Indus Valley Times

ମସଲା ବ୍ୟବସାୟୀଙ୍କ ଗାଡି ଉପରକୁ ବୋମାମାଡ, ଗାଡି ସହ ଜଳିଗଲା ୮୦ ହଜାର ଟଙ୍କାରୁ ଅଧିକ ସାମଗ୍ରୀ

 Breaking News

ମସଲା ବ୍ୟବସାୟୀଙ୍କ ଗାଡି ଉପରକୁ ବୋମାମାଡ, ଗାଡି ସହ ଜଳିଗଲା ୮୦ ହଜାର ଟଙ୍କାରୁ ଅଧିକ ସାମଗ୍ରୀ

ମସଲା ବ୍ୟବସାୟୀଙ୍କ ଗାଡି ଉପରକୁ ବୋମାମାଡ, ଗାଡି ସହ ଜଳିଗଲା ୮୦ ହଜାର ଟଙ୍କାରୁ ଅଧିକ ସାମଗ୍ରୀ
March 14
11:46 2024

ଢେଙ୍କାନାଳ, ୧୪/୩ : ଜଣେ ବ୍ୟବସାୟୀଙ୍କ ଗ୍ୟାରେଜକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ଗ୍ୟାରେଜରେ ଥିବା ୨ ଦୁଇଟି ଦାମୀ ଗାଡ଼ି ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ।
ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗରର ସାଇବିହାର ଲେନରେ ରହୁଥିବା ବ୍ୟବସାୟୀ ସରୋଜ ଭୂଷଣ ମହାନ୍ତିଙ୍କ ଗ୍ୟାରେଜକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବୋମାମାଡ଼ ଶବ୍ଦ ଶୁଣି ସରୋଜଙ୍କ ପରିବାର ଲୋକ ବାହାରକୁ ପଳାଇ ଆସିଥିଲେ। ଗ୍ୟାରେଜରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ।
ପରେ ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ବୋମାମାଡ଼ର ପ୍ରକୃତ କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031