Indus Valley Times

ମର୍ଣ୍ଣିଂ ୱାକ୍ ଯାଉଥିବାଳେ ମାଡ଼ିଗଲା ଅଜଣା ଗାଡ଼ି,୨ ମହିଳାଙ୍କ ମୃତ୍ୟୁ

 Breaking News

ମର୍ଣ୍ଣିଂ ୱାକ୍ ଯାଉଥିବାଳେ ମାଡ଼ିଗଲା ଅଜଣା ଗାଡ଼ି,୨ ମହିଳାଙ୍କ ମୃତ୍ୟୁ

ମର୍ଣ୍ଣିଂ ୱାକ୍ ଯାଉଥିବାଳେ ମାଡ଼ିଗଲା ଅଜଣା ଗାଡ଼ି,୨ ମହିଳାଙ୍କ ମୃତ୍ୟୁ
October 14
09:24 2021

ନୟାଗଡ଼,୧୪/୧୦: ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥରେ ମର୍ଣ୍ଣିଂ ୱାକ୍ ବେଳେ ମାଡ଼ିଗଲା ଗାଡ଼ି। ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସଂପଡ଼ା ନିକଟରେ ଘଟିଛି ଏହି ଦୁର୍ଘଟଣା। ଏଥିରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି।
ସେହିପରି ସେହି ଅଜଣା ଗାଡ଼ି ଧକ୍କାରେ ଆଉ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି, ଯିଏ ପାଣି ଆଣିବା ପାଇଁ ଯାଉଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।
ମୃତ ମହିଳା ଦ୍ୱୟ ହେଲେ ମାନସୀ ମାର୍ଥା ଓ ଟିକିନା ପ୍ରଧାନ। ଗୁରୁତର ଥିବା ମହିଳା ଜଣଙ୍କ ହେଲେ ସୁରବାଳା ପରିଡ଼ା। ତାଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ପଠାଇ ଦିଆଯାଇଛି।
ମାନସୀ ଓ ଟିକିନା ପ୍ରାତଃଭ୍ରମଣରେ ବାହାରିଥିବା ବେଳେ ସୁରବାଳା ନିକଟସ୍ଥ ଟ୍ୟାପ୍ରୁ ପାଣି ଆଣିବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଖୋର୍ଦ୍ଧାରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ନୂଆଗାଁ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। କେଉଁ ଗାଡ଼ି ଏହି ଦୁର୍ଘଟଣା ଘଟାଇଛି, ତାହା ଜାଣିବାକୁ ଚେଷ୍ଟା କରୁଛି ପୁଲିସ୍।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031