମମିତା ମେହେର ମାମଲାରେ ଦୋଷୀଙ୍କୁ ସୁରକ୍ଷା ଦେବାକୁ ସରକାର ଓ ପୁଲିସ୍ ବିଭାଗ ବାରମ୍ବାର ଚେଷ୍ଟା କରି ଆସିଛନ୍ତି। ଏହି ମାମଲାରେ ସଂପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓଲଟି ସାଧାରଣ ଜନତାଙ୍କୁ, ବିରୋଧୀଙ୍କୁ ଓ ଗଣମାଧ୍ୟମକୁ ପ୍ରମାଣ ମାଗୁଛନ୍ତି। ୟା’ଠୁ ବଳି ଦୁଃଖ ଓ ଲଜ୍ଜ୍ୟାଜନକ କଥା ଆଉ କିଛି ନାହିଁ।
ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଆଚାର୍ଯ୍ୟ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜିଛନ୍ତି। ଏ ପର୍ଯ୍ୟନ୍ତ ସେ ଏ ମାମଲାରେ ମୁହଁ ଖୋଲି ନାହାନ୍ତି। ଓଲଟି କଳାହାଣ୍ଡିରେ ଏକ ସଭାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଷ୍ଟେଜ୍ରେ ନିଜ ସହିତ ବସାଇଥିଲେ।
ସୂଚନାଯୋଗ୍ୟ, ଗତକାଲି ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଗୃହ ଅଚଳ ହୋଇଥିବା ବେଳେ ଆଜି ମଧ୍ୟ ସେହି ସ୍ଥିତି ଦେଖିବାକୁ ମିଳିଥିଲା। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସର ସଦସ୍ୟମାନ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ପର‌୍ୟ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031