Indus Valley Times

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର,ବାଇକ୍ ଚାଳକ ଗୁରୁତର

 Breaking News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର,ବାଇକ୍ ଚାଳକ ଗୁରୁତର

November 28
23:58 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୨୮/୧୧: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଲୁଣିସରା ଗ୍ରାମ ନିକଟ ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ରେ ବାଇକ୍ ଚାଳକ ଗୁରୁତର ହୋଇଥିଲେ।ସୂଚନା ଅନୁଯାୟୀ ଖଣ୍ଡୁଗାଁ ର ମାନସ କୁମାର ସାହୁ ତାଙ୍କ ବାଇକ୍ ଗାଡ଼ି ନଂ ( ଓଡ଼ି – ୦୫ – ଏୟୁ – ୧୪୬୦ ) ଦଶପଲ୍ଲା ରୁ ନିଜ କାମ ସାରି ଗ୍ରାମ ଅଭିମୁଖେ ଯାଉଥିବା ବେଳେ ଲୁଣିସରା ଗ୍ରାମ ନିକଟ ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ରେ ଦଶପଲ୍ଲା ଅଭିମୁଖେ ଆସୁଥିବା ପିକ୍ ଅପ୍ ଗାଡ଼ି ନଂ ( ଓଡ଼ି – ୨୫ – ଏଚ – ୪୬୦୨)କୁ ଧକ୍କା ଦେଇଥିଲା।ଘଟଣା ସ୍ଥଳରେ ବାଇକ୍ ଚାଳକ ଗୁରୁତର ହୋଇଥିବା ବେଳେ ଗ୍ରାମ ର ଲୋକମାନେ ଦମକଳ ବାହିନୀ ଙ୍କୁ ଜଣାଇଥିଲେ।ଦମକଳ ବାହିନୀ ଗୁରୁତର ହୋଇଥିବା ବାଇକ୍ ଚାଳକ ଙ୍କୁ ମହିପୁ ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ।ତେବେ ପିିକ୍ ଅପ୍ ଚାଳକ ଦଶପଲ୍ଲା ର ବୋଲି ଜଣା ପଡିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031